ଜ୍ୟୋତିଷ

Vastu Tips: ଝିଟିପିଟି ଆପଣଙ୍କୁ କରିପାରେ କୋଟିପତି ! କେବଳ କରନ୍ତୁ ଏହି ଉପାୟ

ବନ୍ଧୁଗଣ ଝିଟିପିଟି ଦେଖିବା ଏକ ସାଧାରଣ ଘଟଣା ବୋଲି ଆମେ ମାନିଥାଉ । ଏମିତିକି ଝିଟପିଟିକୁ ସାଧାରଣ ଜୀବ ଭାବେ ମାନାଯାଏ । କିନ୍ତୁ ପ୍ରତେକ ଜୀବଜନ୍ତୁ ଓ ମଣିଷ ମଧ୍ୟରେ ପ୍ରକୃତିର ଅଲଗା ସମ୍ପର୍କ ରହିଥାଏ ଆଉ ଏହି କଥା ଖୁବ କମ ଲୋକ ଜାଣିଥିବେ । ଜ୍ଯୋତିଷ ଶାସ୍ତ୍ରର ଝିଟିପିଟିକୁ ଖାସ ଜୀବର ମାନ୍ୟତା ମିଳିଛି । ଏହାକୁ ଦେଖିବା ଓ ଏହାର ଗତିବିଧିକୁ ଲକ୍ଷ୍ୟ କରି ଅନେକ କଥା ବର୍ଣ୍ଣିତ ରହିଛି ।

ଯାହାର ଜ୍ଞାନ ଆପଣଙ୍କୁ ମିଳିଲେ ଜୀବନରେ ଉନ୍ନତିର ପାହାଚରେ ଠିଆ କରିଦେବ । ଆଜି ଆମେ ଆପଣଙ୍କୁ ଝିଟପିଟି ଦେଖିଲେ କଣ ସଂକେତ ମିଳିଥାଏ ତାହା କହିବାକୁ ଯାଉଛୁ । ଯଦି ଝିଟପିଟି ଭୂମିରେ ଦେଖାଯିବା ବା ଅଚାନକ ତଳକୁ ଖସି ପଡିବା ବା ଶରୀରରେ ଖସି ପଡିବା ଅନେକ ଶୁଭ ଅଶୁଭ ଦର୍ଶାଇଥାଏ । ଦୀପାବଳିରେ ଝିଟପିଟି ଦେଖାଗଲେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।

ଏହି ଦିନ ଝିଟପିଟି ଆପଣଙ୍କ ଉପରେ ଖସି ପଡିଲେ ସାରା ବର୍ଷ ଧନଧାନ୍ୟ ଓ ସୌଭାଗ୍ୟ ବୃଦ୍ଧି ପାଇଥାଏ । ଜ୍ଯୋତିଷ ଶାସ୍ତ୍ରରେ ଏହାକୁ ପୂଜନୀୟ ପରଣୀ ଭାବେ ମାନ୍ୟତା ଅଛି । ଏହାକୁ ପୂଜା କରିଲେ ଧନ ଜନିତ ସମସ୍ଯା ଦୂର ହୁଏ । ଭୂମି ଉପରେ ଝିଟିପିଟି ଦେଖିଲେ ଠାକୁର ଘରୁ ସିନ୍ଦୁର ଓ ଅରୁଆ ଚାଉଳ ଆଣି ତା ଉପରେ ପକାଇ ଦିଅନ୍ତୁ । ମନରେ ଥିବା କୌଣସି ଇଚ୍ଛା ପୂରଣ କରିବାକୁ ପ୍ରାର୍ଥନା କରନ୍ତୁ ।

ଝିଟପିଟି ଏମିତି ଏକ ଜୀବ ଯାହାକୁ ଦେଖିଲେ ଲୋକେ ଘୃଣା ଓ ଭୟ କରିଥାନ୍ତି । କିନ୍ତୁ ଏହା ଭୁଲ ଅଟେ । ଘର ସଫା କରିବା ସମୟରେ ମଲା ଝିଟିପିଟି ଦେଖିଲେ ଅଶୁଭ ହୋଇଥାଏ । ଘର ସଫା କରିବା ସମୟରେ ଝିଟିପିଟି ବା ତରା ଛୁଆ ମରିଗଲେ ବହୁତ ବଡ ଦୋଷ ଲାଗିଥାଏ । ଏଣୁ ତାହାକୁ ତୁରନ୍ତ ମାଟି ଖୋଲି ପୋତି ଦେଲେ ଜୀବ ହତ୍ୟା ଦୋଷରୁ ମୁକ୍ତି ମିଳିଥାଏ । ଏମିତି ନ କରିଲେ ଜୀବନରେ ଅନେକ ଦୁଖ ଆସିଥାଏ ।

ଖାଦ୍ୟ ଖାଇବା ସମୟରେ ଝିଟିପିଟିର ଶବ୍ଦ ଶୁଣିବେ ତେବେ ଶୁଭ ସଂକେତ ହେବା ସହ ଜୀବନରେ ଅଚାନକ ଧନ ଲାଭର ସଂକେତ ଦେଇଥାଏ । ଯଦି କୌଣସି ସମୟରେ ଝିଟିପିଟିର ସମାଗମ ଦେଖନ୍ତି ତେବେ ପୁରୁଣା ବନ୍ଧୁଙ୍କ ସହ ଭେଟ ହେବେ । ଆପଣଙ୍କ ସ୍ଵପ୍ନରେ ମଲା ଝିଟିପିଟି ଦେଖିଲେ ଅଶୁଭ ହେବା ସହ ଜୀବନରେ କଷ୍ଟ ପାଇବାର ସୂଚକ ହୋଇଥାଏ ।

ଝିଟପିଟି ହାତରେ ମସ୍ତକ ଉପରେ ଖସିଲେ ନିକଟ ଭବିଷ୍ୟତରେ ମାନ ସମାନ ପାଇବା ସହ ଧନ ସମ୍ପତି ମିଳିଥାଏ । ଖାଇବା ସମୟରେ ଝିଟପିଟି ଦେଖିଲେ ଶୁଭ ହୋଇଥାଏ । କିନ୍ତୁ ଖାଇବା ସମୟରେ ଝିଟିପିଟି ପଡିଲେ ରୋଗର ଶିକାର ହୋଇପାରନ୍ତି । କଥା ହେଉଥିବା ସମୟରେ ଝିଟପିଟି ଶବ୍ଦ କରିଲେ ସେହି କଥାଟି ସତ ହୋଇଥାଏ । ଝିଟିପିଟି ମଥାରେ ଖସିଲେ ଧନ ପ୍ରାପ୍ତି, ଦକ୍ଷିଣ କାନ୍ଧରେ ପଡିଲେ ଦାମୀ ଦ୍ରବ୍ଯ, ବାମ କାନ୍ଧରେ ପଡିଲେ ଆୟୁଷ ବୃଦ୍ଧି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button