ଦେଶ- ବିଦେଶ

ରାଜନେତ୍ରୀ ରୁ ଖେଳାଳି ସାଜିଲେ ମହିଳା ବିଧାୟିକା, ଖେଳିବେ ଅଲମ୍ପିକ୍ସ ଗେମ୍ସ ..

ରାଜନେତ୍ରୀ ରୁ ଖେଳାଳି ସାଜିଲେ ମହିଳା ବିଧାୟକ । ଏହାସହିତ  ଚଳିତ ଅଲମ୍ପିକ୍ସ ଗେମ୍ସ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଖେଳିବେ ସୁନ୍ଦରୀ ବିଧାୟକ  ।  ଚଳିତ ଅଲମ୍ପିକ୍ସ ଗେମ୍ସ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ପ୍ୟାରିସ ଅଲମ୍ପିକ୍ସ ପାଇଁ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି। ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତ ୭ ଟି ପଦକ ଜିତିଥିଲା। ଏବେ ଏହି ରେକର୍ଡକୁ ଭାଙ୍ଗି ଅଧିକ ପଦକ ଜିତିବା ଭାରତର ଲକ୍ଷ୍ୟ ରହିଛି। ପ୍ୟାରିସ ଅଲମ୍ପିକ୍ସରେ ଶୁଟର ଶ୍ରେୟାଶୀ ସିଂହ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସେ ସଟ୍‌ଗନ୍‌ ମହିଳା ଇଭେଣ୍ଟରେ ପ୍ରତିଯୋଗିତା କରିବେ।

ବିହାରର ଜାମୁଇ ନିବାସୀ ଶ୍ରେୟାସୀ ସିଂ ରାଜ ପରିବାରର ଅଟନ୍ତି। ଆନ୍ତର୍ଜାତୀୟ ସୁଟର ହେବା ବ୍ୟତୀତ ସେ ଜଣେ ବିଧାୟିକା  ମଧ୍ୟ ଅଟନ୍ତି। ତାଙ୍କ ପିତା ଦିଗଜୟ ସିଂ ବିହାରର ଜଣେ ପ୍ରମୁଖ ନେତା ଥିଲେ। ଦିଗଜୟ ସିଂ ଜଣେ ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ରହିଥିଲେ । ତାଙ୍କ ମା ପୁତୁଲ ସିଂ ମଧ୍ୟ ସାଂସଦ ଥିଲେ । ଶ୍ରେୟସୀ ସିଂ ହେବିୱେଟ ନେତା  ହୋଇଥିଲେ ମଧ୍ୟ ଏଥର ସେ ଅଲମ୍ପିକ୍ସ ଖେଳିବାକୁ ଯାଉଛନ୍ତି  । ଶ୍ରେୟାସୀ କେବଳ ଦିଲ୍ଲୀରୁ ଅଧ୍ୟୟନ କରିଛନ୍ତି। ସେ ପ୍ରଥମେ 2014 ରେ ଅନୁଷ୍ଠିତ କମନୱେଲଥ ଗେମ୍ସରେ ର ରୋପ୍ୟ  ପଦକ ଜିତିଥିଲେ | ପୁଣି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶ୍ରେୟାସୀ ଜବରଦସ୍ତ ପ୍ରଦର୍ଶନ କରି ଦେଶ ପାଇଁ ସ୍ଵର୍ଣ ପଦକ ଜିତିଥିଲେ। ଖେଳ ପ୍ରତି ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ୨୦୧୮ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।ବର୍ତ୍ତମାନ ତାଙ୍କୁ ଅଲିମ୍ପିକ୍ସ ଖେଳିବାର ସୁଯୋଗ ମିଳିଛି। ଏବେ ସମସ୍ତଙ୍କର ଆଶା ଅଛି ଯେ ସେ ପୁଣି ଥରେ ଦେଶ ପାଇଁ ଗୌରବ ବ ଆଣିବେ।

Related Articles

Leave a Reply

Your email address will not be published. Required fields are marked *

Back to top button