ଅପରାଧ

ସ୍ତ୍ରୀଙ୍କ ମୃତ୍ୟୁର ୧୦ମିନିଟ ପରେ ଆଇସିୟୁରେ ଜୀବନ ହାରିଦେଲେ ଆଇପିଏସ୍ ଅଧିକାରୀ – Kalinga News

[ad_1]

ନୂଆଦିଲ୍ଲୀ: ଆସାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ସ୍ତ୍ରୀଙ୍କ ମୃତ୍ୟୁପରେ ଜୀବନ ହାରି ‌ଦେଇଥିବା ଜଣାପଡ଼ିଛି। ମୃତ ଆଇପିଏସ୍ ଅଧିକାରୀଙ୍କ ନାମ ଶିଳାଦିତ୍ୟ ଚେତିୟା।

ପ୍ରକାଶିତ ରିପୋର୍ଟ ମୁତାବକ, ନେମକେୟାର ହସ୍ପିଟାଲରେ ଶିଳାଦିତ୍ୟ ଚେତିଆଙ୍କ ସ୍ତ୍ରୀ ଅଗାମୋନି ବୋରବରୁଆ(୪୦) କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।  ସ୍ତ୍ରୀଙ୍କ ମୃତ୍ୟୁ ପରେ ଶିଳାଦିତ୍ୟ ହସ୍ପିଟାଲ କର୍ମଚାରୀଙ୍କୁ କ୍ୟାବିନରୁ କିଛିସମୟ ବାହାରକୁ ଯିବାକୁ ଅନୁରୋଧ କରି କହିଥିଲେ, ‘ଦୟାକରି ଆପଣମାନେ ବାହାରକୁ ଯାଆନ୍ତୁ। ମୁଁ ସ୍ତ୍ରୀ ପାଖରେ ବସି ୧୦ମିନିଟ ପାର୍ଥନା କରିବାକୁ ଚାହୁଁଛି।’ ଏହାପରେ କର୍ମଚାରୀମାନେ ମୃତ ଅଗାମୋନିଙ୍କ କ୍ୟାବିନରୁ ବ‌ାହାରକୁ ଚାଲିଯାଇଥିଲେ। ସ୍ତ୍ରୀଙ୍କ ମୃତ୍ୟୁର ୧୦ମିନିଟ ପରେ ଶିଳାଦିତ୍ୟ ଆଇସିୟୁରେ ନିଜକୁ ଗୁଳି କରି ଜୀବନ ହାରି ଦେଇଥିଲେ।

 

ଏହି ଘଟଣାକୁ ନେଇ ନେମକେୟାରର ପରିଚାଳନା ନିର୍ଦ୍ଦେଶକ ହିତେଶ ବାରୁଆ କହିଛନ୍ତି, କର୍ମଚାରୀମାନେ ଗୁଳିଶବ୍ଦ ଶୁଣି ଆଇସିୟୁ କ୍ୟାବିନକୁ ଦୌଡ଼ି ଯାଇଥିଲେ। ଏହି ସମୟରେ  ଶିଳାଦିତ୍ୟ ସ୍ତ୍ରୀ ଅଗାମୋନିଙ୍କ ଗୋଡ଼ ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ସ‌ଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଶିଳାଦିତ୍ୟଙ୍କୁ ବଞ୍ଚାଇବାକୁ ବହୁ ଚେଷ୍ଟା କରାଯାଇଥିଲେ ହେଁ ଏ ଉଦ୍ୟମ ଅସଫଳ ରହିଥିଲା।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button