ମୟୁର ପର ବଦଳାଇ ପାରେ ଆପଣଙ୍କ ଭାଗ୍ୟ, ନିଶ୍ଚିନ୍ତ କରନ୍ତୁ ଏହି କିଛି ଖାସ ଉପାୟ

ନମସ୍କାର ବନ୍ଧୁଗଣ ତେବେ ଆଜିର ଏହି ମହଙ୍ଗା ଦୁନିଆରେ ଧନ ହିଁ ଲୋକମାନଙ୍କ ପାଇଁ ଭଗବାନ ପାଲଟି ଗଲାଣି । ଆଜି କାଲିର ଲୋକମାନେ ଯେତେ ଟଙ୍କା କମାଇଲେ ମଧ୍ୟ ତାହା ଖର୍ଚ୍ଚ ହୋଇ ଯାଉଛି । ଆଜିର ଯୁଗରେ ଖୁବ କମ ଲୋକ ଏମିତି ଥିବେ ଯାହାକୁ ଟଙ୍କାର ଅଭାବ ହେଉ ନଥିବ । ଯଦି ବି କାହା ପାଖରେ ଅଧିକ ଧନ ରହିଛି ସେମାନଙ୍କର ଆହୁରି ଅଧିକ ଟଙ୍କା କମାଇବାର ଇଚ୍ଛା ରହୁଛି । ଧନର ଲୋଭ ଏମିତି ହିଁ ହୋଇଥାଏ କି ଯେତେ ଥିଲେ ମଧ୍ୟ ମନ ଭରେ ନାହିଁ ।
ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହା ଦ୍ଵାରା ଟଙ୍କା ଆସିବାର ବାଟ ଖୋଲିଯିବ ଓ ତାହା ବହୁତ ଦିନ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ରହିବ । ତେବେ ଏଥିପାଇଁ ଆପଣଙ୍କୁ କେବଳ ୩ ଟି ମୟୁର ପର ଦରକାର । ଏହାର ବ୍ୟବହାର କେମିତି କରିବେ ତାହା ଆମେ ଆପଣଙ୍କୁ କହିବୁ ।
ଆପଣ ମାନେ ଜାଣି ରଖନ୍ତୁ ଯେ ଏହି ମୟୁର ପର କଣ ଅଟେ । ଏହା ଏକ ଚମତ୍କାରୀ ଯନ୍ତ୍ର ଅଟେ ଓ ଏହା ତନ୍ତ୍ର ବିଦ୍ୟାରେ ବହୁତ କାମରେ ଆସିଥାଏ । କେବଳ ଏବେ ନୁହେଁ ବରଂ ପ୍ରାଚୀନ କାଳରୁ ଏହାର ବ୍ୟବହାର କରା ଯାଉଛି । ଜ୍ଯୋତିଷ ଶାସ୍ତ୍ରରେ ଏହାର ବ୍ୟବହାର ଉଲ୍ଲେଖ ଅଛି । ଭଗବାନ କୃଷ୍ଣ ଙ୍କ ମୁକୁଟରେ ମୟୁର ପର ର ବ୍ୟବହାର ହୋଇଥାଏ ।
ତେବେ ଏହି ମୟୁର ପର ବିଦ୍ୟା ଦେବୀ ସରସ୍ଵତୀ, ଧନ ଦେବୀ ମାତା ଲକ୍ଷ୍ମୀ, ଶ୍ରୀ କୃଷ୍ଣ, କାର୍ତ୍ତିକ, ହନୁମାନ ସମସ୍ତଙ୍କ ସହିତ ଯୋଡା ଯାଇଥାଏ । ଏହି ମୟୁର ପରକୁ ଯଦି ଆପଣ ବଂଶୀ ସହିତ ରଖିବେ ତେବେ ସମ୍ପର୍କରେ ମଧୁରତା ଆସିଥାଏ । ଘରେ ଯଦି ନକରାତ୍ମକ ଉର୍ଜ୍ଜା ବଢିଯାଏ ତେବେ ଏହାକୁ କେମିତି ଦୂର କରିବା କେମିତି ଏହାର ବିନାଶ କରିବା ଏଥିପାଇଁ ଆପଣ ଏକ ମୟୁର ପରକୁ ସନ୍ଧ୍ୟା ଆଳତି ପରେ ଜୋର ଜୋର ରେ ହଲାନ୍ତୁ ।
ଏହା ଦ୍ଵାରା ଆପଣଙ୍କ ଘରେ ଥିବା ନକରାତ୍ମକ ଚାଲି ଯାଇଥାଏ । ଏହା ଆପଣ ପ୍ରତିଦିନ କରନ୍ତୁ ଏହା ବହୁତ ଲାଭକାରୀ ହୋଇଥାଏ । ଏହା ଦ୍ଵାରା ଘରୁ ନକରାତ୍ମକ ଉର୍ଜ୍ଜା ଚାଲିଯାଏ ଓ ଯେଉଁ ଘରେ ସକରାତ୍ମକ ଉର୍ଜ୍ଜା ଅଧିକ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ଘରର ସେହି କୋଣ ବିଷୟରେ ଯେଉଁଠି ମୟୁର ପର ରଖିଲେ ଆପଣଙ୍କ ଘର ସକରାତ୍ମକ ଉରଜ୍ଜାରେ ଭରପୁର ରହିବ ଓ ଲକ୍ଷ୍ମୀ ସବୁବେଳେ ଆପଣଙ୍କ ଘରେ ବାସ କରିବେ ।
ତେବେ ଆପଣ ଘରେ କୌଣସି ଏକ ଶୁଭ ଦିନରେ ମୟୁର ପର ଘରର ଏକ ଏମିତି କୋଣରେ ରଖନ୍ତୁ ଯେଉଁଠି ସମସ୍ତଙ୍କର ନଜର ପଡିବ । ଏହା ନକରାତ୍ମକ ଉର୍ଜାକୁ ନିଜ ଆଡକୁ ଟାଣି ନେଇଥାଏ । ମୟୁର ପରର ଏହି ଉପାୟ ଆପଣଙ୍କର ଓ ଆପଣଙ୍କ ପରିବାରର ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଆଣି ଦେଇଥାଏ। ତେବେ ମୟୁର ପରର ବ୍ୟବହାର ସବୁ ସ୍ଥାନରେ ହୋଇଥାଏ ଯେମିତି କି ବିଦ୍ୟାର୍ଥୀ ମାନେ ନିଜ ବହି ଭିତରେ ଅଭିମନ୍ତ୍ରିତ ମୟୁର ପର ରଖିଲେ ଏହା ସେମାନଙ୍କ ପାଇଁ ରାମବାଣ ସଦୃଶ ହୋଇଥାଏ ।
ଘରର ସବୁ ରୁମ ରେ ଗୋଟିଏ ଗୋଟିଏ ମୟୁର ପର ରଖିଲେ ଘରର ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ ।ତେବେ ଘରେ କୌଣସି ସମସ୍ୟା କିମ୍ବା ନକରାତ୍ମକ ଉର୍ଜା ଥିଲେ ଘରର ମୁଖ୍ୟ ଦ୍ୱାର ରେ ଆପଣ ଗଣେଶଙ୍କ ଫଟୋ ରଖନ୍ତୁ ଏବଂ ଦୁଇ ପରେ ମୟୁର ପର ଲଗାନ୍ତୁ। ତେବେ ଗ୍ରହ ଶାନ୍ତି ପାଇଁ ଆପଣ ମୟୁର ପର ଉପରେ ଗଙ୍ଗା ଜଳ ପକେଇ ଏକ ଏଭଳି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠି କେହି ବି ଦେଖି ପାରିବେ ନାହିଁ। ଏହା ଦ୍ୱାରା ଆପଣଙ୍କ ଘରେ ଶାନ୍ତି ବଜାୟ ରହିଥାଏ। ତେବେ କାହାକୁ ନଜର କିମ୍ବା ଗୁଣି କରିଥିଲେ ସେହି ବ୍ୟକ୍ତି ର ତକିଆ ତଳେ ଏକ ମୟୁର ପର ରଖନ୍ତୁ ଏବଂ ତାକୁ ସକାଳେ ପାଣି ରେ ପକେଇ ଦିଅନ୍ତୁ।