ମନୋରଞ୍ଜନ

‘ଯୋଡ଼ି ସଲାମତ୍‌ ରହେ’: ସୋନାକ୍ଷୀଙ୍କ ବିବାହକୁ ନେଇ କହିଲେ ବାପା ଶତ୍ରୁଘ୍ନ ସିହ୍ନା – Kalinga News

[ad_1]

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ତାଙ୍କ ପ୍ରେମିକ ଜହିର ଇକ୍‌ବାଲ୍‌। ସେମାନେ ବିବାହ କରିବା ପରେ ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନା ନବବିବାହତା ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି। ଶତ୍ରୁଘ୍ନ ସିହ୍ନା ଏକ ସାକ୍ଷାତ୍‌କାରରେ ଝିଅକୁ ବାହାଘର ପାଇଁ ଶୁଭେଚ୍ଛା ଦେବା ସହ ‘ଯୋଡ଼ି ସଲାମତ୍‌ ରହେ’ ବୋଲି କହିଛନ୍ତି।

ସୋନାକ୍ଷୀ ଜୁନ୍‌ ୨୩ (ଗତକାଲି) ବିବାହ କରିଛନ୍ତି। ରବିବାର ଦିନ ମୁମ୍ବାଇର ବାନ୍ଦ୍ରା ଆପାର୍ଟମେଣ୍ଟରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି ସେ।

ସାଧାରଣ ଭାବେ  ବିବାହ କରିବା ପରେ ଏହି ଦମ୍ପତି ଦାଦାର ବସ୍ତିଆନ୍ ଠାରେ ଏକ ବିଶାଳ ରିସେପ୍ସନ୍ ଆୟୋଜନ କରିଥିଲେ। ଯେତେବେଳେ ଝିଅର ବିବାହକୁ ନେଇ ତାଙ୍କ ସୁଖ ବିଷୟରେ ପଚରାଗଲା ତ ଶତ୍ରୁଘ୍ନ ବର୍ତ୍ତମାନ କହିଛନ୍ତି, “ଏହା ପଚାରିବା ପରି ଏକ ପ୍ରଶ୍ନ ନୁହେଁ। ପ୍ରତ୍ୟେକ ପିତା ଏହି ମୁହୂର୍ତ୍ତକୁ ଅପେକ୍ଷା କରନ୍ତି ଯେ ତାଙ୍କ ଝିଅକୁ ମନ ମୁତାବକ ବର ମିଳୁ। ମୋ ଝିଅ ଜହିରଙ୍କ ସହିତ ଖୁବ୍ ଖୁସି ଦେଖାଯାଏ। ସେମାନଙ୍କ ଯୋଡ଼ି ସବୁବେଳେ ଏମିତି ଥାଉ।’’

୪୪ବର୍ଷ ପୂର୍ବେ, ଶତ୍ରୁଘ୍ନ ସିହ୍ନା ନିଜ ପସନ୍ଦର ପୁନମ୍ ସିହ୍ନାଙ୍କୁ ବିବାହ କରିଥିଲେ।ଏବେ ତାଙ୍କ ପସନ୍ଦର ପୁଅକୁ ବିବାହ କରିବା ସୋନାକ୍ଷୀଙ୍କ ପର୍ଯ୍ୟାୟ ବୋଲି ସେ ଉଲ୍ଲେଖ କରିଛନ୍ତି।
ସୋନାକ୍ଷୀ ଏବଂ ଜହିର ନିଜ ବିବାହର ଚିତ୍ର ଇନଷ୍ଟାଗ୍ରାମରେ ଏକ ହୃଦୟସ୍ପର୍ଶୀ ନୋଟ ସହିତ ସେୟାର କରିଛନ୍ତି। ନୋଟ୍‌ ମୁତାବକ ବିବାହର ଠିକ୍‌ ୭ ବର୍ଷ ପୂର୍ବେ ସମାନ ଦିନରେ ହିଁ ଦୁହିଁଙ୍କୁ ଦୁହିଁଙ୍କ ସହ ପ୍ରେମ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button