ଖେଳ ଖବର

ପ୍ୟାରିସ ଅଲିମ୍ପିକ୍ସ: ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ପ୍ୟାରିସ ଅଲିମ୍ପିକ୍ସର ହକି ପ୍ରତିଯୋଗିତାରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ନିଜର ଶେଷ ଗ୍ରୁପ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏଥିସହ ଗ୍ରୁପରେ ଦଳ ୧୦ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନ ହାସଲ କରି କ୍ୱାର୍ଟର ଫାଇନାଲକୁ ଯାଇଛି। ଅଲିମ୍ପିକ୍ସ ଇତିହାସରେ ୧୯୭୨ ମସିହା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଭାରତର ପ୍ରଥମ ବିଜୟ। ଶୁକ୍ରବାର ଅଲିମ୍ପିକ୍ସ ହକି ପ୍ରତିଯୋଗିତାର ଗ୍ରୁପ ‘ବି’ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଆରମ୍ଭରୁ ହିଁ ଭାରତ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ୨ଟି ଗୋଲ୍ ଦେଇ ଅଗ୍ରଣୀ ହୋଇଥିଲା। ଅଳ୍ପ ସମୟ ବ୍ୟବଧାନରେ ଭାରତୀୟ ଫରୱାର୍ଡ ଖେଳାଳି ଅଭିଷେକଙ୍କ ଗୋଟିଏ ଫିଲ୍ଡ ଗୋଲ୍ ଏବଂ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ଦଳର ଖାତା ଖୋଲିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button