ରାଜ୍ୟ
ଆଳୁ ପାଇଁ ପୁଣି ହାହାକାର
4 ଦିନ ହେଲା ଗୋଦାମକୁ ଆସିନି ଆଳୁ। ବଜାରରେ ଖାଉଟି ହେଲେଣି ହାଉ ହାଉ। ୟୁପି ଆଳୁ କିଣିବାକୁ ବେପାରୀ ଅମଙ୍ଗ। କାହିଁକି ନା ଏହା ଜଲଦି ନଷ୍ଟ ହୋଇଯାଉଛି। ଏହାରି ଭତରେ ଆଇଗଣିଆ ଆଳୁ ଗୋଦାମରେ ନାହିଁ ଆଳୁ। ଉତ୍ତରପ୍ରଦେଶ ଆଳୁ ଅଧିକ ଦିନ ରହୁନଥିବାରୁ ବ୍ୟବସାୟୀ ଆଣୁ ନାହାନ୍ତି। କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଖାଁ ଖାଁ । ବଜାରରୁ ଆଳୁ ଉଭାନ ହୋଇଯାଇଥିବା ବେଳେ କାଁ ଭାଁ ଯେଉଁଠି ଅଛି କିଲୋ ପିଛା ୬୦ ଟଙ୍କାରେ ପହଞ୍ଚିଲାଣି।
ଦେଖନ୍ତୁ ପୂରା ରିପୋର୍ଟ।