ବଢ଼ିଆ RAM ସହ ଆସିଲା HUAWEIର ସ୍ମାର୍ଟଓ୍ଵାଚ୍, ଜାଣନ୍ତୁ କେତେ ରହିଛି ଦାମ୍
ଦେଶରେ ସ୍ମାର୍ଟୱାଚର ଚାହିଦା ଦ୍ରୁତ ଗତିରେ ବଢ଼ିଚାଲିଛି । ଖାସ୍ କରି ଯୁବପିଢ଼ିଙ୍କ ମଧ୍ୟରେ ସ୍ମାର୍ଟୱାଚ୍ ପାଇଁ ଅଧିକ କ୍ରେଜ୍ ଦେଖିବାକୁ ମିଳୁଛି । ତେଣୁ HUAWEI ଭାରତୀୟ ବଜାରରେ ଏକ ନୂଆ ସ୍ମାର୍ଟୱାଚ୍ ଲଞ୍ଚ କରିଛି । କମ୍ପାନୀ ଏହାର ନୂଆ ସ୍ମାର୍ଟୱାଚ୍ HUAWEI Watch GT 4କୁ ଭାରତୀୟ ବଜାରରେ ଲଞ୍ଚ କରିଛି । AMOLED ଡିସପ୍ଲେ ସହିତ ଏହାର ୩୨ MBର RAM ୟୁଜରଙ୍କୁ ଖୁବ୍ ପସନ୍ଦ ଆସିବ ।
କେବଳ ଏତିକି ନୁହେଁ ଏହି ସ୍ମାର୍ଟୱାଚ୍ ଓ୍ଵାଟର୍ ରେସିଷ୍ଟାଣ୍ଟ ଫିଚର ସହିତ ଆସୁଛି ।
ଫିଚର୍:
କମ୍ପାନୀ HUAWEI Watch GT 4ରେ ୧.୪୩ ଇଞ୍ଚର AMOLED ଡିସପ୍ଲେ ଦେଇଛି । ଏହି ଡିସପ୍ଲେ ୪୬୬ × ୪୬୬ ପିକ୍ସେଲ ରିଜୋଲ୍ୟୁସନ ସହିତ ଆସିଥାଏ । ଏଥିରେ ହୋମ୍ ବଟନ୍ ଏବଂ ସାଇଡ୍ ବଟନ୍ ଦିଆଯାଇଛି । ଏହା ବ୍ୟତୀତ ଏହି ନୂଆ ସ୍ମାର୍ଟୱାଚରେ ଆକ୍ସିଲେରୋମିଟର ସେନ୍ସର, ମ୍ୟାଗ୍ନେଟୋମିଟର ସେନ୍ସର ସହିତ ଜାୟରୋସ୍କୋପ୍ ସେନ୍ସର ଏବଂ ଅପ୍ଟିକାଲ୍ ହାର୍ଟ ରେଟ୍ ସେନ୍ସର ଅଛି ।
ଏହା ବ୍ୟତୀତ ବ୍ୟାରୋମିଟର ସେନ୍ସର ଏବଂ ତାପମାତ୍ରା ସେନ୍ସର ମଧ୍ୟ ରହିଛି ଯାହା ଅନେକ କାମ କରିଥାଏ । ଏଥିରେ ବ୍ଲୁଟୁଥ୍ କଲିଂ ପାଇଁ କମ୍ପାନୀ ଏକ ଇନ୍-ବିଲ୍ଟ ମାଇକ୍ରୋଫୋନ୍ ଏବଂ ସ୍ପିକର ମଧ୍ୟ ଦେଇଛି। ଏହି ସ୍ମାର୍ଟୱାଚ୍ ୪ GB ଇଣ୍ଟଣନାଲ ଷ୍ଟୋରେଜ୍ ସହିତ ଆସିଥାଏ । ଏଥି ସହିତ ଏହି ଘଣ୍ଟାରେ ୫ ଟି ଏଟିଏମ୍ ଓ୍ଵାଟର୍ ରେସିଷ୍ଟାଣ୍ଟ ଫିଚର ଅଛି, ଯାହାର ଅର୍ଥ ହେଉଛି ଏହି ସ୍ମାର୍ଟୱାଚ୍ ୫୦ ମିଟର ଗଭୀର ପାଣିରେ ମଧ୍ୟ କ୍ଷତିଗ୍ରସ୍ତ ହୁଏ ନାହିଁ ।
ଦାମ୍ :
ସୂଚନା ଥାଉ କି କମ୍ପାନୀ HUAWEI Watch GT 4 ର ଦାମ୍ ୧୪,୯୯୯ ଟଙ୍କା ରଖିଛି । ଏହାର ବିକ୍ରି ମଧ୍ୟ ଆରମ୍ଭ ହୋଇଛି । କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ବ୍ୟତୀତ ଆପଣ ଏହାକୁ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରୁ ମଧ୍ୟ କିଣି ପାରିବେ । ସବୁଜ ଏବଂ କଳା ଭଳି ଦୁଇଟି ରଙ୍ଗରେ କମ୍ପାନୀ ଏହାକୁ ବଜାରରେ ଲଞ୍ଚ କରିଛି ।