ଦେଶ- ବିଦେଶ

୧୦୨ମହଲା କୋଠା ଉପରେ ଚଢି ଯୁବକ ଦେଉଥିଲେ ଷ୍ଟଣ୍ଟ୍ , ଆଉ ତା’ପରେ

ସୋସିଆଲ ମିଡ଼ିଆ ଯୁଗରେ ନିଜକୁ ଲୋକଲୋଚନକୁ ଆଣିବକୁ କିଏ କେତେ ପନ୍ଥା ଆପଣାଉଛନ୍ତି । ପ୍ରତ୍ୟେକ ଦିନ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସୁଛି ମଧ୍ୟ । ଯାହା ଖୁବ୍ ଭାଇରାଲ ହେବା ସହ ଉକ୍ତ ବ୍ୟକ୍ତି ବିଶେଷ ମଧ୍ୟ ରାତାରାତି ଷ୍ଟାର୍ ବି ହୋଇଯାଉଛନ୍ତି । ଏଭଳି ଏକ ଭିଡ଼ିଓ ଏବେ ସାମ୍ନାକୁ ଆସୁଛି । ଯାହାକୁ ଦେଖି ଆପଣଙ୍କର ବି ରୁମ ଟାଙ୍କୁରି ଉଠିବ ।

ଜଣେ ଯୁବକ ୧୦୨ମହଲା କୋଠାରେ ଚଢିଥିବା ନଜର ଆସୁଛନ୍ତି । ଭିଡ଼ିଓରେ ଦେଖାଯାଉଥିବା ଉକ୍ତ ଯୁବକଙ୍କ ଏତେ ଉଚ୍ଚାରେ ଚଢିବାର କାରଣ ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜିକାଲି ଲୋକେ ସୋସିଆଲ ମିଡ଼ିଆାର ଫଲୋଅର୍ସ ବଢାଇବା ଏବଂ ଫେମସ ହେବା ଚକ୍କରରେ କିଛି ବି କରିବାକୁ ପ୍ରସ୍ତୁତ ରହୁଛନ୍ତି । ପରେ ଜୀବନ ଚାଲିଯାଉ ବି । ନିକଟରେ ଭାଇରାଲ ଏହି ଭିଡ଼ିଓକୁ ଦେଖିଲେ ଏଥିରୁ ସ୍ପଷ୍ଟ ଜଣାପଡ଼ିବ । ଭିଡ଼ିଓରେ ଯୁବକଙ୍କ ଷ୍ଟଣ୍ଟ ଦେଖି ଆପଣ ବି ଥରି ଉଠିବେ । ଭାଇରାଲ ହୋଇଥିବା ଏହି ଭିଡ଼ିଓ ଆମେରିକାର ନ୍ୟୁୟର୍କ ସିଟିର ବୋଲି କୁହାଯାଉଛି । ଯେଉଁଥିରେ ଜନୈକ ଯୁବକ ୧୦୨ମହଲା କୋଠା ଉପରେ ହାତରେ ସେଲ୍ଫି ଷ୍ଟିକ୍ ନେଇ ଭିଡ଼ିଓ କରୁଥିବା ନଜର ଆସୁଛନ୍ତି । ଭିଡ଼ିଓରେ ଠିକ୍ ପରେ ଯାହା ବି ହେଲା ଆପଣଙ୍କ ରୁମ ଛିଡ଼ା ହୋଇଯିବ ।

ଭିଡ଼ିଓ ଦେଖି ଆପଣ ବି ଏହା ଭାବୁଥିବେ କି , ଜଣେ ଏକ ସେଲ୍ଫି ନେବା ଲାଗି ଏତେ ବଡ଼ ରିସ୍କ କିଭଳି ଉଠାଇପାରିବ ? କିନ୍ତୁ ଭିଡ଼ିଓରେ ଦେଖାଯାଉଥିବା ଯୁବକ ଜଣଙ୍କ ଏସବୁ କରିବା ପୂର୍ବରୁ ଗୋଟିଏ ଥର ବି ଭାବି ନ ଥିବ । ଇନଷ୍ଟାଗ୍ରାମରେ ଏହି ରିଲକୁ @livejn ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ଯାହାକୁ ଏବେ ପର୍ଯ୍ୟନ୍ତ ୩୦ଲକ୍ଷରୁ ଅଧିକ ଲୋକ ଲାଇକ୍ ବି କରିସାରିଛନ୍ତି । ଭିଡ଼ିଓରେ କ୍ୟାପଶନରେ ଲେଖାଯାଇଛି କି , ‘୧୪୩୫ଫୁଟର ଉଚା ଏମ୍ପାୟର ଷ୍ଟେଟ ବିଲ୍ଡିଂ ଉପରେ, ନ୍ୟୁୟର୍କ ସହର, ସଂଯୁକ୍ତ ରାଜ୍ୟ ଆମେରିକା’।

ଏହି ଭିଡ଼ିଓକୁ ଦେଖି କିଛି ୟୁଜର୍ସ ଯୁବକଙ୍କ ତାରିଫ କରୁଛନ୍ତି । ସେହିଭଳି ଅନ୍ୟ କିଛି ଲୋକ ତାଙ୍କ ଷ୍ଟଣ୍ଟକୁ ଭୁଲ୍ ବୋଲି କହୁଛନ୍ତି । ଜଣେ ୟୁଜର ଲେଖିଛନ୍ତି କି ମିଶନ ସକ୍ସେସଫୁଲ,ରିସ୍ପେକ୍ଟ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି କି ଭାଇଙ୍କୁ ଉଚତାକୁ ଡର ଲାଗୁନାହିଁ, ବରଂ ହାଇଟ୍ ଭାଇଙ୍କୁ ଡରୁଛି । ତୃତୀୟ ୟୁଜର ଲେଖିଛନ୍ତି କି ଭାଇ ମରିବ ନା କ’ଣ ।

Related Articles

Leave a Reply

Your email address will not be published. Required fields are marked *

Back to top button