ସ୍ୱାସ୍ଥ୍ୟ

ରାତି ଏସିରେ ଶୋଇବା ଶରୀର ପାଇଁ ବିପଦ …

ରାଦିନେ ଏସିରୁ ସଭିଏଁ ଆଶ୍ୱସ୍ତି ପାଇ ଥାଆନ୍ତି। ପ୍ରବଳ ଖରା, ଗରମରୁ ଏସି ଆରାମ ପ୍ରଦାନ କରିଥାଏ। ମାତ୍ର ଅନେକ ସମୟରେ ଏହି ଆରାମ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। ବର୍ତ୍ତମାନ ସମୟରେ ମଧ୍ୟ ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଉଛି। ରାତିରେ ମଧ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଏହି କାରଣରୁ ଏସି ବ୍ୟବହାର ଅଧିକ ବୃଦ୍ଧି ପାଇଛି।

ତେବେ ଅନେକଙ୍କ ଅଭ୍ୟାସ ଦିନ ରାତି ଏସିରେ ରହିବା। ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ।
ଏସି କକ୍ଷରେ ଆଦ୍ରତାକୁ କମ୍ କରି ଦେଇଥାଏ। ଏହି ଆଦ୍ରତା କମ୍ ହେବା ଦ୍ୱାରା ତ୍ୱଚା ଓ ଏଲର୍ଜି ସମସ୍ୟା ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ କ୍ଷତିକାରକ ହୋଇଥାଏ। ସାରା ରାତି ଏସିରେ ଶୋଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ସହ କାଶ, ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଅନୁଭବ ହୋଇଥାଏ।

ରାତି ସାରା ଏସିରେ ଶୋଇବା ଦ୍ୱାରା ତ୍ୱଚାର ଶୁଷ୍କତା, କୁଣ୍ଡାଇ ହେବା ଆଦି ସମସ୍ୟା ସୃଷ୍ଟି ହୋଇଥାଏ। ତ୍ୱଚାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଥାଏ। ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ଏସି ପାଇଁ ମାଂସପେଶୀରେ ଯନ୍ତ୍ରଣା ସହ ଅନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଆଣ୍ଠୁଗଣ୍ଠି, ହାଡ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ।ଲଗାତାର ଏସିରେ ରହିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ। ଏସିରେ ରହିବା ଦ୍ୱାରା ବାହାର ପରିବର୍ତ୍ତନ ହେଉଥିବା ତାପମାତ୍ରା ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ। ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗର କାରଣ ପାଲଟିଥାଏ।

ଏସିରେ ଲଗାତାର ରହିବା ଦ୍ୱାରା ଆଖିର ଆଦ୍ରତା ମଧ୍ୟ କମ୍ ହୋଇଥାଏ। ଆଖିରେ ଅନେକ ସମୟରେ ଜଳାପୋଡା ଅନୁଭବ ହୋଇଥାଏ।

ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..
ଏସିର ତାପମାତ୍ରା ଆବଶ୍ୟକତା ଠାରୁ କମ୍ ରଖନ୍ତୁ ନାହିଁ। ୨୨-୨୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହିଁ ରଖନ୍ତୁ।
ଏସି ଲଗାଇବା ପୂର୍ବରୁ ଫ୍ୟାନ୍ ନିଶ୍ଚୟ ଲଗାନ୍ତୁ।
ଏହି ଫିଲ୍ଟରକୁ ନିୟମିତ ସଫା କରନ୍ତୁ। ଯେପରି ଧୂଳି ଓ ବ୍ୟାକ୍ଟେରିଆ ଜମା ନ ହେଉ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button