ରାଜ୍ୟ

୨୨ ତାରିଖରୁ ବିଧାନସଭା ଅଧିବେଶନ

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ୧୭ ତମ ବିଧାନସଭାର ପ୍ରଥମ ଅଧିବେଶନ। ଏହି ଅଧିବେସନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୁର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବ। ଆସନ୍ତା ୨୫ ତାରିଖରେ ଗୃହରେ ବଜେଟ ଆଗତ କରିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି। ସେପ୍ଟେମ୍ବର ୧୦ ତାରିଖରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ। କାର୍ୟ୍ୟସୂଚୀ ଅନୁସାରେ ଜୁଲାଇ ୨୨ ତାରିଖରେ ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ରଖିବେ। ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଏବଂ ୨୩ ଓ ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହୋଇପାରେ। ତେବେ ରାଜ୍ୟରେ ନୂଆ ସରକାର କ’ଣ ବଜେଟ୍ ଆଣୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button