ଜ୍ୟୋତିଷ

୯ ଜୁଲାଇ ମଙ୍ଗଳବାର ରାଶିଫଳ : ଏହି ରାଶିର ଲୋକମାନେ ଆଜି ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି, ଆସନ୍ତୁ ଜାଣିବା ୧୨ ଟି ରାଶିର ଆଜି କିପରି କଟିବ ଦିନ…

ମେଷ ରାଶି :

ଆଜି ନିଜର ଭାବନାକୁ ନିୟନ୍ତ୍ରଣରେ ରଖ। ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମରେ କଳହରୁ ଦୂରେଇ ରୁହନ୍ତୁ। ତୁମର ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ରେ ଲାଭ ମିଳିବ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

ବୃଷ ରାଶି :

ରାହୁଦୃଷ୍ଟିରେ ଚନ୍ଦ୍ର ଥିବାରୁ ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବନାହିଁ। ବନ୍ଧୁଙ୍କ ସହ ଆଲୋଚନା ସମୟରେ କଥା କଥାକେ ମଉଜିଆ କଥାକୁ ନେଇ କଳହ ଲାଗିପାରେ। ଅଫିସରେ ବିରକ୍ତି ପ୍ରକାଶକରି ପରୋକ୍ଷ ଶତ୍ରୁତାକୁ ନିମନ୍ତ୍ରଣ କରିପାରନ୍ତି। ଅଟକି ରହିଥିବା କାମର ଚିନ୍ତା ଆଜି ମନକୁ ଆନ୍ଦୋଳିତ କରିପାରେ। କଳା ଜିନିଷ ଦାନ କରନ୍ତୁ

ମିଥୁନ ରାଶି :

ଆଜିର ଗ୍ରହ ପ୍ରଭାବରେ ମିଠାକଥାରେ ବନ୍ଧୁଙ୍କୁ ମନେଇ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟହାସଲ କରିବେ। ଅର୍ଥନୈତିକ ଅଭିବୃଦ୍ଧି ସହ ପାରିବାରିକ ଓ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ। ବିଭିନ୍ନ ଯୋଜନା ସାଙ୍ଗକୁ ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବ। ପରିବାରିକ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

କର୍କଟ ରାଶି :

ଆଜି ତୁମର ଧନ ଲାଭ ହେବ। କିନ୍ତୁ ବିନିଯୋଗ ଦ୍ୱାରା ଟଙ୍କା କ୍ଷତି ମଧ୍ୟ ସମ୍ଭବ, ସେଥିପ୍ରତି ସଜାଗ ହୁଅ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ନୂଆ ଅତିଥି ଆସିପାରନ୍ତି। ବ୍ୟବସାୟରେ ଲାଭ ମିଳିବ। କାଳୀ ଜୀଙ୍କୁ ପ୍ରଣାମ ଜାରି ରଖନ୍ତୁ।

ସିଂହ ରାଶି :

ଏକାଦଶସ୍ଥ ରବି ହେତୁ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖି କାମ ହାସଲ କରିପାରିବେ। ମଘା ନକ୍ଷତ୍ର ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ବନ୍ଧୁଙ୍କ ସାହାଯ୍ୟରୁ ଆର୍ଥିକ ସ୍ଥିତି କେତେକାଂଶରେ ସୁଧୁରିଯିବ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

କନ୍ୟା ରାଶି :

ମଙ୍ଗଳ ଅଷ୍ଟମସ୍ଥ ଯୋଗୁ ଭ୍ରାତୃବିବାଦ, ପଡ଼ୋଶୀଙ୍କ ସହ ମନାନ୍ତର, ସହକର୍ମୀଙ୍କ ସହ କଳହର ସୂଚନା ରହିଛି। ଭାଗ୍ୟଭାବସ୍ଥ ବୃହସ୍ପତି ଯୋଗୁ ଯେତେ ସମସ୍ୟା ସୃଷ୍ଟି ହେଲେ ହେଁ ଅସୁବିଧା ହେବ ନାହିଁ। ଅର୍ଥ ଦେବାନେବାକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଶିଳ୍ପ, ପ୍ରଶାସନ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଏକ ତମ୍ବା ଜିନିଷ ଦାନ କରନ୍ତୁ।

ତୁଳା ରାଶି :

ଆପଣଙ୍କ ଇଚ୍ଛା ଅନୁଯାୟୀ ଆୟ ବୃଦ୍ଧି ପାଇବ। ଭ୍ରମଣ କରିବାକୁ ବାହାରକୁ ଯାଇପାର। ଅଟକି ଯାଇଥିବା ଟଙ୍କା ଫେରସ୍ତ ହେବ। ଆଜି ତୁମେ ଭଲ ଖବର ପାଇବ। ସ୍ୱାସ୍ଥ୍ୟ ଭଲ ଥିବ। ବ୍ୟବସାୟରେ ଭଲ ହେବ। ଶାନିଦେବଙ୍କୁ ପ୍ରଣାମ ଜାରି ରଖନ୍ତୁ।

ବିଛା ରାଶି :

ଆପଣ ଯାହା ଖୋଜୁଛନ୍ତି ଓ ଆଶା କରୁଛନ୍ତି ସେଥିପାଇଁ ଭାଗ୍ୟସ୍ଥ ଚନ୍ଦ୍ର ଅନୁକୂଳ ପରିବେଶ ସୃଷ୍ଟିକରିବ। ମଙ୍ଗଳଙ୍କ ସୁପ୍ରଭାବରେ ଧୌର୍ଯ୍ୟଧାରଣ କରି ପରିସ୍ଥିତିର ମୁକାବିଲା କରିବା ଭଲ ହେବ। ଶିଳ୍ପ, କଳା, ସାହିତ୍ୟ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ଟେନ୍‌ସନ ବଢ଼ିପାରେ। ହଳଦିଆ ଜିନିଷ ପାଖରେ ରଖନ୍ତୁ।

ଧନୁ ରାଶି :

ଦୁଃସ୍ଥାନସ୍ଥ ଚନ୍ଦ୍ର ଯୋଗୁ ମନରେ ବିଭିନ୍ନ ଦୁର୍ଭାବନା ସୃଷ୍ଟିହୋଇପାରେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅସନ୍ତୋଷର ମାତ୍ରା କ୍ରମଶଃ ବୃଦ୍ଧି ପାଇବ। ଅତି ଦରକାରୀ ଜିନିଷଗୁଡ଼ିକ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବହୁଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇପାରନ୍ତି। ପାଖରେ ଏକ ଲାଲ୍ ଜିନିଷ ରଖନ୍ତୁ।

ମକର ରାଶି :

ଆଜି ତୁମର ଦିନ ମଧ୍ୟମ ହେବ। କୌଣସି ପ୍ରକାରର ଆଘାତ ପାଇପାରନ୍ତି। ଆଜି କୌଣସି ଅସୁବିଧାରେ ପଡ଼ିପାରନ୍ତି। ଆଜି ଦିନର ପରିସ୍ଥିତି ପ୍ରତିକୂଳ ଅଟେ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ବ୍ୟବସାୟ ମଧ୍ୟ ଠିକ ରହିବ। କାଳୀ ମାଙ୍କୁ ପ୍ରଣାମ ଜାରି ରଖନ୍ତୁ

କୁମ୍ଭ ରାଶି :

ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଦୁର୍ଭାବନାଜନିତ ମାନସିକ ଶାନ୍ତି ରହି ନ ପାରେ। ବନ୍ଧୁଙ୍କ ସହ ଆଲୋଚନା, ଶୁଭେଚ୍ଛୁଙ୍କ ସୌହାର୍ଦ୍ଦ୍ୟ ଓ ଶୁଭ କାର୍ଯ୍ୟାରମ୍ଭ ସମ୍ପନ୍ନ ହେବାରେ ତ୍ରୁଟି ରହିବ ନାହିଁ। ଦିନଟିରେ ବହୁ ଭଲ କାମ କରିପାରିବେ। ବିଶେଷତଃ ଶତଭିଷା ନକ୍ଷତ୍ରର ଆଶା ପୂରଣ ହେବ ଏବଂ ଚେଷ୍ଟା କରୁଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ। ପାଖରେ ସବୁଜ ଜିନିଷ ରଖନ୍ତୁ।

ମୀନ ରାଶି :

କୋଣଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆନୁଷଙ୍ଗିକ ସାହାଯ୍ୟ ଲାଭପୂର୍ବକ କୌଣସି କାମ ଅଟକିବ ନାହିଁ। ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡ଼ିବାରୁ ଆଶ୍ୱସ୍ତି ଲାଭ କରିବେ। ଫେରନ୍ତା ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରି ପାରନ୍ତି। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button