ସ୍ବିତେକଙ୍କୁ ହ୍ୟାଟ୍ରିକ୍ ଟ୍ରଫି – Kalinga News

[ad_1]
ପ୍ୟାରିସ୍: ବିଶ୍ବ ୧ ନମ୍ବର ପୋଲାଣ୍ଡର ଈଗା ସ୍ବିତେକ୍ କ୍ରମାଗତ ତୃତୀୟ ଥର ପାଇଁ ଫ୍ରେଞ୍ଚ ଓପନ୍ ମହିଳା ଏକକ ବିଜେତା ହୋଇଛନ୍ତି। ଶନିବାର ଫାଇନାଲ୍ରେ ସେ ଇଟାଲିର ଜସ୍ମିନ୍ ପାଓଲିନିଙ୍କୁ ୬-୨, ୬-୧ ସିଧାସଳଖ ସେଟ୍ରେ ପରାସ୍ତ କରି ଏହି ଗୌରବର ଅଧିକାରିଣୀ ହୋଇଥିଲେ। ଦ୍ବାଦଶ ସିଡ୍ ପାଓଲିନି ପ୍ରାରମ୍ଭିକ ସେଟ୍ର ତୃତୀୟ ଗେମ୍ରେ ସ୍ବିତେକ୍ଙ୍କୁ ପଛରେ ପକାଇ ୨-୧ରେ ଆଗରେ ଥିଲେ। କିନ୍ତୁ ୨୩ ବର୍ଷିୟା ସ୍ବିତେକ୍ ପ୍ରତ୍ୟାବର୍ତ୍ତନ କରିବା ସହ ପରବର୍ତ୍ତୀ ୧୦ ଗେମ୍କୁ ନିଜ ନାମରେ କରାଇ ପାରିଥିଲେ। ୦-୫ରେ ପଛୁଆ ରହିବା ପରେ ପାଓଲିନ୍ ସର୍ଭିସ୍ କରିବାକୁ ସୁଯୋଗ ପାଇଥିଲେ ମଧ୍ୟ ଏହା କେବଳ ପରାଜୟକୁ ବିଳମ୍ବିତ କରାଇଥିଲା। ଏହି ବିଜୟ ଫଳରେ ମୋନିକା ସେଲେସ୍ (୧୯୯୦-୧୯୯୨) ଓ ଜଷ୍ଟିନ୍ ହେନିନ୍ (୨୦୦୫-୦୭)ଙ୍କ ପରେ ସ୍ବିତେକ ତୃତୀୟ ମହିଳା ଭାବେ ଲଗାତାର ଫ୍ରେଞ୍ଚ ଓପନ୍ ଟ୍ରଫି ଜିତିଛନ୍ତି। ଏହା ମଧ୍ୟ ତାଙ୍କର ପଞ୍ଚମ ଗ୍ରାଣ୍ଡସ୍ଲାମ୍ ବିଜୟ। ପୂର୍ବରୁ ୨୦୨୨ରେ ୟୁଏସ୍ ଓପନ୍ ବିଜେତା ହୋଇଥିବା ସ୍ବିତେକ୍ ୨୦୨୦, ୨୦୨୨, ୨୦୨୩ରେ ଫ୍ରେଞ୍ଚ ଓପନ୍ ମଧ୍ୟ ଜିତିଥିଲେ। ପୁରୁଷ ଏକକ ଫାଇନାଲ୍ରେ ରବିବାର ବିଶ୍ବର ୩ ନମ୍ବର କାର୍ଲୋସ ଅଲ୍କାରାଜ ଭେଟିବେ ଚତୁର୍ଥ ମାନ୍ୟତାପ୍ରାପ୍ତ ଜର୍ମାନ ଖେଳାଳି ଆଲେକଜାଣ୍ଡର୍ ଭେରେଭଙ୍କୁ।
[ad_2]