ଦେଶ- ବିଦେଶ

ଦୁର୍ଘଟଣା ପରେ କାରରେ ଲାଗିଗଲା ନିଆଁ, ୪ ଭାରତୀୟ ଜୀବନ୍ତ ଦଗ୍ଧ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ଟେକ୍ସାସରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ସିରିଜ ଦୁର୍ଘଟଣାରେ ମଙ୍ଗଳବାର ୪ ଭାରତୀୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଗୋଟିଏ ଏସୟୁଭି କାରକୁ ପଛରୁ ଧକ୍କା ଦେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ଫଳରେ କାରରେ ଥିବା ୪ ଭାରତୀୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ମୃତକମାନେ ହେଲେ ଆର୍ଯ୍ୟନ ରଘୁନାଥ ଓରମପତି, ଫାରୁଖ ଶେଖ୍‌, ଲୋକେଶ ପଲାଚାରଲା ଏବଂ ଦର୍ଶିନୀ ବାସୁଦେବନ। ଏହି ୪ ଜଣ ଏକ କାରପୁଲିଂ ଆପ୍‌ ଜରିଆରେ ଚିହ୍ନାଜଣା ହୋଇଥିଲେ। ଆର୍ଯ୍ୟନ ଏବଂ ତାଙ୍କ ବନ୍ଧୁ ଫାରୁକ ଡଲାସଠାରେ ଜଣେ ବନ୍ଧୁଙ୍କୁ ଭେଟି ଫେରୁଥିବାବେଳେ ଲୋକେ ନିଜ ସ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ। ସେହିପରି ଦର୍ଶିନୀ ନିଜ ମାମୁଙ୍କୁ ଭେଟିବାକୁ ଯାଉଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button