ଦେଶ- ବିଦେଶ

ଇସ୍ତଫାର ୧୫ ଦିନ ମଧ୍ୟରେ ନିଜ ବଙ୍ଗଳା ଛାଡିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହଠାତ୍ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଏଥି ସହିତ ସେ ନଭେମ୍ବରରେ ଦିଲ୍ଲୀ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଥିଲେ। କେଜ୍ରିୱାଲ ଦିଲ୍ଲୀର ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ ‘ଯଦି ଆପଣମାନେ ଭାବୁଛନ୍ତି ମୁଁ ସଚ୍ଚୋଟ, ତେବେ ବହୁ ସଂଖ୍ୟାରେ ମୋତେ ଭୋଟ୍ ଦିଅନ୍ତୁ।

ନିର୍ବାଚିତ ହେବା ପରେ ମୁଁ ସିଏମ୍ ଚେୟାରରେ ବସିବି।

ଫେବୃଆରୀରେ ନିର୍ବାଚନ ଅନୁଷ୍ଠିତ ହେବ। ମୋର ଦାବି ହେଉଛି ନଭେମ୍ବରରେ ମହାରାଷ୍ଟ୍ର ନିର୍ବାଚନ ସହିତ ନିର୍ବାଚନ କରାଯିବା ଉଚିତ୍। ନିର୍ବାଚନ ପର୍ଯ୍ୟନ୍ତ ଦଳର ଅନ୍ୟ କେହି ଜଣେ କାମଚଳା ମୁଖ୍ୟମନ୍ତ୍ରୀ ରହିବେ। ଆସନ୍ତା ୨-୩ ଦିନ ମଧ୍ୟରେ ବିଧାୟକଙ୍କ ଏକ ବୈଠକ ହେବ ଯେଉଁଥିରେ ପରବର୍ତ୍ତୀ ସିଏମ୍ ଉପରେ ନିଷ୍ପତ୍ତି ନିଆଯିବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ତଫା ଦେବା ପରେ ଅରବିନ୍ଦ କେଜ୍ରିୱାଲ ୧୫ ଦିନ ମଧ୍ୟରେ ନିଜ ବଙ୍ଗଳା ଛାଡିବେ। ତାଙ୍କର ନୂତନ ବାସଭବନ ବିଷୟରେ ମଧ୍ୟ ଆଲୋଚନା ହେଉଛି ଯେ ସେ ଦିଲ୍ଲୀର ଏକ ପୃଥକ ବାସଭବନରେ ରହିବେ ଏବଂ ସେଠାରୁ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ।

ଗତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ନବୀକରଣକୁ ନେଇ ଏକ ବଡ଼ ବିବାଦ ହୋଇଥିଲା। ସିଏମ୍ ହାଉସ୍ ‘ଶୀଶ ମହଲ’ର ନବୀକରଣ ସମ୍ପର୍କରେ ଆମ୍ ଆଦମୀ ପାର୍ଟି ଉପରେ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଥିଲେ।

ସୂଚନାଯୋଗ୍ୟ, କେଜ୍ରିୱାଲଙ୍କ ଇସ୍ତଫା ପଦକ୍ଷେପ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। କେଜ୍ରିୱାଲ ଦିଲ୍ଲୀରେ ଶୀଘ୍ର ନିର୍ବାଚନ ଚାହୁଁଛନ୍ତି ଏବଂ ହରିୟାଣାରେ ତାଙ୍କ ଇସ୍ତଫା ପଦକ୍ଷେପର ପ୍ରଭାବ କ’ଣ ହେବ ସେ ନେଇ ରାଜୈନତିକ ମହଲରେ ଚର୍ଚ୍ଚା ଜାରି ରହିଛି। କେଜ୍ରିୱାଲଙ୍କ ପଦକ୍ଷେପକୁ ସବୁଠାରୁ ବଡ଼ ବଳିଦାନ ବୋଲି ଆପ୍ କହୁଥିବାବେଳେ ବିଜେପି ଏହାକୁ ବାଧ୍ୟତାମୂଳକ ନିଷ୍ପତ୍ତି ବୋଲି କହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button