ଦେଶ- ବିଦେଶ

ଗର୍ଭ ଧାରଣ ପାଇଁ ସହବାସର ସଠିକ ସମୟ କଣ ?

ଏକ ମହିଳା ଗର୍ଭ ଧାରଣ କରିବା ସେହି ନାର ପାଇଁ ଯେତେ ଖୁସିର କଥା ହୋଇଥାଏ, ସେହି ନାରୀ ର ସମସ୍ତ ପରିବାର ପାଇଁ ମଧ୍ୟ ସେତେ ସୁଖର ବିଷୟ ଅଟେ। କାରଣ ଏକ ଶିଶୁଟି ଦୁନିଆ କୁ ଆସିବା ମାତ୍ରେ ହିଁ ସବୁଆଡେ ହସ ଖୁସି ଭରି ଯାଇଥାଏ । ଏପରିରେ ପ୍ରତ୍ଯେକ ନାରୀ ର ଗର୍ଭ ଧାରଣ କରିବା ମଧ୍ୟ ସେହି ସେହି ନାରୀ ର ଏକ ଅତ୍ୟନ୍ତ ସୁଖଦ ଅନୁଭୂତି ହୋଇଥାଏ । ଏକ ସୁସ୍ଥ ସନ୍ତାନ ଶିଶୁ ପାଇଁ ସଠିକ ସମୟ ରେ ଗର୍ଭ ଧାରଣ କରିବା ମଧ୍ୟ ନିହାତି ଜରୁରୀ ହୋଇଥାଏ ।

 

ଏହାସହ ବୟସ ଓ ସମୟ ମଧ୍ୟ ବହୁତ ଗୁରୁରତ୍ଵ ପୂର୍ଣ୍ଣ ଅଟେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ବିଶିଷ୍ଟ ସ୍ତ୍ରୀ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶନୀ ଙ୍କ ଠାରୁ ଏହି ବିଷୟରେ ତାଙ୍କର ମତାମତ କଣ ରହିଛି ? ଗର୍ଭଧାରଣ କରିବାର ସଠିକ ସମୟ ଉପରେ । ଅନେକ ଥର ଅନେକ ମହିଳା ଙ୍କର ପ୍ରଶ୍ନ ରହିଥାଏ କି ଠିକ ସମୟରେ ଠିକ ଭାବରେ ନିୟମିତ ଭାବରେ ପିରିୟଡ୍ସ ହେଉଛି, ସ୍ଵାମୀ ଙ୍କର ମଧ୍ୟ କୌଣସି କିଛି ଧାତୁ ଜନିତ ସମସ୍ଯା ନାହିଁ ।

ତଥାପି ଗର୍ଭ ଧାରଣ ହେଉ ନାହିଁ କାହିଁକି? ଏପରି ରେ ମହିଳା ମାନେ ଜାଣି ରଖିବା କଥା କି ଗର୍ଭଧାରଣ କରିବା ପାଇଁ ସହବାସ ଯଦି ପ୍ରତି ସାଇକେଲ ର ପରେ ପରେ କରାଯାଏ, ତେବେ ସେହି କ୍ଷେତ୍ରରେ ଗର୍ଭ ଧାରଣ ର ଚାନ୍ସ ମାତ୍ର ୨୫% ରହିଥାଏ । ଗର୍ଭ ଧାରଣ କରିବା ପାଇଁ ଏକ ଫର୍ଟିଲିଟି ୱିଣ୍ଡୋ ରହିଥାଏ । ମାନି ନିଅନ୍ତୁ ଆପଣ ଙ୍କର ମାସିକିଆ ସାଇକେଲ ହେଉଛି ୨୮ ରୁ ୩୦ ଦିନ ।

 

ଏପରି ରେ ଶେଷ ୧୪ ଦିନ ର ଅଧିକ ମହତ୍ଵ ରହିଥାଏ । ତାହାସହ ସେହି ମହିଳା ର ୧୩ ରୁ ୧୫ ଦିନ ମଧ୍ୟରେ ଓଭରି ରୁ ଓଭମ ବା ଅଣ୍ଡ ବାହାରିଥାଏ । ଏହି ଅଣ୍ଡ ଟି କେବଳ ୨୪ ଘଣ୍ଟା ପାଇଁ ସରଭାଇବ କରିଥାଏ । ଏହା ପରେ ସେହି ଅଣ୍ଡ ଟି ନଷ୍ଟ ହୋଇ ଯାଇଥାଏ । ଯଦି କେହି ଏହି ୨୪ ଘଣ୍ଟା ମଧ୍ୟରେ ସହବାସ କରିଥାନ୍ତି, ତେବେ ତାଙ୍କର ଗର୍ଭ ଧାରଣ କରିବାର ସମ୍ଭାବନା ଟି ବଢି ଯାଇଥାଏ ।

 

ଏଥିପାଇଁ ଆପଣ ସାଇକେଲ ହେବାର ପର ୧୨ ରୁ ୧୬ ଦିନ ପର୍ଯ୍ୟନ୍ତ ସହବାସ କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଆପଣ ଖୁବ ଶୀଘ୍ର ଗର୍ଭଧାରଣ କରି ପାରିବେ । ଏହା ପରେ ଯଦି ଆପଣ ଙ୍କର ପିରିୟଡ ହେଉ ନାହିଁ, ତେବେ ଏପରି ରେ ଆପଣ ଏକ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଓ ତାହା ପରେ ଯାଇ ନିଜର ୟୁରିନ କୁ ଟେଷ୍ଟ କରନ୍ତୁ ।କାରଣ ବେଳେବେଳେ ଷ୍ଟ୍ରେସ କାରଣ ରୁ ମଧ୍ୟ ପିରିୟଡ ଲେଟ ହୋଇ ଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button