ଦେଶ- ବିଦେଶ

ନିଟ୍ ପେପର ଲିକ୍ ମାମଲା, ପ୍ରଥମ ଥର ବିହାରରୁ ୨ ଜଣଙ୍କୁ ଗିରଫ କଲା ସିବିଆଇ – Kalinga News

[ad_1]

ନୂଆଦିଲ୍ଲୀ: ପୂରା ଦେଶରେ ହଇଚଇ ସୃଷ୍ଟି କରିଥିବା ନିଟ-ୟୁଜି ପେପର ଲିକ୍ ମାମଲାରେ ସିବିଆଇ ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାରେ ସିବିଆଇ ପ୍ରଥମଥର ପାଇଁ ଗିରଫଦାରୀ କରିଛି। ସିବିଆଇ ପକ୍ଷରୁ ବିହାରର ପାଟଣାରୁ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମନୀଷ କୁମାର ଓ ଆଶୁତୋଷ କୁମାର। ମିଳିଥିବା ସୂଚନାନୁଯାୟୀ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇ ସିବିଆଇ ରିମାଣ୍ଡରେ ମଧ୍ୟ ନେଇଛି। ଗିରଫ ହୋଇଥିବା ମନୀଷ କୁମାର ପେପର ଲିକ୍ର ଅନ୍ୟତମ କାର୍ପଟଦାର ବୋଲି କୁହାଯାଉଛି। କାରଣ ଦୁର୍ନୀତିରେ ସାମିଲ ଥିବା ଏକାଧିକ ଶିକ୍ଷାର୍ଥୀଙ୍କ ପାଇଁ ମନୀଷ ହିଁ ପାଟନାରେ ରୁମ ବୁକିଂ କରିଥିଲା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button