ରାଜ୍ୟ

ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ମାମଲା, ଜଣେ ମୃତ, ୨ ଗୁରୁତର

ଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ ହିଟ୍ ଆଣ୍ଡ ରନ୍ ମାମଲା । ନୁନହାଡ଼ ଗାଁରେ ହିଟ୍ ଆଣ୍ଡ ରନ୍ ମାମଲାରେ ଜଣେ ମୃତ, ୨ ଗୁରୁତର । ୩ ଭଉଣୀ ଘର ଆଗରେ ଛିଡ଼ା ହୋଇଥିବା ବେଳେ ହୋଟେଲ ମାଲିକ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ନୁନହାଡ଼ ଗାଁର ଗୋଟିଏ ପରିବାରର ତିନିଭଉଣୀ ଘର ଆଗରେ ଛିଡ଼ା ହୋଇଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା ।

ଏଥିରେ ତିନିଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ବେଲପଡା ଡାକ୍ତରଖାନା ଓ ପରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସଙ୍କଟାପନ୍ନ ଥିବା ଭୋଲେଶ୍ୱରୀ ମାଝୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଗୁରୁତରଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ସ୍ଥାନୀୟ ଏକ ହୋଟେଲ ମାଲିକ ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି l ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯିବା ପରେ ବେଲପଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button