ଦେଶ- ବିଦେଶ

ଜେଡିୟୁ ନେତାଙ୍କ ଦାବି , ଇଣ୍ଡିଆ ମେଣ୍ଟ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପଦ ଅଫର୍ କରିଛି – Kalinga News

[ad_1]

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ଏବଂ ଜନତା ଦଳ (ୟୁନାଇଟେଡ୍) ମୁଖ୍ୟ ନୀତୀଶ କୁମାରଙ୍କୁ ବିରୋଧୀ ଇଣ୍ଡିଆ ମେଣ୍ଟ ପ୍ରଧାନମନ୍ତ୍ରୀ ପଦ ଅଫର୍ କରିଛି। ନୀତୀଶ ଇଣ୍ଡିଆ ମେଣ୍ଟକୁ ସମର୍ଥନ କଲେ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବ ବୋଲି ଇଣ୍ଡିଆ ମେଣ୍ଟ ଅଫର କରିଛି। କିନ୍ତୁ ସେ ଇଣ୍ଡିଆ ମେଣ୍ଟର ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ବୋଲି ଜେଡିୟୁ ନେତା କେସି ତ୍ୟାଗି ଏକ ସାକ୍ଷାତକାରରେ କହିଛନ୍ତି। ତେବେ କଂଗ୍ରେସ ନେତା କେସି ବେଣୁଗୋପାଳ ଏହି ଦାବିକୁ ଖଣ୍ଡନ କରିଛନ୍ତି। ବେଣୁଗୋପାଳ କହିଛନ୍ତି, ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟ ଦ୍ବାରା ଏଭଳି କିଛି ଅଫର୍ କରାଯାଇଥିବା ନେଇ ଦଳ ପାଖରେ କୌଣସି ଖବର ନାହିଁ। ବେଣୁଗୋପାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆ ମେଣ୍ଟ ସରକାର ଗଠନ ପାଇଁ କସରତ ଚଲାଇଛି ଏବଂ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ସହଯୋଗୀ ଦଳ ଜେଡିୟୁ ଏବଂ ତେଲୁଗୁ ଦେଶମ ପାର୍ଟି ସହ ଯୋଗାଯୋଗରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଇଣ୍ଡିଆ ମେଣ୍ଟ ୫୪୩ ଆସନରୁ ୨୩୪ ଆସନରେ ଜିତିଛି । ଅନ୍ୟପକ୍ଷେ ଏନଡିଏ ମେଣ୍ଟ ୨୯୩ ଆସନରେ ଜିତିଛି। ତେବେ ବିଜେପି ୨୪୦ ଆସନରେ ଜିତିଛି। ବିଜେପି ଚଳିତ ଥର ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ପାଇପାରିନି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button