ଜ୍ୟୋତିଷ

ଠାକୁର ଘର କେଉଁ ଦିଗରେ ହେବ ? କେଉଁ ଦିଗକୁ ଠାକୁରଙ୍କ ମୁହଁ ରହିବ ? ତୁଳସୀ ଚଉଡ଼ା କେଉଁଠି ରଖିବା ଉଚିତ ? ଜାଣନ୍ତୁ ସମସ୍ତ ନିୟମ

। ସୂଚନା ଅନୁସାରେ ପ୍ରତ୍ଯେକ ବ୍ୟକ୍ତିବିଶେଷଙ୍କର ଘରେ ଘରେ ଶୋଇବା ଘର, ଖାଇବା ଘର, ଗାଧୋଇବା ଘର ଯେପରି ରହିଥାଏ । ସେହିପରି ଠାକୁର ଘର ମଧ୍ୟ ସ୍ଵତନ୍ତ୍ର ଭାବରେ ରହିଥାଏ । ଠାକୁର ଘରକୁ ଉପଯୁକ୍ତ ସ୍ଥାନରେ କରି ଭଗବାନଙ୍କର ଉପଯୁକ୍ତ ବିଧି ବିଧାନ ସହ ପୂଜା କରିବା ଦ୍ଵାରା ହିଁ ଆପଣଙ୍କୁ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ । ଆଜି ଆପଣ ଠାକୁର ଘର ସମ୍ବଦ୍ଧୀୟ ସବିଶେଷ ତଥ୍ୟ ଏହି ପୋଷ୍ଟ ମାଧ୍ୟମରେ ପାଇଯିବେ । ଠାକୁର ଘର ସର୍ବଦା ଐଶାନ୍ୟ କୋଣରେ କରିବା ଉଚିତ ।

 

ଉତ୍ତର ଓ ପୂର୍ବ ଦିଗ ମିଶି କରି ଯେଉଁ ଦିଗ ସୃଷ୍ଟି ହୋଇଥାଏ । ତାହାକୁ ଐଶାନ୍ୟ କୋଣ କୁହାଯାଇଥାଏ । ଯଦି ଐଶାନ୍ୟ କୋଣରେ ଠାକୁର ଘର କରିବା ସମ୍ଭବ ହୋଇନଥାଏ । ତେବେ ଉତ୍ତର କିମ୍ବା ପୂର୍ବ ଦିଗ ପାଖାପାଖି କୌଣସି ସ୍ଥାନରେ କରନ୍ତୁ । ଶୋଇବା ଘରେ କେବେ ମଧ୍ୟ ଠାକୁର ଘର କରିବା ଉଚିତ ହୋଇନଥାଏ ।

ଯଦି ଜାଗା ଅଭାବରୁ ଆପଣ ଶୋଇବା ଘରେ ଠାକୁର ଘର କରିଛନ୍ତି । ତେବେ ଠାକୁରଙ୍କ ପାଇଁ ସ୍ଵତନ୍ତ୍ର ଆସ୍ଥାନ ଗଢି ସେଥିରେ ପରଦା ପକାଇବା ପାଇଁ ବ୍ୟବସ୍ତା ରଖନ୍ତୁ । ଠାକୁର ଘରର କବାଟ ଉତ୍ତର କିମ୍ବା ପୂର୍ବ ଦିଗକୁ କରାଯାଇପାରିବ । ଠାକୁର ଘରର କବାଟ ଏକ ସାଇଡ ବାଲା ନକରି ଜାଉଁଳି କବାଟ ବା ୨ ପଟିଆ ହେବା ଉଚିତ । ଲୁହା, ଟିଣ କିମ୍ବା ଗୃଳର କବାଟ ଠାକୁର ଘରର କରନ୍ତୁ ନାହିଁ ।

 

ସବୁବେଳେ ଠାକୁର ଘରର କବାଟ କାଠରେ ପ୍ରସ୍ତୁତ କରନ୍ତୁ । ଠାକୁର ଘରର ବନ୍ଧ ୪ କାଠ ବିଶିଷ୍ଟ କରନ୍ତୁ । ଠାକୁର ଘରେ ଠାକୁର ମୂର୍ତ୍ତି ଅପେକ୍ଷା ଫୋଟ ପୂଜା କରିବା ଉଚିତ । ଯଦି ମଧ୍ୟ ଠାକୁର ମୂର୍ତ୍ତି ପୂଜା କରୁଛନ୍ତି । ତେବେ ୬ ଆଙ୍ଗୁଳୀରୁ କମ୍ ଉଚତା ବିଶିଷ୍ଟ ମୂର୍ତ୍ତି ପୂଜା କରନ୍ତୁ । ଘରେ କାଳୀ, ଶିବ, ହନୁମାନ ଓ ନୃସୀହଂ ମୂର୍ତ୍ତି ପୂଜା କରିବା ନିଷେଧ ଅଟେ ।

ଠାକୁର ଘରେ କାନ୍ଥକୁ ଲାଗି କିମ୍ବା ଟଙ୍ଗାଇ ପୂଜା କରିବା ଉଚିତ ହୋଇନଥାଏ । ଏଥିପାଇଁ ସ୍ଵତନ୍ତ୍ର ଆସ୍ଥାନ ପ୍ରସ୍ତୁତ କରି ଠାକୁରଙ୍କୁ ପୂଜା କରିବା ଉଚିତ ହୋଇଥାଏ । ସେହି ଘରର ଉତ୍ତର ପୂର୍ବ କୋଣରେ ଠାକୁର ଫୋଟ ରଖୀ ପୂଜା କରନ୍ତୁ । ଠାକୁରଙ୍କ ପାଇଁ କରିଥିବା ଆସ୍ଥାନଟି କାନ୍ଥକୁ ଲଗାଇ କରିବା ଅନୁଚିତ । ଠାକୁର ଘରର କବାଟ ଠାକୁର ଘରର ଫୋଟ ସାମ୍ନାରେ ରଖିବା ଉଚିତ ନୁହେଁ ।

 

ଠାକୁର ବସିବା ସ୍ଥାନକୁ ମାର୍ବଲ କରନ୍ତୁ । ସଂପୂର୍ଣ୍ଣ ସ୍ଥାନକୁ ମାର୍ବଳ କରନ୍ତୁ ନାହିଁ । ଠାକୁର ଫୋଟକୁ ପଶ୍ଚିମା ମୁଖା କରି ରଖିବା ଉଚିତ ହୋଇଥାଏ । ତୁଳସୀ ଚଉରା ମଧ୍ୟ ଐଶାନ୍ୟ କୋଣରେ ହେବା ଉଚିତ । ଆପଣ ଯଦି ଠାକୁର ଘରର ପୂଜା ବିଧିବିଧାନ ସହ କରନ୍ତି । ତେବେ ନିହାତି ଭାବରେ ପୂଜାର ଶୁଭଫଳ ପ୍ରାପ୍ତି ହୋଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button