ରାଜ୍ୟ

ଆଳୁ ସଙ୍କଟ: ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ଵର: ସାରା ରାଜ୍ୟରେ ଏବେ ଆଳୁ ସଙ୍କଟ ଦେଖାଦେଇଛି। ଗୋଦାମରେ ଯେତିକି ଆଳୁ ଅଛି , ତାହା ଦୁଇ ରୁ ତିନି ଦିନ ମଧ୍ୟରେ ଶେଷ ହୋଇଯିବ। ତେଣୁ ପଶ୍ଚିମବଙ୍ଗରୁ ଆଳୁ ସମେତ ଅନ୍ୟାନ୍ୟ ପନିପରିବା ସରବରାହ ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ପ୍ରଶାସନିକ ଭବନ ନବାନ୍ନ ରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ବି ପି ଗୋପାଳିକା ଙ୍କ ସମେତ ବହୁ ଆଳୁ ବ୍ୟବସାୟୀମାନେ ଏହି ବୈଠକରେ ଯୋଗଦେବେ।

ହୁଗୁଳି ଜିଲ୍ଲା ସିଙ୍ଗୁର ଓ ତାରକେଶ୍ୱର୍ ଶୀତଳ ଭଣ୍ଡାରରେ ଏବେବି ୩୭ ଲକ୍ଷ ଟନ୍ ଆଳୁ ଗଚ୍ଛିତ ରହିଛି। ଓଡ଼ିଶା କୁ ଆଳୁ ପଠାଗଲେ କୌଣସି ସମସ୍ୟା ହେବନାହିଁ ବୋଲି ବ୍ୟବସାୟୀ ମାନେ କହିଛନ୍ତି । ଆଳୁ ଚାଷୀ ଓ ବ୍ୟବସାୟୀ ମାନେ ଅନ୍ୟ ରାଜ୍ୟକୁ ଆଳୁ ନ ପଠାଇବା ଦ୍ଵାରା ଆର୍ଥିକ ସଙ୍କଟ ଉପୁଜିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button