ରାଜ୍ୟ
ପାରାଦୀପରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ୧୭ଟି ୱାଗନ ଇଞ୍ଜିନରୁ ଖସି ଯାଇଥିବା ସୂଚନା
ପାରାଦ୍ବୀପ: ମାଲବାହୀ ଟ୍ରେନ ଲାଇନଚ୍ୟୁତ । ପାରାଦ୍ବୀପ ବାଉରିଆପାଳନ୍ଦାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ବନ୍ଦର ଭିତରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଟ୍ରେନର ୧୭ଟି ୱାଗନ ଇଞ୍ଜିନରୁ ଖସି ଯାଇଥିବା ସୂଚନା ମିଳିଛି । ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ପୂର୍ବାହ୍ଣ ୧୧ଟା ସମୟରେ ଟ୍ରେନଟି ମାଲ ଲୋଡିଂ ପାଇଁ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା । ଅନ୍ୟ ଏକ ବଗି ଟ୍ରାକ ବାହାରକୁ ଆସି ଓଲଟି ପଡ଼ିଥିଲା । ପୋର୍ଟ କର୍ମଚାରୀ ଓ ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରୁଥିବା ଜଣାଯାଇଛି ।