ଜ୍ୟୋତିଷ

ଦରିଦ୍ରତା କାହିଁକି ଆସେ ? ଏହାକୁ ଶୁଣିବା ପରେ ଜୀବନରେ କେବେ ବି ଆଉ ଦରିଦ୍ର ହୋଇ ରହିବେ ନାହିଁ

ନମସ୍କାର ବନ୍ଧୁଗଣ, ଦରିଦ୍ର ଏବଂ ଅଭାବ ଅନାଟନରେ ରହୁଥିବା ମଣିଷ ସର୍ବଦା ନିଜର ଏହି ଦୁଃଖଦାୟକ ଭାଗ୍ୟ ପାଇଁ ଭଗବାନଙ୍କ ଉପରେ ଦୋଷ ଲଦି ଥାଏ । କିନ୍ତୁ କେବେ ନିଜର ଦୋଷ ସେ ଦେଖିପାରି ନଥାଏ । ଗରିବ ହେବା ପଛର କାରଣ ରହିଛି ଯାହା ସାମାନ୍ୟ ମଣିଷକୁ ଜଣା ନଥାଏ ଏବଂ ଭଗବାନଙ୍କ ଉପରେ ଆରପ ଲଗାଇବାକୁ ଲାଗିଥାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ବ୍ୟକ୍ତିଙ୍କ ଜୀବନରେ କେଉଁ କାରଣ ପାଇଁ ମଣିଷ ଜୀବନରେ ଦାରିଦ୍ରତା ଦେଖା ଦେଇଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଜଣେ ଗୁରୁ ଏବଂ ଶିଷ୍ୟ ଜଙ୍ଗଲ ରାସ୍ତାରେ ଯାଉଥିଲେ ତାଙ୍କୁ ଶୋଷ କଲା । ଶୋଷ ମେଣ୍ଟାଇବା ପାଇଁ ଜଙ୍ଗଲ ମଝିରେ ଥିବା ଏକ କୁଡିଆ ପାଖରେ ପହଞ୍ଚିଲେ । ସେହି କୁଡିଆରେ ଥିବା ବ୍ୟକ୍ତିଙ୍କୁ ପାଣି ମାଗିଲେ । ସେହି ବ୍ୟକ୍ତି ଗୁରୁ ଏବଂ ଶିଷ୍ୟଙ୍କୁ ପାଣି ଦେଲା । ସେହି ବ୍ୟକ୍ତିଟି ବହୁତ ଗରିବ ଥିଲା କିନ୍ତୁ ତା ପାଖରେ ଏକ ଖାଲି ଜମି ପଡିଥିଲା ଯେଉଁଥିରେ ସେ ଚାଷ କରୁନଥିଲା ।

ଗୁରୁ ତାକୁ ସେହି କଥା ପଚାରିବାରୁ ସେ କହିଲା କି ଏହି ଜମି କିଛି ଫଳୁ ନାହିଁ  ଏବଂ ବହୁତ ପଇସା ମଧ୍ୟ ଖର୍ଚ ହେବ ଏଥିରେ ସେଥିପାଇଁ ଜମି ଖାଲି ପଡିଛି । ଗୁରୁ କହିଲେ ତୁମେ ଚଳୁଛ କେମିତି ଏହାର ଉତ୍ତର ଦେବାକୁ ଯାଇ ଦରିଦ୍ର ବ୍ୟକତି ଜଣଙ୍କ କହିଲା ମୋର ଏକ ଗାଈ ଅଛି ସେ ଯାହା କ୍ଷୀର ଦିଏ ତାହାକୁ ବିକି ନିଜ ପେଟ ପୋଷୀ ନିଏ । ଏହିସବୁ କଥା ମଧ୍ୟରେ ସନ୍ଧ୍ୟା ହୋଇଗଲା ।

ଗୁରୁ କହିଲେ ଆମେ କଣ ଆପଣଙ୍କ କୁଡିଆରେ ଆଜି ରାତି ପାଇଁ ଆଶ୍ରୟ ନେଇପାରିବୁ ବ୍ୟକ୍ତି ଜଣଙ୍କ ହଁ କହିଲେ । ଏହାପରେ ମଧ୍ୟ ରାତ୍ରି ବେଳକୁ ଗୁରୁଙ୍କ ନିଦ ଭାଙ୍ଗିଲା ଗୁରୁ ତାଙ୍କ ଶିଷ୍ୟକୁ ଉଠାଇ କହିଲେ ଚାଲ ଏଠୁ ଚାଲି ଯିବା ଏବଂ ଏହି ବ୍ୟକ୍ତିର ଗାଈକୁ ମଧ୍ୟ ନିଜ ସାଥିରେ ନେଇ ମଝି କଙ୍ଗଳରେ ଛାଡିଦେବା ଯେପରି ଗାଈ ଆଉ ଫେରିପାରିବନି । ଶିଷ୍ୟକୁ ଏହି କଥା ପସନ୍ଦ ହେଲା ନାହିଁ କିନ୍ତୁ ସେ ଗୁରୁଙ୍କ ଆଦେଶ ପାଳନ କଲା ।

ଏହା ପରେ ଗୁରୁ ଶିଷ୍ୟ ସେଠାରୁ ଗାଈକୁ ନେଇ ଚାଲିଗଲେ । ଏହିକଥା ସବୁବେଳେ ଶିଷ୍ୟ ନିଜ ମନରେ ଘାରି ହେଉଥାଏ । ଏହା ଭିତରେ ଏହି କଥାକୁ ଦଶ ବର୍ଷ ବିତି ସାରିଥାଏ । ଶିଷ୍ୟ ବଡ ହୋଇ ନିଜେ ଗୁରୁ ହୋଇସାରିଥାଏ । ଏହାପରେ ସେ ଭବିଲା କି ଥରେ ଯାଉଛି ସେହି ଜଙ୍ଗଲ ମଝିରେ ଥିବା ଦରିଦ୍ର ବ୍ୟକ୍ତିକୁ ଦେଖି ଆସିବି କିପରି ଅଛି କଣ କରୁଛି । ଯେତେବେଳେ ସେ ସେହି ସ୍ଥାନକୁ ଯାଆନ୍ତି ନିଜ ଆଖି ଉପରେ ବିଶ୍ଵାସ ମଧ୍ୟ କରିପାରନ୍ତି ନାହିଁ ।

କାରଣ ସେହି କୁଡିଆ ସ୍ଥାନରେ ଏବେ ବଡ ବଙ୍ଗଳାଟିଏ ଥିଲା । ଏହା ଦେଖି ଶିଷ୍ୟ ଜଣଙ୍କ ବ୍ୟକ୍ତିଙ୍କୁ ନିଜର ପରିଚୟ ଦେଇ ପଚାରିବାରୁ ସେ କହିଲେ କି ଗାଈ ତାଙ୍କ ପାଖରୁ କୁଆଡେ ଚାଲି ଯିବାରୁ ତାଙ୍କ ମୁଣ୍ଡରେ ବୁଦ୍ଧି ପଶିଲା କି ସେ କାଠ ବ୍ୟବସାୟ କରି ଚଳିବେ । ସେହି ବ୍ୟବସାୟରୁ ଭଲ ଲାଭ ହେବାକୁ ଲାଗିଲା ଯାହା ଫଳରେ ସେ ଜଣେ ଧନୀ ବ୍ୟକ୍ତି ପାଲଟି ଗଲେ । ଆଉ କହିଲେ ଯଦି ସେହି ଗାଈ ମୋ ପାଖରୁ ଯାଇନଥାନ୍ତା ତେବେ ମୁଁ ସେହି ଦରିଦ୍ର ହୋଇ ରହିଥାନ୍ତି ।

ସର୍ବଦା ଆମେ ନିଜକୁ ନିଜର ବର୍ତ୍ତମାନ ସହ ଏତେ ସୁବିଧା ଅନୁଭବ କରିଥାଉ କି ଆଗକୁ ବଢିବା କଥା ଏବଂ  କଷ୍ଟ କରି ନିଜ ଜୀବନକୁ ବଦଳାଇବା କଥା ଭାବି ନଥାଉ ତେଣୁ ଆପଣ ଆମ ଜୀବନ ସ୍ଥଗିତ ହୋଇ ରାହିଯାଏ । ଏହାର ଅର୍ଥ ଏହା ହେଲା କି ସର୍ବଦା ନିଜ କର୍ମ ଉପରେ ବିଶ୍ଵାସ ରଖି ଆଗକୁ ବଢିବାର ପ୍ରୟାସ କଲେ ହିଁ ମଣିଷ ଜୀବନରେ ଧନୀ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button