ରାଜ୍ୟ

ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ, ୧୭ ବ୍ୟବସାୟୀ ଅଟକ

ଭୁବନେଶ୍ୱର: ପୁଣି ଭୁବନେଶ୍ବର ବିମାନବନ୍ଦରରୁ ୨୦ କେଜି ସୁନା ଜବତ କଲା ସିଟି ଜିଏସଟି (CT GST)। ୧୭ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ରିପୋର୍ଟ ଅନୁଯାୟୀ, ସିଟି ଏବଂ ଜିଏସ୍ଟି ବିଭାଗ ମୁମ୍ବାଇରୁ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ୧୭ ଜଣ ବ୍ୟବସାୟୀଙ୍କୁ ସନ୍ଦେହରେ ଅଟକ ରଖିଛି।

ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ଏହି ସମସ୍ତ ସୁନା ଗହଣା ଜବତ ହୋଇଛି।

ଜବତ ୨୦ କେଜି ସୁନାରୁ ୧୬ କେଜିର ହିସାବ ମିଳିଥିବା ବେଳେ ୪ କେଜିର ହିସାବ ମେଳ ଖାଉନାହିଁ। ରାଜସ୍ଥାନରୁ ସୁନା ଅଣାଯାଇଥିବା ବେଳେ ତଦନ୍ତ ଜାରି ରହିଛି। ଏସବୁ ସୁନାକୁ କଳାହାଣ୍ଡି ଓ ଅନୁଗୋଳ ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ପଠାଯାଉଥିଲା।

ଅନ୍ୟପଟେ ଅଟକ ଥିବା ୧୭ ଜଣ ନିଜକୁ ଗହଣା ବ୍ୟବସାୟୀ ବୋଲି କହୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଜଣ ଗହଣା ବ୍ୟବସାୟୀ ନଥିବା ସନ୍ଦେହ ସୃଷ୍ଟି ହୋଇଛି। ବେନାମୀ ମାଲିକଙ୍କ ନାଁରେ ସୁନା ଚାଲାଣ ହୋଇଥିବା ସ୍ପଷ୍ଟ ହୋଇଛି। ଏନେଇ ଅଧିକ ଖୋଳତାଡ଼ ଚାଲିଛି ଏବଂ ପରେ ସବିଶେଷ ବିବରଣୀ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button