ଦେଶ- ବିଦେଶ

ପୂଜା ଘରେ ରଖନ୍ତୁ ଏହି ଜିନିଷ, ଦୂରେଇ ଯିବ ଧନର ଅଭାବ !

ନୂଆଦିଲ୍ଲୀ ୨୦।୦୯: ହିନ୍ଦୁ ଧର୍ମରେ ପୂଜାଘରର ରହିଛି ବିଶେଷ ଗୁରୁତ୍ୱ । ପୁରା ଘରକୁ ସକାରାତ୍ମକତା କରିଥାଏ । ଏହାସହିତ ଜଡିତ କିଛି ବାସ୍ତୁ ନିୟମ ରହିଛି । ବାସ୍ତୁ ଅନୁଯାୟୀ ପୂଜା ଘର ସବୁବେଳେ ଉତ୍ତର-ପୂର୍ବ କୋଣରେ ରହିବା ଉଚିତ୍। ପୂଜା ଘରେ ମୟୁର ପୁଚ୍ଛ ରଖିବା ଉଚିତ୍ । ଏପରି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।

 

ପୂଜା ଘରେ ସବୁବେଳେ ଶଙ୍ଖ ରଖିବା ଉଚିତ୍ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ଅଟନ୍ତି ଶଙ୍ଖ । ଶଙ୍ଖ ବଜାଇବା ଦ୍ବାରା ଘରକୁ ସକରାତ୍ମକ ଶକ୍ତି ଆସିଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

ପୂଜା ଘରେ ଶାଳଗ୍ରାମ ରଖିବା ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ । ବିଶ୍ୱାସ କରାଯାଏ ପ୍ରତିଦିନ ଶାଳଗ୍ରାମଙ୍କୁ ପୂଜା କରିବା ଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ହିନ୍ଦୁ ଧର୍ମରେ ଗଙ୍ଗାଜଳର ରହିଛି ବିଶେଷ ମହତ୍ବ । ଏହାକୁ ପୂଜାଘରେ ରଖିବା ଅତ୍ୟନ୍ତ ଜରୁରୀ । ବିଶ୍ୱାସ କରାଯାଏ ଯେ ପୂଜାଘରେ ଗଙ୍ଗାଜଳ ରଖିବା ଦ୍ବାରା ଦେବୀ ଲକ୍ଷ୍ମୀ ଖୁସି ହୁଅନ୍ତି ଏବଂ ବ୍ୟକ୍ତିଙ୍କ ଜୀବନରେ କେବେ ବି ଧନର ଅଭାବ ହୋଇନଥାଏ ।

ପୂଜାଘରେ ଭୁଲରେ ମଧ୍ୟ ଭଙ୍ଗା ମୂର୍ତ୍ତି, ବାସି ଫୁଲ, ପୂଜା ସାମଗ୍ରୀରେ ବ୍ୟବହୃତ ଖାଲି ପ୍ୟାକେଟ୍ ରଖନ୍ତୁନି । ଏପରି ହେବା ଦ୍ବାରା ଘରକୁ ଦାରିଦ୍ର୍ୟ ଆସିଥାଏ । ଏହାବ୍ୟତୀତ ଏଗୁଡିକରୁ ବାସ୍ତୁ ଦୋଷ କିମ୍ବା ମଙ୍ଗଳ ଦୋଷ ଲାଗିପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button