ଦେଶ- ବିଦେଶ
ସିଦ୍ଧିବିନାୟକ ମନ୍ଦିର ପ୍ରସାଦରେ ମୂଷା, ତଦନ୍ତ କରିବ FSDA
ତିରୁପତି ମନ୍ଦିର ପ୍ରସାଦର ଶୁଦ୍ଧତାକୁ ନେଇ ଜାରି ରହିଛି ବିବାଦ। ଏହି ମାମଲା ଶାନ୍ତ ପଡିନଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଏବେ ମହାରାଷ୍ଟ୍ର ମୁମ୍ବାଇର ପ୍ରସିଦ୍ଧ ମନ୍ଦିର ସିଦ୍ଧିବିନାୟକର ପ୍ରସାଦର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ। ସିଦ୍ଧିବିନାୟକ ମନ୍ଦିରର ପ୍ରସାଦ ରୂପେ ଦିଆଯାଉଥିବା ଲଡୁ ପ୍ୟାକେଟରେ ମୂଷାଛୁଆ ମିଳିଥିବା ଅଭିଯୋଗ ହୋଇଛି।ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।