ମନୋରଞ୍ଜନ

ମା’ଙ୍କ ଜିଦ ପାଇଁ ସୁଟିଂକୁ ଅଧାରୁ ବନ୍ଦ କରି ସିନେମାରୁ ଚୁମ୍ବନ ଦୃଶ୍ୟ ହଟାଯାଇଥିଲା – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରିର ‘ଡ୍ରିମ ଗାର୍ଲ’ ହେମା ମାଳିନୀଙ୍କ ପ୍ରଶଂସକଙ୍କ ସଂଖ୍ୟା ଆଜି ବି ବୃଦ୍ଧି ପାଇବାରେ ଲାଗିଛି। ହେମାଙ୍କ ଗୋଟିଏ ଝଲକ ପାଇବା ପାଇଁ ପ୍ରଶଂସକମାନେ ଅପେକ୍ଷା କରି ରହିଥାଆନ୍ତି।

ହେମା ତାଙ୍କ ଅଭିନୟ ଜୀବନରେ ବଲିଉଡକୁ ଅନେକ ସୁପରହିଟ ସିନେମା ଭେଟି ଦେଇଛନ୍ତି। ୭୦ଦଶକରେ ହେମା ମାଳିନୀ ବଲିଉଡର ଶୀର୍ଷ ଅଭିନେତ୍ରୀ ଥିଲେ। ହେମା ତାଙ୍କର ଜୀବନରେ ସଫଳତା ପାଇବା ପାଇଁ ଖୁବ ପରିଶ୍ରମ କରିଛନ୍ତି। ଯେଉଁଥିପାଇଁ ଆଜି ସେ ଏତେବଡ଼ ନାମ କମାଇ ପାରିଛନ୍ତି।

ହେମା ମାଳିନୀଙ୍କ ୧୯୭୫ ମସିହାରେ ‘ଧର୍ମାତ୍ମା’ ସିନେମା ଆସିଥିଲା। ଏହି ସିନେମାରେ ଫି‌ରୋଜ ଖାନ ଉଭୟ ପ୍ରଯୋଜକ ଓ ନିର୍ମାତା ସାଜିଥିବା ବେଳେ ହିରୋ ହୋଇ ଅଭିନୟ ବି କରିଥିଲେ।

ସିନେମାର ଏକ ଦୃଶ୍ୟରେ ଫିରୋଜ ଖାନ ଓ ହେମାଙ୍କ ମଧ୍ୟରେ ଚୁମ୍ବନ ଦୃଶ୍ୟ ଥିଲା।  ସେ ସମୟରେ ହେମାଙ୍କ ସହିତ ସବୁବେଳେ ସୁଟିଂ ସେଟରେ ତାଙ୍କ ମା’ ରହୁଥିଲେ। ସୁଟିଂ ସମୟରେ ସେ  ହେମାଙ୍କ ଚୁମ୍ବନ ଦୃଶ୍ୟକୁ ଦେଖି ତାହାକୁ ସିନେମାରୁ ହଟାଇବାକୁ ଅଡି ବସିଥିଲେ।  ହେମାଙ୍କ ମା’ଙ୍କ ଜିଦ ହେତୁ ଶେଷରେ ଫିରୋଜ ଖାନ ସିନେମାରୁ ଚୁମ୍ବନ ଦୃଶ୍ୟକୁ ହଟାଇ ଦେଇଥି‌ଲେ।

ଫିରୋଜ ଖାନଙ୍କ ‘ଧର୍ମାତ୍ମା’  ହେଉଛି ପ୍ରଥମ ହିନ୍ଦୀ ସିନେମା ଯାହାକି ଆଫଗାନିସ୍ତାନରେ ସୁଟ କରାଯାଇଥିଲା।  ହେମାଙ୍କୁ ଶେଷଥର ପାଇଁ ୨୦୨୦ରେ ସିନେମା ‘ଶିମଲା ମିର୍ଜି’ରେ ଦେଖିବାକୁ ମିଳିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button