ତାମିଲ, କନ୍ନଡ ପରେ ହିନ୍ଦୀରେ ଏହି ଦିନ ରିଲିଜ୍ ହେବ ତଙ୍ଗଲାନ,କରିବ ଜବରଦସ୍ତ ଧମାକା.

ମୁମ୍ବଇ : ନିର୍ଦ୍ଦେଶକ ପା ରଞ୍ଜିତଙ୍କ ଦ୍ୱାରା ନିର୍ଦ୍ଦେଶିତ ସାଉଥ୍ ଫିଲ୍ମ ‘ତଙ୍ଗଲାନ’ ଅଗଷ୍ଟ ୧୫ରେ ତାମିଲ, କନ୍ନଡ,ମାଲାୟାଲମ୍ ଆଦି ଭାଷାରେ ରିଲିଜ୍ ହେବା ପରେ ଏବେ ହିନ୍ଦୀରେ ୩୦ ଅଗଷ୍ଟରେ ରିଲିଜ୍ ହେବାକୁ ଯାଉଛି । ସାଉଥ୍ ସୁପରଷ୍ଟାର ଚିଆନ୍ ବିକ୍ରମ, ମାଲବିକା ମୋହନନ୍ ଏବଂ ପାର୍ବତୀ ଥିରୁଭୋଥୁଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ତଙ୍ଗଲାନ୍ ରିଲିଜ୍ ହୋଇ ସାରିଛି।
ମିଳିଥିବା ବେଳେ ବକ୍ସ ଅଫିସରେ ମଧ୍ୟ ଏକ ହିଟ୍ ଫିଲ୍କ ବୋଲି ପ୍ରମାଣିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଫିଲ୍ମର ଚାହିଦା ଅଧିକ ଥିବାରୁ ଉତ୍ତରର ପ୍ରଦର୍ଶକମାନେ ଏହାକୁ ହିନ୍ଦୀରେ ରିଲିଜ୍ କରିବାକୁ ଯୋଜନା କରୁଛନ୍ତି। ଅଗଷ୍ଟ ୧୫ରେ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ଦକ୍ଷିଣ ଭାରତୀୟ ପ୍ରେକ୍ଷାଳୟରେ ଏହାର ସଫଳ ରିଲିଜ୍ ପରେ ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୩୦ରେ ପ୍ରେକ୍ଷାଳୟରେ ହିନ୍ଦୀରେ ମୁକ୍ତିଲାଭ କରିବାର ଯୋଜନା ରହିଛି।
ତାରିଖ ଘୋଷଣା କରିଛନ୍ତି। ତଙ୍ଗଲାନ୍ ଏହାର ଜବରଦସ୍ତ ଆକ୍ସନ୍ ସହ ପା ରଞ୍ଜିତଙ୍କ କାହାଣୀ ଦର୍ଶକଙ୍କୁ ହୃଦୟକୁ ଜିତିଛି । ହିନ୍ଦୀରେ ରିଲିଜ୍ ପରେ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ତଙ୍ଗଲାନ୍ ସାଉଥର ଏକ ବଡ ଚଳଚ୍ଚିତ୍ର । ଚଳଚ୍ଚିତ୍ରଟି ଅତ୍ୟନ୍ତ ରୋମାଞ୍ଚକର । ଏହା କୋଲାର ଗୋଲ୍ଡ ଫିଲ୍ଡସ୍ (କେଜିଏଫ)ର ପ୍ରକୃତ ଘଟଣା ଉପରେ ଆଧାରିତ ଓ ଷ୍ଟୁଡିଓ ଗ୍ରୀନ୍ ଦ୍ୱାରା ନିର୍ମିତ।