ତାଙ୍କ ହୃଦୟରେ ବର୍ତ୍ତମାନର ସ୍ଥିତି କଣ ରହିଛି ? ଆଗାମୀ ପଦକ୍ଷେପ କ’ଣ ରହିବା ପାଇଁ ଯାଉଛି !
ଅନେକ ସମୟରେ ଆମେ ମାନେ ଅନ୍ୟର ମନର ଭାବନା ଜାଣିବା ପାଇଁ ଆମ ପାଇଁତାଙ୍କ ମନରେ କଣ ରହିଛି ତାହାକୁ ଜାଣିବା ପାଇଁ ଟାରୋଟ କାର୍ଡର ସାହାଜ୍ଯ ନେଇଥାଉ । ହେଲେ ଆପଣ ଯଦି ବର୍ତ୍ତମାନ କାହା ବିଷୟରେ ଜାଣିବାକୁ ଚାହୁଁଥାନ୍ତି । ବର୍ତ୍ତମାନ ତାଙ୍କର ହାଲଚାଲ କଣ ଚାଲିଛି ? ତେବେ ଏଥିପାଇଁ ଆପଣ ନମ୍ବର 1, 2 ଓ 3 ମଧ୍ୟରୁ କୌଣସି ବି ନମ୍ବର ବାଛି ତାଙ୍କର ଭଲମନ୍ଦ ବିଷୟରେ ଜାଣିପାରିବେ ।
1- ଯେଉଁ ମାନେ ବି କେଉଁ ବ୍ୟକ୍ତିଙ୍କ ବର୍ତ୍ତମାନ ସ୍ଥିତି ଜାଣିବା ପାଇଁ ଏହି ନମ୍ବରକୁ ବାଛିଛନ୍ତି । ତେବେ ସେମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ । ସେ ବର୍ତ୍ତମାନ ଟିକେ ନିରାଶା ଭିତରେ ରହିଛନ୍ତି । କୌଣସି ନିଷ୍ପତ୍ତି ନେବାରେ ବହୁତ ଦ୍ଵନ୍ଦ ତାଙ୍କୁ ହେଉଛି । ସେ ନିଜର ମାନସିକ ଶାନ୍ତି ପାଇଁ କୌଣସି ଜଣେ ଭଲ ପର୍ଶନର ଦରକାର କରୁଛନ୍ତି । ଜିଏକି ତାଙ୍କୁ ମେଣ୍ଟାଲି ସପର୍ଟ କରିପାରୁଥିବ । ତାଙ୍କ ମନର କଥାକୁ ଭଲ ଭାବରେ ବୁଝି ପାରୁଥିବ । କାରଣ ସେ କିଛି ନା କିଛି କଥା ପାଇଁ ବହୁତ ବିଚଳିତ ହୋଇ ଯାଉଛନ୍ତି ।
2- ଯାହା ପାଇଁ ଆପଣ ଏହି ନମ୍ବରଟିକୁ ବାଛିଛନ୍ତି । ସେ ବର୍ତ୍ତମାନ ବହୁତ ଖୁସିରେ ଅଛନ୍ତି । ତାଙ୍କ ନିଜ ପରିଶ୍ରମ ବଳରେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ଗଢି ପାରିଛନ୍ତି । ତେଣୁ ସେ ଯାହା ବି ପରିସ୍ଥିତିରେ ଅଛନ୍ତି ତାହା ତାଙ୍କୁ ବହୁତ ଖୁସିରେ ରଖିଛି । ହେଲେ ଏଥିପାଇଁ ସେ ମନରେ କୌଣସି ପ୍ରକାର ଗର୍ବଭାବ ଆଣି ନାହାନ୍ତି । ହେଲେ ସେ ଆଜି ଯେଉଁ ବି ସ୍ଥାନରେ ପହଞ୍ଚିଛନ୍ତି ତାଙ୍କୁ ତାଙ୍କ ଭଲ କର୍ମର ଫଳ ବୋଲି ଭାବି ସେ ବହୁତ ଖୁସି ହେଉଛନ୍ତି ।
– ଏହି ଯେଉଁ ବ୍ୟକ୍ତି ଯାହାଙ୍କ ବର୍ତ୍ତମାନର ପରିସ୍ଥିତି ବିଷୟରେ ଜାଣିବାକୁ ଆପଣ ମାନେ ଚାହୁଁଛନ୍ତି । ସେ ବର୍ତ୍ତମାନ କୌଣସି ନା କୌଣସି କାରଣରୁ ବହୁତ ସମୟରେ ଡିପ୍ରେସନରେ ରହୁଛନ୍ତି । ତାଙ୍କ ମନରେ ଅତୀତର କଥା ସବୁ ବାରମ୍ବାର ମନେ ପଡିଯାଉଛି । ଯେଉଁ କଥାକୁ ନେଇ ସେ ବେଳେବେଳେ ନିଜ ବର୍ତ୍ତମାନ ସମୟକୁ ଭଲ ଭାବେ ବଞ୍ଚି ପାରୁନାହାନ୍ତି। ସେଥିପାଇଁ ସେ ଅନେକ ସମୟରେ ନିଜକୁ ଏକୁଟିଆ ରଖିବାକୁ ପସନ୍ଦ କରୁଛନ୍ତି । ବାହାର ଲୋକଙ୍କ ଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିବାକୁ ହିଁ ସେ ପସନ୍ଦ କରୁଛନ୍ତି ।