ଜ୍ୟୋତିଷ

ଆଜିର ରାଶିଫଳ : ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ : ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ । ଯେଉଁ କାମ ଆରମ୍ଭ କରିବେ, ସେଥିରେ ସଫଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ : ଘରର ବଡ଼ମାନଙ୍କଠାରୁ କିଛି ପ୍ରେରଣା ପାଇବେ । ଆଶାଠାରୁ ଅଧିକ ଧନ ଲାଭ ହେବ । କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ମାନ ସମ୍ମାନ ବଢ଼ିବ ।

ମିଥୁନ : ଟଙ୍କା ଲେଣ ଦେଣରେ ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ ।

ପାରିବାରିକ ଜୀବନ ସୁଖଦ ହେବ ।

କର୍କଟ : ଆଜିର ଦିନ ଆପଣଙ୍କ ପାଇଁ ଭଲ ପରିଣାମ ନେଇ ଆସିବ । ଚାକିରିଆ ଲୋକଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ହେବ ।

ସିଂହ : କେହି ପୁରୁଣା ବନ୍ଧୁ ଆପଣଙ୍କୁ ସରପ୍ରାଇଜ୍‌ ଦେବେ । କୌଣସି ପୁରୁଣା ବନ୍ଧୁ ଦୀର୍ଘ ଦିନ ପରେ ଆପଣଙ୍କୁ ଭେଟି ପାରନ୍ତି । ସାଥୀଙ୍କ ସହଯୋଗ ମିଳିବ ।

କନ୍ୟା : କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିବାର ଲୋକେ ଏକମତ ହେବେ । ଆପଣଙ୍କ ପାଇଁ ଉନ୍ନତିର ନୂଆ ରାସ୍ତା ଖୋଲିବ ।

ତୁଳା : ଘନିଷ୍ଠ ବ୍ୟକ୍ତିଙ୍କଠାରୁ ଭଲ ଖବର ଶୁଣିବାକୁ ମିଳିପାରେ । ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ ହେବ । ପିଲାମାନେ ଅଧ୍ୟୟନରେ ଧ୍ୟାନ ଦେବେ ।

ବିଛା : ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ । ଧାର୍ମିକ ସ୍ଥାନ ପରିଦର୍ଶନ କରିବେ । ଆଜି ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ ।

ଧନୁ : ବିବାଦରୁ ଦୂରେଇ ରୁହନ୍ତୁ । ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ । ବନ୍ଧୁତା ଦୃଢ଼ ହେବ। ଦାମ୍ପତ୍ୟ ଜୀବନରେ ସୁଖ ରହିବ ।

ମକର : ଓକିଲମାନଙ୍କ ପାଇଁ ଦିନଟି ଭଲ ହେବ । ସେମାନଙ୍କୁ କିଛି ନୂଆ କେସ୍‌ ମିଳିପାରେ । ଛାତ୍ରମାନେ ଅଧିକ ପରିଶ୍ରମ କରିବେ । ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ : ଜୀବନସାଥୀଙ୍କ ସହିତ ଘରୋଇ କାର୍ଯ୍ୟ ପୂରା କରିବାରେ ବ୍ୟସ୍ତ ରହିବେ । ପରିବାରର ସମର୍ଥନ ପାଇବେ । ଲିଖନ ପ୍ରତି ରୁଚି ବଢ଼ିବ ।

ମୀନ : ବସ୍ ଆପଣଙ୍କୁ ପ୍ରଶଂସା କରିବେ । ଆପଣଙ୍କ କଥା ଅନ୍ୟମାନଙ୍କୁ ପ୍ରଭାବିତ କରିବ । ମେଡିକାଲ ଛାତ୍ରଙ୍କ ପାଇଁ ଦିନଟି ଭଲ। ଧନ ବୃଦ୍ଧି ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button