ପୁରୁଷ ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…
ସୂଚନା ଅନୁସାରେ ଦୁନିଆରେ ସବୁ ମନୁଷ୍ୟ ଦିନେ ନା ଦିନେ ବିବାହ ବନ୍ଧନରେ ବାନ୍ଧିହୋଇଥାନ୍ତି । । ପୁରୁଷମାନେ ନିଜ ଠାରୁ ବୟସରେ ସାନ ଝିଅଙ୍କୁ ହିଁ ବିବାହ କରିଥାଏ । କିନ୍ତୁ ଆପଣ କ’ ଣ ଏହା ଜାଣିଛନ୍ତି । ଚାଣକ୍ୟ ନୀତି ଅନୁସାରେ ଜଣେ ପୁରୁଷ ଠାରୁ ବୟସରେ ବଡ ଝିଅଙ୍କୁ ମଧ୍ୟ ବିବାହ କରିବାର ପ୍ରଥା ରହିଛି । ପୁରୁଷ ଠାରୁ ବୟସରେ ବଡ ନାରୀଙ୍କୁ ବିବାହ କରିବା ଦ୍ଵାରା ଏହାର କିଛି ବିଶେଷ ଫାଇଦା ମଧ୍ୟ ରହିଅଛି ।
ଆଜି ଆପଣମାନେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିପାରିବେ । ଗୋଟିଏ ଝିଅର ବୟସ ବୃଦ୍ଧି ହେବା ସହିତ ତାର ବୁଦ୍ଧି ମଧ୍ୟ ବଢିଥାଏ । ସେଥିପାଇଁ ଯଦି ଜଣେ ପୁରୁଷ ତାଠାରୁ ବୟସରେ ବଡ ନାରୀକୁ ବିବାହ କରିବ । ତେବେ ବିବାହ ପରେ କର୍ତ୍ତବ୍ୟର ଭାର କେବଳ ପୁରୁଷକୁ ଏକା ସମ୍ଭାଳିବାକୁ ପଡିବ ନାହିଁ । କାରଣ ଝିଅ ଯେହେତୁ ପୁଅ ଠାରୁ ବଡ ହୋଇଥିବ, ସେ ମଧ୍ୟ ଅଧା କର୍ତ୍ତବ୍ୟ କରିବା ପାଇଁ ସକ୍ଷମ ହୋଇଥିବ । କାରଣ ପୁରୁଷ ତାଙ୍କ ଜୀବନସାଥି ପାଖରେ ସେହି କର୍ତ୍ତବ୍ୟବୋଧ ଗୁଣ ଦେଖିବା ପାଇଁ ଚାହିଁଥାଏ ।
ଦିତୀୟରେ ଯଦି ପୁରୁଷ ବୟସରେ ବଡ ନାରୀକୁ ବାହାହୁଏ । ତେବେ ସେ ଆର୍ଥିକ ରୂପରେ ମଧ୍ୟ ଶକ୍ତ ହୋଇପାରେ । କାରଣ ଝିଅ ବଡ ହୋଇଥିବା କାରଣରୁ ସେ ମଧ୍ୟ କୌଣସି ରୋଯଗାର କରି ନିଜର ସ୍ଵାମୀକୁ ଆର୍ଥିକ ସହାୟତା କରିପାରିବ । ସ୍ଵାମୀ ଓ ସ୍ତ୍ରୀ ଦୂହିଁଙ୍କ ଅର୍ଥରେ ଘରର ଆର୍ଥିକସ୍ଥିତି ମଧ୍ୟ ମଜଭୁତ ହୋଇପାରିଥାଏ । ଯେଉଁ ଝିଅମାନେ ତାଙ୍କ ସ୍ଵାମୀ ଠାରୁ ବୟସରେ ବଡ ହୋଇଥିବେ ।
ସେହି ମହିଳାମାନେ ସମ୍ପର୍କକୁ ସବୁବେଳେ ମଜଭୁତ କରି ରଖିବା ପାଇଁ ଚେଷ୍ଟା କରିଥାନ୍ତି । କାରଣ ସେପରି ମହିଳାମାନେ ଥରେ ଜଣଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇସାରିଲା ପରେ ଅନ୍ୟ କେଉଁ ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ଚାହିଁନଥାନ୍ତି । ସେଥିପାଇଁ ସେମାନେ ନିଜ ସ୍ଵାମୀ ସହିତ ସବୁବେଳେ ଉତ୍ତମ ବ୍ୟବହାର କରିବା ସହିତ ତାଙ୍କୁ ନିଜ ପ୍ରେମ ବନ୍ଧନରେ ବାନ୍ଧିରଖିଥାନ୍ତି ।
ପୁରୁଷମାନେ ତାଙ୍କ ଠାରୁ ବୟସରେ ବଡ ନାରୀମାନଙ୍କୁ ବିବାହ କରିବା ଦ୍ଵାରା ଆଉ ଏକ ଫାଇଦା ହେଉଛି । ସେହି ମହିଳାମାନେ ସବୁ କାମ ପାଇଁ ନିଜ ସ୍ଵାମୀ ଉପରେ ନିର୍ଭର କରିନଥାନ୍ତି । ସେମାନଙ୍କର ବୟସ ଯଥେଷ୍ଟ ହୋଇଯାଇଥିବା କାରଣରୁ ସେମାନେ ସବୁ କାମ କରିବାକୁ ସ୍ଵବାଲମ୍ବୀ ହୋଇଯାଇଥାନ୍ତି । ସେମାନେ ନିଜର ଛୋଟ କିମ୍ବା ବଡ କାମ ପାଇଁ ନିଜ ସ୍ଵାମୀ ଉପରେ ନିର୍ଭର ନକରି ନିଜେ ସେହି କାର୍ଯ୍ୟକୁ ତୁଲାଇ ଦେଇଥାନ୍ତି ।
ଏହା ସହିତ ସେମାନେ ନିଜ କାମ ସହିତ ସମୟ ବାହାର କରି ନିଜ ସ୍ବାମୀର ମଧ୍ୟ କାମରେ ସହାୟତା କରିଥାନ୍ତି । ତେଣୁ ପୁଅମାନେ ନିଜ ଠାରୁ ବୟସରେ ବଡ ଝିଅମାନଙ୍କୁ ବିବାହ କରିବା ଦ୍ଵାରା ସବୁବେଳେ ଫାଇଦାରେ ରହିଥାନ୍ତି । ଏହା ସହିତ ସବୁ କାମ ସଠିକ ରୂପେ ହେବା ସହ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି ହୋଇନଥାଏ । ଦାମ୍ପତ୍ୟ ଜୀବନ ସବୁବେଳେ ଖୁସିମୟ ରହିଥାଏ ।