ଦେଶ- ବିଦେଶ
ରିଲ୍ସ କରିବା ପଡ଼ିଲା ମହଙ୍ଗା; ଗଙ୍ଗା ଘାଟରେ ବାସିଗଲେ ଯୁବତୀ, ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଲୋକପ୍ରିୟତା ପାଇଁ ରିଲ୍ସ କରିବା ନିଶାରେ ଅନେକ ଜୀବନ ହାନି ଘଟଛୁ। ହେଲେ ବି ଯବପୀଢି ଏଥିରୁ ନିବୃର୍ତ୍ତ ହେଉନାହାଁନ୍ତି। ସେହିଭଳି ଗଙ୍ଗାଘାଟରେ ରିଲ୍ସ କରିବା ନିଶାରେ ଯୁବତୀଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ନଦୀର ଭୀଷଣ ସ୍ରୋତରେ ଭାସିଯାଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଭିଡ଼ିଓରେ ଯୁବତୀ ଜଣଙ୍କ ଶିବଙ୍କୁ ପୂଜା କରିବା ବେଳେ ଗଙ୍ଗା କୂଳରେ ଲାଗିଥିବା ରେଲିଂରେ ଚଢି ଚାଲିବାକୁ ପ୍ରୟାସ କରିଥିଲେ। ହେଲେ ଏହି ସମୟରେ ସନ୍ତୁଳନ ନରହିବାରୁ ନଦୀର ପ୍ରଖର ସ୍ରୋତରେ ଖସିପଡ଼ି ଭାସିଯାଇଥିଲେ ଯୁବତୀ। ଊର୍ଦ୍ଧ୍ବାର କରିବାକୁ ସେଠାରେ ଥିବା ଲାଇଫ ଗାର୍ଡ ଚେଷ୍ଟାର କରିବା ପରେ ସେ ବିଫଳ ହୋଇଥିଲେ। ଭାସିଯିବାବେଳେ ପାଣି ସୁଅ କୂଳକୁ ଆଣିବାକୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବତୀ।