ଜ୍ୟୋତିଷ

ଘରର ଦକ୍ଷିଣ ଦିଗରେ ଯଦି ଏହିସବୁ ଜିନିଷ ରଖୁଛନ୍ତି, ତେବେ ତୁରନ୍ତ ସେଗୁଡିକୁ ବାହାର କର

ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ପିତୃପୁରୁଷଙ୍କ ଦିଗ କୁହାଯାଏ ଏବଂ ଏଠାରେ ଏପରି ଜିନିଷ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଉପରେ ପିତୃଦୋଷ ଲାଗିପାରେ । ବାସ୍ତୁ ଅନୁସାରେ ଦକ୍ଷିଣ ଦିଗର ଉପାଦାନ ହେଉଛି ଅଗ୍ନି ଏବଂ ଅଗ୍ନିର ସୂଚକ ହେଉଛି ଲାଲ ରଙ୍ଗ । ତେଣୁ ଦକ୍ଷିଣ ଦିଗ ଲାଲ ରଙ୍ଗ ସହିତ ଜଡିତ । ଏହି ଦିଗ ଗ୍ରୀଷ୍ମ ଋତୁ ସହିତ ମଧ୍ୟ ଜଡିତ। ଉଭୟ ଅଗ୍ନି ଏବଂ ନାଲି ରଙ୍ଗ ଗ୍ରୀଷ୍ମ ସମୟରେ ଅଧିକ ସମୃଦ୍ଧ ହୋଇଥାଏ।ଦକ୍ଷିଣ ଦିଗରେ ଲାଲ ରଙ୍ଗ କରିବା କିମ୍ବା ଲାଲ ରଙ୍ଗର ଜିନିଷ ରଖିବା ଏହି ଦିଗ ସହିତ ଜଡିତ ଉପାଦାନଗୁଡ଼ିକ ପାଇଁ ଶୁଭ ଫଳାଫଳ ଦେଇଥାଏ।

ଏହି ଜିନିଷକୁ ଘରର ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ

1. ଯନ୍ତ୍ର (machines)

ଇଲେକ୍ଟ୍ରୋନିକ୍ ଜିନିଷ ଏବଂ ଯନ୍ତ୍ରଗୁଡ଼ିକୁ ଘରର ଦକ୍ଷିଣ ଦିଗରେ ରଖିବା ଉଚିତ୍ ନୁହେଁ। ଏହି କାରଣରୁ ପରିବାର ମଧ୍ୟରେ ଥିବା ସମ୍ପର୍କରେ ଦୂରତା ଦେଖାଯିବା ଆରମ୍ଭ କରେ ।

2. ପୂଜା ଘର

ପୂଜା ଘରକୁ ସର୍ବଦା ଘରର ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍ । ଭୁଲରେ ମଧ୍ୟ ପୂଜାଘରକୁ ଘରର ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ଏହିଦ୍ଵାରା  ତୁମେ ପୂଜାପାଠର ଫଳାଫଳ ପାଇବ ନାହିଁ ଏବଂ ତୁମର ମାନସିକ ମଧ୍ୟ ପୂରଣ ହେବ ନାହିଁ ।

3. ଶୟନ କକ୍ଷ

ବାସ୍ତୁ ଅନୁସାରେ ଦାମ୍ପତ୍ୟ ଜୀବନକୁ ଠିକ ରଖିବାପାଇଁ ଶୋଇବା ଘରର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ । ଶୋଇବା ଘରରକୁ କେବେବି ଘରର ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । କେବଳ ଏହା ନୁହେଁ ଶୋଇବା ଘରେ ଥିବା ଶଯ୍ୟା ମଧ୍ୟ ଦକ୍ଷିଣ ଦିଗରେ ରହିବା ଉଚିତ୍ ନୁହେଁ । ଏହା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ନଷ୍ଟ କରିଦିଏ ଏବଂ ଅନିଦ୍ରା ଜନିତ ରୋଗ ସୃଷ୍ଟି କରିପାରେ ।

4. ଜୋତା ଚପଲ

ବାସ୍ତୁ ଅନୁଯାୟୀ ଜୋତା ଚପଲ କିମ୍ବା ଜୋତା ଥାକ ଘରର ଦକ୍ଷିଣ ଦିଗରେ ରଖିବା ଉଚିତ୍ ନୁହେଁ । ଏହା ପୂର୍ବପୁରୁଷମାନଙ୍କୁ ଅପମାନିତ କରେ ।  ଆହୁରି ମଧ୍ୟ, ଛୋଟ ଛୋଟ ବିଷୟକୁ ନେଇ ବିବାଦ ଦେଖାଦେଇଥାଏ ଏବଂ ଘରର ସୁଖ ଏବଂ ଶାନ୍ତି ନଷ୍ଟ ହୋଇପାରେ ।

5. ତୁଳସୀ ଗଛ

ଯଦି ଘରେ ତୁଳସୀ ଗଛ ଅଛି ତେବେ ଏହାକୁ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ। ଏହା ହେଉଛି ପିତୃପୁରୁଷଙ୍କ କୋଣ ଏବଂ ଏଠାରେ ତୁଳସୀ ଗଛ ଲଗାଇବା ଦ୍ୱାରା ଲାଭ ଅପେକ୍ଷା କ୍ଷତି ହେବାର ସମ୍ଭାବନା ଅଧିକ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button