ସ୍ୱାସ୍ଥ୍ୟ

ପେଟର ଚର୍ବି (Belly Fat) ଏମିତି କମାନ୍ତୁ ! ଓଜନ କମିବ, ଆଉ ବଢିବ ବି ନାହିଁ

। ସୂଚନା ଅନୁସାରେ ପେଟରେ ଚର୍ବି ଜମା ହୋଇଯିବାରୁ ପେଟର ସାଇଜ ବୃଦ୍ଧି ହେବାରେ ଲାଗିଥାଏ । ବିଶେଷ କରି ପେଟର ତଳ ଭାବରେ ବହୁତ ଲୋକଙ୍କର ଚର୍ବି ଜମିକି ବେଲି ଫ୍ୟାଟ ସମସ୍ଯା ଆସିଯାଇଥାଏ । ଯାହା ଦ୍ଵାରା ବ୍ୟକ୍ତିର ଲୁକ୍ ଭଲ ନଦେଖାଯିବା ସହିତ ସ୍ଵାସ୍ଥ ଜନିତ କେତେକ ସମସ୍ଯା ମଧ୍ୟ ଆସିଥାଏ । ବେଲି ଫ୍ୟାଟ କମାଇବା ପାଇଁ ନିଜ ଖାଦ୍ୟରେ ଏଭଳି କିଛି ଖାଦ୍ୟ ସାମିଲ କରିବା ଉଚିତ ।

 

ପ୍ରଥମ ଖାଦ୍ୟ ପଦାର୍ଥ ହେଉଛି ସୋଲୁବଲ ଫାଇବର ଯୁକ୍ତ ଖାଦ୍ୟ । ଏହି ଖାଦ୍ୟ ଖାଇବା ଦ୍ଵାରା ଖାଦ୍ୟରେ ଥିବା ସୁଗାରର ଅବଜରଭେସନ ଶରୀରରେ କମ୍ ହୋଇଯାଇଥାଏ । ତେଣୁ ଶରୀରରେ ବେଶି ଫ୍ୟାଟ ଜମିବାକୁ ଦେଇନଥାଏ । ସୋଲୁବଲ ଯୁକ୍ତ ଖାଦ୍ୟ ଯେପରି ଓଟ୍ସ, ରାଜମା, ଭେଣ୍ଡି, ଭୃଶୀ, ଡାଲି ଓ ବହୁତ କିଛି ପରିବା ଓ ଫଳ ମଧ୍ୟରେ ଆପଣ ସୋଲୁବଲ ଫାଇବର ପାଇପାରିବେ ।

ଏହି ସବୁ ସୋଲୁବଲ ଖାଦ୍ୟ ଖାଇବା ସହ ଟ୍ରାନ୍ସଫ୍ୟାଟଯୁକ୍ତ ଖାଦ୍ୟ ଯେପରି ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ, ପାକେଟରେ ଆସୁଥିବା ବିଭିନ୍ନ ପ୍ରକାର ଚିପ୍ସ, ବେକେରି ଫୁଡ୍ସ ବେଲି ଫ୍ୟାଟ ସମସ୍ଯା ରହିଥିବା ଲୋକଙ୍କୁ ନଖାଇବା ହିଁ ବହୁତ ଭଲ ହୋଇଥାଏ । ଏହି ଭଳି ଖାଦ୍ୟ ପରିମାଣରେ କମେଇବାକୁ ପଡିବ । ତେବେ ଯାଇ ବେଲିଫ୍ୟାଟ କମିପାରିବ ।

 

ଏହା ସହିତ ପ୍ରତିଦିନ ଗ୍ରୀନ ଟି ମଧ୍ୟ ସେବନ କରିପାରିବେ । ଏଥିରେ ଥିବା ଉପାଦାନ ବେଲି ଫ୍ୟାଟ କମାଇବାରେ ବହୁତ ମାତ୍ରାରେ ସାହାଜ୍ଯ କରିଥାଏ । ରାତିରେ ଶୋଇବା ପୂର୍ବରୁ ପାଣିରେ ଧନିଆ ପକାଇ ସକାଳେ ଧନିଆ ପାଣିକୁ ଖାଲି ପେଟରେ ସେବନ କରିବା ଦ୍ଵାରା ମଧ୍ୟ ବେଲି ଫ୍ୟାଟ କମିଥାଏ ।

କଫିର ସେବନ ଦ୍ଵାରା ବି ବେଲି ଫ୍ୟାଟ କମାଇବାରେ ଅସର ପଡିଥାଏ । ଅତ୍ୟଧିକ ଆଲ୍କୋହଳର ସେବନ କରୁଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ବେଲି ଫ୍ୟାଟ ବଢି ଯାଇଥାଏ । ଏହା ସହିତ ଏହା ଶରୀର ଉପରେ ବହୁତ କ୍ଷତିକାରକ ପ୍ରଭାବ ପକେଇଥାଏ । ସୁଗାର ଜାତୀୟ ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରେଇ ରହିବା ହିଁ ଉଚିତ ।

 

ଯେତେ ପରିମାଣରେ ଅଳ୍ପ ସୁଗାର ଜାତୀୟ ଖାଦ୍ୟର ସେବନ କରିବେ । ସେତେ ହିଁ ସ୍ଵାସ୍ଥ ପକ୍ଷେ ସ୍ଵାସ୍ଥକର ହୋଇଥାଏ । ଏପରିକି ବହୁତ ଅଧିକ ମିଠା ଫଳ ମଧ୍ୟ ବହୁତ କମ୍ ପରିମାଣରେ ଖାଇବା ଉଚିତ । ଏହା ସହିତ ପ୍ରତିଦିନ ଏକ୍ସରସାଇଜ ନିହାତି କରିବା ଉଚିତ । ଯେତେ ଅଧିକ ଶାରୀରିକ ପରିଶ୍ରମ କରିବେ । ସେତେ ହିଁ ଶରୀରରେ ଥିବା ଫ୍ୟାଟ ଝାଳ ଆକାରରେ ବାହାରକୁ ଆସିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button