ରାଜ୍ୟ

ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା: ୧ ଲକ୍ଷ ଆବାସିକ କୋଠାକୁ ସୌରଶକ୍ତି ଯୋଗାଇବ ଟିପିସିଓଡିଏଲ୍

ଭୁବନେଶ୍ୱର : ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ରାଜ୍ୟର ଏକ ଲକ୍ଷ ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ କରିବାକୁ ଲକ୍ଷ୍ୟ ରଖÒଛି। ଏହି ଯୋଜନାରେ ଗ୍ରୀନ୍ ସିଟି ମିଶନରେ ରାଜଧାନୀ ବାସିନ୍ଦା ସ୍ୱତନ୍ତ୍ର ସବସିଡି ପାଇବେ।

ଏଠାରେ ସୂଚନାଯୋଗ୍ୟ ଯେ, ଟିପିସିଓଡିଏଲ୍ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସ୍ତରୀୟ ଏଜେନ୍ସି ଭାବେ ମନୋନୀତ ହୋଇଛି। ଏଥିରେ ଆବାସିକ ଉପଭୋକ୍ତାଙ୍କ ଛାତ ଉପରେ ସୌର ଶକ୍ତି ସଂସ୍ଥାପନ କରାଯିବ।

ରୁଫଟପ୍ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ଗ୍ରାହକମାନେ ୩ କିଲୋୱାଟ୍ ପାଇଁ ୭୮,୦୦୦ ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ରୀୟ ଆର୍ଥିକ ସହାୟତା ପାଇପାରିବେ। ଗ୍ରୀନ୍ ସିଟି ମିଶନ ଅଧୀନରେ ଭୁବନେଶ୍ୱର ସହରବାସୀ ପ୍ରତି କିଲୋୱାଟ୍ କ୍ଷମତା ପିଛା ୨୦,୦୦୦ ଟଙ୍କା ହିସାବରେ ଅତିରିକ୍ତ ଭାବେ ରାଜ୍ୟ ପକ୍ଷରୁ ସବସିଡି ମଧ୍ୟ ପାଇପାରିବେ। ୭% ସୁଧରେ ଏବଂ ୧୨୦ ମାସର ଅବଧି ସହିତ କୌଣସି ପ୍ରି-ପେମେଂଟ ଜରିମାନା ବିନା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଫାଇନାନ୍ସ ଉପଲବ୍ଧ। ଆବାସିକ କଲ୍ୟାଣ ସଂଘ/ଗ୍ରୁପ୍ ହାଉସିଂ ସୋସାଇଟିଗୁଡ଼ିକ ପରିବାର ପିଛା ୩ କିଲୋୱାଟ୍ ଉପଯୋଗିତା ପୂରଣ କରିବା ପାଇଁ ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିପାରିବେ ଏବଂ କିଲୋୱାଟ୍ ପିଛା ୧୮,୦୦୦ ଟଙ୍କା ହିସାବରେ କେନ୍ଦ୍ରୀୟ ସବସିଡି ପାଇପାରିବେ। ନେଟ୍ ମିଟରିଂ ନିୟମାବଳୀ ଅନୁଯାୟୀ ଆରଡବ୍ଲୁଏ/ ଜିଏଚ୍ଏସ୍ ପାଇଁ ସର୍ବାଧିକ କ୍ଷମତା ୫୦୦ କିଲୋୱାଟ ମଧ୍ୟରେ ସୀମିତ। ଏହି ଯୋଜନାକୁ ଗ୍ରହଣ କରୁଥିବା ଗ୍ରାହକମାନେ ସେମାନଙ୍କର ଗ୍ରିଡ୍ ପାୱାର ବ୍ୟବହାର ପ୍ରତି କିଲୋୱାଟ ପିଛା ସ୍ଥାପିତ କ୍ଷମତାରେ ପ୍ରାୟ ୧୨୦୦ ୟୁନିଟ୍ ପର୍ଯ୍ୟନ୍ତ ହ୍ରାସ କରିପାରିବେ। ଆଗ୍ରହୀ ଗ୍ରାହକମାନେ ପଞ୍ଜୀକରଣ, ଆବେଦନ ଦାଖଲ, ଭେଣ୍ଡର ଚୟନ ଏବଂ ପ୍ରକ୍ରିୟା ଉପରେ ମାର୍ଗଦର୍ଶିକା ପାଇଁ www.pmsuryaghar.gov.inରେ ଲଗ୍ ଇନ୍ କରିପାରିବେ। ଟିପିସିଓଡିଏଲ୍ ଅନୁମୋଦିତ ସିଷ୍ଟମ୍ / ଯନ୍ତ୍ରାଂଶ ଯୋଗାଣ ସମେତ ଗ୍ରାହକଙ୍କୁ ଏହାର ସ୍ଥାପନା ପାଇଁ ସହାୟତା ପ୍ରଦାନ କରିବାକୁ ୭୫ ଜଣ ଭେଣ୍ଡରଙ୍କୁ ନିୟୋଜିତ କରାଯାଇଛି। ଟିପିସିଓଡିଏଲ୍ ଗ୍ରିଡ୍‌କୁ ସଂଯୋଗ କରିବା ପୂର୍ବରୁ ପ୍ରତ୍ୟେକ ବ୍ୟବସ୍ଥାକୁ ଯାଞ୍ଚ ଏବଂ ସାର୍ଟିଫାଏ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button