ଜ୍ୟୋତିଷ

ତିନି ଅକ୍ଷର ମୋର ନାମ , ପ୍ରଥମ କାଟିଲେ ରାମ.. ଦ୍ୱିତୀୟ କାଟିଲେ ଫଳର ନାମ… ଏହାର ଉତ୍ତର କଣ ? କେବଳ 100% IQ ବାଲା ହିଁ ଉତ୍ତର ଦେଇପାରିବେ

ନମସ୍କାର ବନ୍ଧୁଗଣ । ଆଜି ଆମେ କିଛି ଏପରି ମଜେଦାର ଚତୁର ପ୍ରଶ୍ନ ଉତ୍ତର ମାନ ନେଇ କରି ଆସିଛୁ ଯାହା ଆପଣଙ୍କ ର ମସ୍ତିସ୍କ ର ବୁଦ୍ଧି କୁ ପ୍ରଖର କରିବା ସହ ନିଜର ବିରକ୍ତି ଭାବ କୁ ମଧ୍ୟ ଦୂର କରି ପାରିବେ । ତେବେ ଆସନ୍ତୁ ଆଉ ଅଧିକ ବିଳମ୍ବ ନ କରି ଆଜିର ଏହି ବିଷୟ ବସ୍ତୁ ଟିକୁ ଆରମ୍ଭ କରିବା ।

ପ୍ର : ସରଗରୁ ଆସିଲା ଟୋକା ଟିଏ, ତା ମୁଣ୍ଡ ରେ ଟୋପି ଟିଏ । ଉତ୍ତର କଣ ?

ଉତ୍ତର :- ତାଳ ।

ପ୍ର : ଚାରିଟି ଅକ୍ଷରେ ନାମ ମୋହର, ଚାରିଟି ଅକ୍ଷରେ ହର୍ଷେଇ କାର । କହିଲ ଦେଖି ନାମ କଣ ?

ଉତ୍ତର :- ଝିଟିପିଟି ।

ପ୍ର : ଗୋଟିଏ ଘର ବାର ଦୁଆର ତିନି ଲୋକ ଚଳ ପ୍ରଚଳ ?

ଉତ୍ତର :- ଘଣ୍ଟା ।
ପ୍ର : ଗରମ ପାଇଲେ ଆକାଶ ରେ ଉଡେ, ଶୀତଳ ପାଇଲେ ତଳକୁ ପଡେ । କହିଲ ଦେଖି କିଏ ମୁଁ ଅଟେ ?

ଉତ୍ତର :- ବାଷ୍ପ ।

ପ୍ର : ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ । ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ । ଲାଞ୍ଜ ଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର :- ବେଲୁନ ।

ପ୍ର : କେଉଁ ଜିନିଷ ପ୍ରଥମ ଦୁଇଥର ମାଗଣା ରେ ମିଳେ କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ ?

ଉତ୍ତର :- ଦାନ୍ତ ।

ପ୍ର : ଗୋଟିଏ ଫଳରେ ଅନେକ କଣ୍ଟ ଆକିନ୍ତୁ ପାଚିଲା ଆଖିଲେ ଅନେକ ଅଠା । କହିଲ ଦେଖି କିଏ ସେ ଅଟେ ?

ଉତ୍ତର :- ପଣସ ।

ପ୍ର : ବନ ରୁ ଆସିଲା କୁତି, ଖାଇବାରେ ଦେଲା ମୁତି । ଅଟେ ସେ କିଏ ?

ଉତ୍ତର :- ଲେମ୍ବୁ ।

ପ୍ର : ତିନି ଅକ୍ଷର ମୋର ନାମ, ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳ ର ନାମ ଏହାର ଉତ୍ତର କଣ ?

ଉତ୍ତର :- ଆରମ ।

ପ୍ର : ଗୋଟିଏ ଶବ୍ଦ ରେ ଉତ୍ତର ଦିଅ ? ଗୋଟିଏ ଫଳ ର ନାମ, ଗୋଟିଏ ଝିଅ ର ନାମ ଓ ଗୋଟିଏ ରଙ୍ଗର ନାମ । କହିଲ ଦେଖି କିଏ ସେ ଅଟେ ?

ଉତ୍ତର :- କମଳା ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ କରିବା ସହ ନିଜ ମିତ୍ର ମାନଙ୍କ ସହ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button