ସ୍ୱାସ୍ଥ୍ୟ

ସୁସ୍ଥ ରହିବାକୁ ଚାହୁଁଥିଲେ ପିଅନ୍ତୁ ଉଷୁମ ପାଣି

ଉଷୁମ ପାଣି ଦେହକୁ ସୁସ୍ଥ ରଖିଥାଏ। ଉଷୁମ ପାଣି ପିଇଲେ ଶରୀରରୁ ବ୍ୟାକ୍ଟେରିଆ ମରି ଯାଇଥାନ୍ତି। ଅଧିକାଂଶ ଲୋକ ସୁସ୍ଥ ରହିବାକୁ ସକାଳେ ଉଷୁମ ପାଣି ପିଇଥାନ୍ତି। କିନ୍ତୁ ସକାଳ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇଲେ ଅନେକ ଫାଇଦା ମିଳିଥାଏ। ଆସନ୍ତୁ ଜାଣିବାଟ୍ଟ କୋଷ୍ଠକାଠିନ୍ୟ ଦୂର ହୁଏ : ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ନିୟମିତ ଭାବେ ପିଇଲେ ହଜମ ପ୍ରକ୍ରିୟା ଠିକ୍‌ରେ ହୋଇଥାଏ।

ଫଳରେ କୋଷ୍ଠ୍ୟ କାଠିନ୍ୟ ସହଜରେ ଦୂର ହୋଇଥାଏ।
ହୃଦୟକୁ ସୁସ୍ଥ ରଖେ : ହୃଦରୋଗୀ ସବୁଦିନ ଉଷୁମପାଣି ପିଇବା ଉଚିତ୍‌। ଏପରି କଲେ ରକ୍ତଚାପ ନିୟନ୍ତ୍ରଣରେ ରହିବା ସହିତ ହୃଦଘାତ ଆଶଙ୍କା କମ୍‌ ରହିଥାଏ।
ମେଦବହୁଳତା ଦୂର କରେ: ପ୍ରତିଦିନ ରାତିରେ ଉଷୁମ ପାଣି ପିଇବା ଦ୍ୱାରା ଚର୍ବି କମିଥାଏ।
କିଡ୍‌ନୀ ସମସ୍ୟା ଦୂର ହୁଏ : ପ୍ରତିଦିନ ରାତିରେ ଖାଇ ସାରିବା ପରେ ଅର୍ଥାତ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇଲେ କିଡ୍‌ନୀ ସମସ୍ୟା ଦୂରେଇ ଯାଏ।
ଥଣ୍ଡା ଦୂର ହୁଏ : ଥଣ୍ଡା ହୋଇଥିଲେ ପ୍ରତିଦିନ ରାତିରେ ଉଷୁମ ପାଣି ପିଇଲେ ଆରା

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button