ଏହି ୫ଟି ଜିନିଷ ଭୁଲରେ ବି କରନ୍ତୁ ନାହିଁ ଦାନ , ନଚେତ୍ ଘରକୁ ଆସିଯିବ କାଙ୍ଗାଳି

ହିନ୍ଦୁ ଧର୍ମଶାସ୍ତ୍ରରେ ଦାନର ମହତ୍ୱ ବହୁତ ଅଧିକ । ଦାନ କରୁଥିବା ମଣିଷକୁ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ଦାନର ଅର୍ଥ ହେଉଛି ଆବଶ୍ୟକ ପଡୁଥିବା ଲୋକଙ୍କୁ ସାହାର୍ଯ୍ୟ କରିବା । ଦାନ ଅନେକ ପ୍ରକାରର ହୋଇଥାଏ , ଯେମିତିକି ଅନ୍ନଦାନ,ବସ୍ତ୍ରଦାନ,ବିଦ୍ୟାଦାନ ଏବଂ ଧନଦାନ ସବୁଠୁ ପ୍ରମୁଖ ଦାନ ବୋଲି ମନାଯାଏ । କିନ୍ତୁ କିଛି ଏଭଳି ଜିନିଷ ଅଛି ଯାହାକୁ ଦାନ କଲେ ମଣିଷ ପାପର ଭାଗିଦାର ହୋଇଥାଏ । ଯେଉଁଥିôରେ ଉଭୟ ଦାନ କରୁଥିବା ବ୍ୟକ୍ତି ଆଉ ଦାନ ଗ୍ରହଣ କରୁଥିବା ବ୍ୟକ୍ତିର କ୍ଷତି ହୋଇଥାଏ ।

ଅନ୍ନଦାନ- ଅନ୍ନଦାନ ମହା ଦାନ ଭିତରେ ଗୋଟେ । କିନ୍ତୁ ଯଦି ତୁମେ କାହାକୁ ବାସୀ ଖାଦ୍ୟ ଦାନ କରୁଛ ତେବେ ତାହା ମହାପାପରେ ହିଁ ଯିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବାସୀ ବା ଖରାପ ହୋଇଯାଇଥିବା ଖାଦ୍ୟର କେବେବି ଦାନ କରିବା ଉଚିତ୍ ନୁହେଁ । କାହିଁକି ନା ଏହାଦ୍ୱାରା ଦାନ ନେଉଥିବା ବ୍ୟକ୍ତିର କ୍ଷତି ହୋଇଥାଏ ।
ବାସନ-ମାନ୍ୟତା ଅନୁଯାୟୀ କେବେବି ଷ୍ଟିଲ କିମ୍ବା ତମ୍ବାର ବାସନର ଦାନ କରିବା କଥାନୁହେଁ । ଏମିତି କରିବା ଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଯାଏ । ଆଉ ଭଲ ଚାଲୁଥିବା ବିଜନେସ୍ ବି ଖରାପ ଚାଲେ ।
ଝାଡୁ-ଝାଡୁକୁ ଘରର ଲକ୍ଷ୍ମୀ କୁହାଯାଏ । ଏଥିପାଇଁ ଝାଡୁ ଦାନ କରିବା ଅଶୁଭ ମନାଯାଏ । ଏମିତି କରିବା ଦ୍ୱାରା ଦାନ ଦେଉଥିବା ବ୍ୟକ୍ତି ଏବଂ ଦାନ ଗ୍ରହଣ କରୁଥିବା ବ୍ୟକ୍ତିଙ୍କର କ୍ଷତି ହୋଇଥାଏ ।
ଧାରୁଆ ଜିନିଷ- ଶାସ୍ତ୍ର ଅନୁଯାୟୀ , କେବେବି ଧାରୁଆ ଜିନିଷ ଯଥା , ଛୁରୀ,କଇଂଚି,ଛୁଞ୍ଚି ଇତ୍ୟାଦି ଜିନିଷ ଦାନ ଦେବା କଥା ନୁହେଁ । ଏହାଦ୍ୱାରା ସର୍ମ୍ପକରେ ଭୁଲ ବୁଝାବଣା ହୁଏ ଏବଂ କଳିଝଗଡା ମଧ୍ୟ ହୋଇଥାଏ ।
ବ୍ୟବହାର ହୋଇଥିବା ତେଲ- ଭାଗ୍ୟରେ ଶନି ଦୋଷ ଚାଲୁଥିଲେ ସୋରିଷ ତେଲ ଦାନ କରିବାକୁ କୁହାଯାଏ । କିନ୍ତୁ ଦାନ କରିବା ସମୟରେ ଧ୍ୟାନରେ ରଖିବେ ଯେ ଦାନରେ ଦେଉଥିବା ତେଲ ଶୁଦ୍ଧ ହେବା ଆବଶ୍ୟକ । ବ୍ୟବହାର କରିଥିବା ତେଲ ବିଲକୁଲ ବି ଦାନ ଦେବେ ନାହିଁ ।