କୋହଲିଙ୍କ ନିଆରା ପାକିସ୍ତାନୀ ପ୍ରଶଂସକ: ‘‘ବିରାଟ ଶତକ ମାରନ୍ତୁ, କିନ୍ତୁ ପାକିସ୍ତାନ ଜିତୁ’’ – Kalinga News

[ad_1]
ନ୍ୟୁୟର୍କ: ପଡ଼ିଆ ଭିତରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ର ତୀବ୍ରତା ସାରା ବିଶ୍ବକୁ ଜଣା। କେବଳ ପଡ଼ିଆ ନୁହେଁ, ପଡ଼ିଆ ବାହାରେ ମଧ୍ୟ ପ୍ରଶଂସକଙ୍କ ଭିତରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥାଏ। କିନ୍ତୁ ଏସବୁ ଭିତରେ ଜଣେ ନିଆରା ପାକିସ୍ତାନୀ ପ୍ରଶଂସକ ଏବେ ଖୁବ୍ ଚର୍ଚ୍ଚାରେ, ଯିଏକି ବିରାଟ କୋହଲିଙ୍କ ବ୍ୟାଟ୍ରୁ ଶତକ ଦେଖିବାକୁ ଆଶା ରଖିଛନ୍ତି। ଡାକ୍ତର ଇବ୍ରାର୍ ନଦୀମ୍ ପାକିସ୍ତାନ ସହିତ କୋହଲିଙ୍କୁ ମଧ୍ୟ ଉତ୍ସାହିତ କରିବାକୁ ପଛାଉ ନାହାନ୍ତି। ତାଙ୍କ ମତରେ ‘‘କୋହଲି ଶତକ ମାରନ୍ତୁ ବୋଲି ମୁଁ ଚାହେ, କିନ୍ତୁ ପାକିସ୍ତାନ ଜିତିଯାଉ।’’
Sambad is now on WhatsApp
Join and get latest news updates delivered to you via WhatsApp
ଆମେରିକାସ୍ଥିତ ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଡାକ୍ତର ନଦୀମଙ୍କ ଜନ୍ମ ପାକିସ୍ତାନ ପଟ ଗୁଜରାଟ ସହରରେ। କିନ୍ତୁ ୧୦ ବର୍ଷରୁ ଅଧିକ ସମୟ ହେଲାଣି ସେ ନ୍ୟୁ ଜର୍ସିରେ ଅବସ୍ଥାପିତ ହୋଇଛନ୍ତି। ସେ ନିଜେ ଜଣେ କନିଷ୍ଠ ସ୍ତରରେ ଖେଳିଥିବା କ୍ରିକେଟର୍। ତେଣୁ କ୍ରିକେଟ୍ ପ୍ରତି ତାଙ୍କର ଭଲପାଇବା ବହୁତ ଆଗରୁ ରହିଛି। କୋହଲି କ୍ରିକେଟ୍ ପାଠଶାଳାରେ ଜଣେ ପର୍ଫେକ୍ସନିଷ୍ଟ। ତେଣୁ ତାଙ୍କ ଭଳି ଜଣେ ଖେଳାଳିଙ୍କର ପ୍ରଶଂସକ ହେବାକୁ କିଏ ବା ନଚାହିବ। ଆମେ ବିରାଟଙ୍କୁ ଭଲପାଉ ଓ କ୍ରିକେଟ୍ ପାଇଁ ସେ ଯାହା କରିଛନ୍ତି, ସେଥିପାଇଁ ପ୍ରଶଂସା କରୁ। ଯେକୌଣସି କ୍ରୀଡ଼ାବିତ୍ ଓ ଭାରତକୁ ଭଲପାଉଥିବା ବ୍ୟକ୍ତିଙ୍କ ପାଇଁ ସେ ପ୍ରେରଣା। ବିରାଟ ଯାହା ହାସଲ କରିଛନ୍ତି, ସେ ବିଷୟରେ ଲୋକମାନେ ପଢ଼ନ୍ତୁ ଓ ତାଙ୍କୁ ଅନୁକରଣ କରି ନିଜ ଦେଶକୁ ଗୌରବାନ୍ବିତ କରିବା ଉଚିତ ବୋଲି ନଦୀମ କହିଛନ୍ତି।
ତେବେ ପ୍ରାରମ୍ଭିକ ସମୟ ଗୁଡ଼ିକରେ ନଦୀମ ବିରାଟଙ୍କୁ ପସନ୍ଦ କରୁ ନଥିଲେ। କାରଣ ତାଙ୍କ ପାଇଁ ପାକିସ୍ତାନ ସବୁବେଳେ ବିଶ୍ବକପ୍ରେ ପରାଜୟର ସାମ୍ନା କରିଆସୁଛି। କୋହଲି ସବୁବେଳେ କଠିନ ପରିଶ୍ରମ କରି ନିଜ ଦେଶକୁ ଗୌରବାନ୍ବିତ କରିପାରିଛନ୍ତି। ପଡ଼ିଆରେ ତାଙ୍କର ଉତ୍ତେଜନାପୂର୍ଣ୍ଣ ଆଚରଣ ମୋତେ ପ୍ରେରିତ କରୁଛି। ଏପରିକି ପଡ଼ିଆ ବାହାରେ ମଧ୍ୟ ସେ ଜଣେ ଭଲ ମଣିଷ। ଯେଉଁ ପାକିସ୍ତାନୀ କ୍ରିକେଟର୍ମାନେ କୋହଲିଙ୍କ ସହିତ ଆଲୋଚନା କରିଛନ୍ତି, ସେମାନେ ସବୁବେଳେ ତାଙ୍କର ଚର୍ଚ୍ଚା କରିଥାନ୍ତି ଏବଂ ବାସ୍ତବରେ କୋହଲି ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ବୋଲି ନଦୀମ କହିଛନ୍ତି। ଏପରିକି ଗତ କିଛି ବର୍ଷ ହେବ ସେ କୋହଲିଙ୍କୁ ସାକ୍ଷାତ କରିବାକୁ ଅବସର ଖୋଜୁଛନ୍ତି, କିନ୍ତୁ ସଫଳ ହୋଇପାରି ନାହାନ୍ତି। ଏବେ ପ୍ରଥମ ଥର ପାଇଁ ବିରାଟଙ୍କୁ ଆଖି ଆଗରେ ଖେଳୁଥିବା ଦେଖିବି ଓ ଯଦି ସେ ଶତକ ଅର୍ଜନ କରନ୍ତି, ତାହେଲେ ବହୁତ ଭଲ ଲାଗିବ ବୋଲି କହିଛନ୍ତି। ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସେ ଜଣେ ବଡ଼ ପ୍ରଶଂସକ। ଦିନେ ଭାରତ ଆସି ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଏହି ଦଳକୁ ଉତ୍ସାହିତ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ଶେଷରେ ବିରାଟ ବିଶ୍ବକପ୍ ବିଜେତା ହୁଅନ୍ତୁ ବୋଲି ନଦୀମ ମଧ୍ୟ ଆଶା ରଖିଛନ୍ତି।
[ad_2]




