ରାଜ୍ୟ

ଗାଁ ଦାଣ୍ଡରେ ବୁଲୁଛି ଅଜଣା ଜନ୍ତୁ, ବାଘ ହୋଇଥିବା ନେଇ ଆତଙ୍କିତ ହେଲେଣି ଗ୍ରାମବାସୀ

ସିସିଟିଭିରେ କଏଦ ହୋଇଛି ଅଜଣା ଜନ୍ତୁ ବୁଲୁଥିବାର ଦୃଶ୍ୟ । ଛାନିଆ ହେଉଛନ୍ତି ଗାଁ ଲୋକେ । କାଳେ ଅଜଣା ଜନ୍ତୁ ହାବୁଡ଼ରେ ପଡିଯିବେ ଆଉ ଜୀବନ ଯିବ ସେହି ଭୟ ଘାରିଲାଣି । ବୋଧହୁଏ ଖାଦ୍ୟ ସନ୍ଧାନରେ ଜଙ୍ଗଲ ଛାଢି ଜନବସତି ମୁହାଁ ହୋଇଛି ଅଜଣା ଜନ୍ତୁ । ଅଜଣା ଜନ୍ତୁ ସିନା ରାତି ଅଧରେ ବାହାରିଛି ଯଦି ଏ ଜନ୍ତୁ ଦିନ ବେଳେ ବାହାରେ ତେବେ ଗାଁ ଲୋକଙ୍କ ଅବସ୍ଥା କଣ ହବ ।

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଘାଗରାମୁଣ୍ଡା ଗାଁରେ ଅଜଣା ଜନ୍ତୁର ଭୟ ଦେଖାଯାଇଛି । ବାଘ ହୋଇଥିବା ନେଇ ଆତଙ୍କିତ ଅଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ଗତକାଲି ରାତିରେ ଘାଗରାମୁଣ୍ଡା ଗାଁ ରାସ୍ତାରେ ଏହି ଅଜଣା ଜନ୍ତୁ ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଜନ୍ତୁର ଚିତ୍ରଟିକୁ ଭଲ ଭାବେ ଦେଖିବା ପରେ ତାହା ବାଘ ଭଳି ଦେଖା ଯାଉଥିଲା ଏନେଇ ଗାଁରେ ଆତଙ୍କ ଖେଳିଯାଇଛି । କିଛିଦିନ ପୂର୍ବରୁ ଏହି ଅଞ୍ଚଳର ବ୍ରାହ୍ମଣଧରା ଗାଁ ଜଙ୍ଗଲରୁ ପୁଇନ ନାୟକ ନାମୀ ଜଣେ ମହିଳା ଛେଳି ଚରାଇବାକୁ ଯାଇ ବାଘ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ବାଘ ଆକ୍ରମଣରେ ଦୁଇଟି ଗୋରୁ ମଧ୍ୟ ଗୁରୁତର ହୋଇଥିଲେ । ଯାହାକୁ ନେଇ ବନବିଭାଗ ଆଜି ପର୍ଯ୍ୟନ୍ତ ବାଘର ସନ୍ଧାନ ପାଇନଥିବା ବେଳେ ଘାଗରାମୁଣ୍ଡା ଗାଁରେ ଏହି ଅଜଣାଜନ୍ତୁକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ବାଘକୁ ନେଇ ଆତଙ୍କ ଖେଳିଯାଇଛି । ଅନ୍ୟପଟେ ମହାବିରୋଡ଼ ରେଞ୍ଜର ହରେଶ କିଷାନ ଜନ୍ତୁକୁ ଦେଖି ଏହା ବାଘ ନହୋଇଥାଇ ପାରେ ଅନୁମାନ କରୁଛନ୍ତି କିନ୍ତୁ ବନବିଭାଗ ତରଫରୁ ଜନ୍ତୁକୁ ଚିନ୍ହଟ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ।

କହି ରଖିବାକୁ ଚାହିଁବୁ ଯେ ଏମିତି ଅନେକ ଗାଁ ଅଛି ଯେଉଁ ସ୍ଥାନରେ ଜଙ୍ଗଲୀ ଜନ୍ତୁ ଜଙ୍ଗଲ ଛାଡି ଜନବସତି ଆଡକୁ ଚାଲି ଆସୁଛନ୍ତି । ବେଳେବେଳେ ଏହି ଜନ୍ତୁ ମଣିଷଙ୍କୁ ଆକ୍ରମଣ କରିବାକୁ ବି ପଛାନ୍ତିନି । ମଣିଷ ଏ ଜନ୍ତୁଙ୍କ ହାବୁଡ଼ରେ ପଡି ଜୀବନ ହରାଏ । ଯଦି ମଣିଷ ଜଙ୍ଗଲ କାଟି ସଫା ନକରିବ ହୁଏତ ଏ ଜନ୍ତୁମାନେ ଗାଁ ଓ ସହର ମୁହାଁ ହେବେନି କି କାହାକୁ ଆକ୍ରମଣ କରିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button