ଧନପ୍ରାପ୍ତି ସହିତ ପାଇବେ କରଜରୁ ମୁକ୍ତି । କେବଳ ଶ୍ରୀହନୁମାନଙ୍କୁ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ
ମଙ୍ଗଳବାରଟି ସଙ୍କଟମୋଚନ ଶ୍ରୀହନୁମାନଙ୍କୁ ସମର୍ପିତ ଅଟେ । ତୁଳସୀ ଦାସ ଶ୍ରୀହନୁମାନଙ୍କୁ କହନ୍ତି ଯେ ସଂସାରର ଏଭଳି କୌଣସି କାମ ନାହିଁ ଯାହା ଭଗବାନ ହନୁମାନ କରି ପାରିବେ ନାହିଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଶ୍ରୀହନୁମାନଙ୍କୁ କେଉଁ ଜିନିଷ ଚଢ଼ାଇବା ଦ୍ୱାରା କଣ ପ୍ରାପ୍ତି ହୋଇଥାଏ । ଯଦି ଆପଣଙ୍କ ଜୀବନରେ ବଡ଼ ସଙ୍କଟ ଅଛି ତେବେ କୌଣସି ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କ ମନ୍ଦିରକୁ ଯାଇ ବିଡ଼ା ପାନ ଅର୍ପଣ କରି ଦିଅନ୍ତୁ । ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀହନୁମାନଙ୍କୁ ଅର୍ପଣ କରୁଥିଲେ ମିଠା ପାନ ବିନା ଚୁନରେ ବନାଇ ଅର୍ପଣ କରି ଦିଅନ୍ତୁ । ସେଥିରେ ଲବଙ୍ଗ ଏବଂ ଗୁଜୁରାତି ଦେଇ ପାରିବେ । ସେହି ସମୟରେ ଶ୍ରୀରାମଙ୍କ ନାମ ୧୦୮ ଥର ଜପ କରିଦେବେ ।
ଏହାଦ୍ବାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ । ଶ୍ରୀହନୁମାନଙ୍କୁ ଲବଙ୍ଗ , ଗୁଜୁରାତି ଏବଂ ସୁପାରି ଅର୍ପଣ କଲେ ଶ୍ରୀହନୁମାନ ପ୍ରସନ୍ନ ହେବେ ଏବଂ ଏହିସବୁ ଜିନିଷ ଶନିବାର ଦିନ ଅର୍ପଣ କଲେ ଶନି ଦୋଷା ଦୂର ହୋଇଯିବ । ବିବାହରେ ବିଳମ୍ବ ହେଉଥିବା ପୁଅ ଝିଅ ଏହି ଉପାୟ କରି ପାରିବେ ।
ଗୋଟିଏ ପାଣି ଥିବା ନଡ଼ିଆ ନେଇ ସେଥିରେ ନାଲି ସୂତାକୁ ଗୁଡ଼ାଇ ସ୍ୱସ୍ତିକ ଚିହ୍ନ କରି ଆଠଟି ମଙ୍ଗଳବାର ଶ୍ରୀହନୁମାନଙ୍କ ଚରଣରେ ରଖନ୍ତୁ ଏବଂ ତାପରେ ସୋରିଷ ସହିତ ଘରର ଦ୍ୱାରରେ ବାନ୍ଧି ଦିଅନ୍ତୁ । ଦେଖିବେ ଘରର ସବୁ ସମସ୍ୟା ଦୂର ହୋଇଯିବ । ଆପଣଙ୍କ ଘର ଉପରେ କୌଣସି ଗୁଣି ଗାରେଡ଼ି ହୋଇଥିଲେ ତାହା ମଧ୍ୟ ଦୂର ହୋଇଯିବ ।
ଶ୍ରୀହନୁମାନଙ୍କୁ ଗୁଡ଼ ଏବଂ ଚଣା ଚଢ଼ାଇଲେ ମଙ୍ଗଳ ଦୋଷ ଦୂର ହୋଇଥାଏ । ଶ୍ରୀହନୁମାନଙ୍କ ପୂଜାରେ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ତାଙ୍କ ସହିତ ମାତା ଅଞ୍ଜନୀ ଏବଂ ଶ୍ରୀରାମଙ୍କ ପୂଜା କରନ୍ତୁ । ଶ୍ରୀହନୁମାନଙ୍କୁ ପୂଜା କରିବା ସମୟରେ ନାଲି ଫୁଲ ଅର୍ପଣ କରନ୍ତୁ । ପଞ୍ଚାମୃତ ଅର୍ପଣ କରନ୍ତୁ ନାହିଁ ଏବଂ ପୂର୍ବ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ମଙ୍ଗଳ ଦୋଷ ଥିଲେ ଶ୍ରୀହନୁମାନଙ୍କୁ ଦୀପ ଅର୍ପିତ କରିବା ସମୟରେ ଦୀପ ତଳେ ଦୁଇ ଦାନା ନାଲି ମସୁର ଡାଲି ରଖି ଦିଅନ୍ତୁ । ମଙ୍ଗଳଙ୍କୁ ଶାନ୍ତ କରିବା ପାଇଁ ଗୁଡ଼ , ଚିନି ମଧ୍ୟ ଅର୍ପିତ କରି ପାରିବେ । ଏହାଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହାବ୍ୟତୀତ ଶ୍ରୀହନୁମାନଙ୍କୁ ବୁନ୍ଦୀ ଲଡୁ ଅର୍ପଣ କଲେ ସବୁ ଗ୍ରହ ଶାନ୍ତ ହୋଇ ଯାଆନ୍ତି । କରଜରୁ ମୁକ୍ତି ପାଇଁ ଅଶ୍ୱତ୍ଥ ପତ୍ରର ମାଳା ବନାଇ ଶ୍ରୀହନୁମାନଙ୍କୁ ଅର୍ପଣ କରି ପାରିବେ ।