ଦେଶ- ବିଦେଶ

ମୁସ୍ଲିମ ଝିଅ ବିବାହ କରିଲା ହିନ୍ଦୁ ପୁଅ ସହ, ଏବେ ଏମିତି ହୋଇଯାଇଛି ଜୀବନ କି ସାହାର୍ଯ୍ୟ ମାଗୁଛନ୍ତି ମୋଦିଙ୍କୁ-

 

ଦେଶର ସବୁ ନାଗରିକ ଓ ଝିଅ ମାନଙ୍କୁ ବୟସ ସୀମା ପରେ ବାହା ହବାର ଅଧିକାର ରହିଛି । ଭାରତୀୟ ଆଇନ ଅନୁଯାଇ ଗୋଟେ ଧର୍ମ ର ବ୍ୟକ୍ତି ଅନ୍ୟ ସଂପ୍ରଦାୟର ଝିଅ ସହ ବିବାହ କରିପାରିବ । ହେଲେ ଏହା ସମାଜ ଓ ପରିବାର ସହିପାରନ୍ତି ନାହି । ଅବସ୍ଥା ବେସି ଖରାପ ହୋଇଯିବ ଯଦି, ହିନ୍ଦୁ ଓ ମୁସ୍ଲିମ୍ ପରସ୍ପର ମଧ୍ୟରେ ବିବାହ କରିବେ । ଏହି ପରି ଜଣେ ପ୍ରେମିଯୁଗଳ ବହୁ ଅସୁବିଧାର ସମ୍ମୁଖୀନ ହୋଇ ସାହାର୍ଯ୍ୟ ମାଗୁଛନ୍ତି ମୋଦିଙ୍କୁ ।

ମୁସକାନ୍  ନାମକ ଜଣେ ମୁସ୍ଲିମ୍ ଝିଅ ରାକେଶ ବର୍ମା ନାମକ ହିନ୍ଦୁ ପୁଅ ସହ ଘରଛାଡିକି ବାହା ହୋଇଯାଇଛି ।

ଏବେ ମୁସକାନ୍ କହିଛନ୍ତି ଯେ ଏହି ବାହାଘର ପାଇଁ ସେମାନଙ୍କୁ ବହୁତ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଛି । ସେମାନଙ୍କୁ ହଇରାଣ କରୁଛନ୍ତି । ଯାହାଫଳରେ ସେମାନେ ତାଙ୍କର ନିଜ ସୁରକ୍ଷା ନିମନ୍ତେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମଧ୍ୟପ୍ରଦେଶ ର ମୁଖ୍ୟ ମନ୍ତ୍ରୀ କମଳନାଥ ଙ୍କୁ ସାହାର୍ଯ୍ୟ ମାଗିଛନ୍ତି । ଏହି ସାହାର୍ଯ୍ୟ କସେମାନେ ଏକ ଭିଡିଓ ମାଧ୍ୟମରେ ମାଗିଛନ୍ତି ।

 

ଏହି ଭାଇରାଲ ଭିଡିଓ ରେ ମୁସକାନ୍ କହିଛି ସେ ମଧ୍ୟପ୍ରଦେଶ ର ଭୋପାଳ ରେ ଥିବା ରାଜଗଡ ଜିଲ୍ଲା ର ଅଧିବାସୀ, ମୁସକାନ୍ କହିଛି ଏହି ଦେଶରେ ହିନ୍ଦୁ ମୁସ୍ଲିମ୍ ଓ ମନ୍ଦିର ମଜସିଦ କୁ ନେଇ ବହୁ ଦଙ୍ଗା ଚାଲିରହିଛି । ହେଲେ ଆମର କଣ ଦୋଷ ଅଛି । ସେ କହିଛି ଯେ ତା ବୟସ ୧୮ ବର୍ଷ ରୁ ଅଧିକ ଅଛି । ନିଜ ଇଛା ରେ ବିବାହ କରିଛି ଏଥିରେ ରାକେଶ ର କିଛି ବି ଭୁଲ ନାହି ।

 

ହେଲେ ତାଙ୍କୁ ବହୁତ ହଇରାଣ କରାଯାଉଛି, ସେଥିପାଇଁ ସେ ମୋଦିଙ୍କୁ ସାହାର୍ଯ୍ୟ ମାଗିଛନ୍ତି । ଏହି ଭିଡିଓ ରେ ମୁସକାନ୍ ନିଜ ମା ଓ ବାପା ଙ୍କ ପାଇଁ ବି ସନ୍ଦେଶ ପଠେଇଛି । ସେ କହିଛି ଯେ ମୁ ଭୁଲ କଣ କଲି, ୬ ମାସ ପରେ ଆପଣ ମାନେ ମୋ ବାହାଘର ଅନ୍ୟ ପୁଅ ସହ କରିଥାନ୍ତ । ଯାହାକୁ ମୁ ଚିହ୍ନିନି କି ଜାଣିନି ।

Related Articles

Leave a Reply

Your email address will not be published. Required fields are marked *

Back to top button