ନୀତୀଶ, ନାଇଡ଼ୁଙ୍କ ଦାବି ବଢ଼ୁଛି, ସାଲିସ ମୁଡ୍ରେ ନାହିଁ ବିଜେପି – Kalinga News
[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସ୍ପଷ୍ଟ ବହୁମତ (୨୭୨) ହାସଲ କରିବାରେ ବିଫଳ ହୋଇଥିବାରୁ ସରକାର ଗଠନ ପାଇଁ ଏନ୍ଡିଏର ଦୁଇ ପ୍ରମୁଖ ଅଂଶୀଦାର ଜେଡିୟୁ ଏବଂ ଟିଡିପି ଉପେରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଏହି ଦୁଇ ଦଳ ପାଖରେ ୨୮ଟି ଆସନ ଥିବାରୁ ସେମାନେ ମେଣ୍ଟ ସରକାରରେ ସମ୍ମାନଜନକ ସ୍ଥାନ ଚାହୁଛନ୍ତି। ଏହି ଦୁଇ ଆଞ୍ଚଳିକ ଦଳ ଅନେକ ଶୀର୍ଷ ମନ୍ତ୍ରାଳୟ ସହିତ ଲୋକସଭା ବାଚସ୍ପତି ପଦ ମଧ୍ୟ ଚାହୁଛନ୍ତି। ତେବେ ପ୍ରତିରକ୍ଷା, ଅର୍ଥ, ଗୃହ ଏବଂ ବିଦେଶ ମନ୍ତ୍ରାଳୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ନେଇ ବିଜେପି କୌଣସି ସାଲିସ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବାରୁ ଏହାର ସମାଧାନ ରାସ୍ତା ବାହାର କରିବା ଲାଗି ଉଦ୍ୟମ ଚାଲିଛି। ୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ପୂର୍ବରୁ ଏବାବଦ ବୁଝାମଣା ଚୂଡ଼ାନ୍ତ ହୋଇଯିବ ବୋଲି ଏନ୍ଡିଏ ନୋତାମାନେ ଆଶାବାଦୀ।
Sambad is now on WhatsApp
Join and get latest news updates delivered to you via WhatsApp
ମୋଦୀଙ୍କ ନେତୃତ୍ବରେ ଏବେ ସରକାର ଗଠନ ପାଇଁ ଯେଉଁ ଚାରି ସହଯୋଗୀଙ୍କ ସମର୍ଥନ ଗୁରୁତ୍ୱପୂର୍ଣ୍ଣ, ସେମାନେ ହେଲେ ୧୬ଟି ଆସନ ଜିତିଥିବା ଏନ୍ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି, ୧୨ ଆସନ ଜିତିଥିବା ନୀତୀଶ କୁମାରଙ୍କ ଜେଡିୟୁ, ୭ ଆସନ ଜିତିଥିବା ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ୫ଟି ଆସନ ଜତିଥିବା ଚିରାଗ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି-ରାମବିଳାସ । ନାଇଡ଼ୁ ଓ ନୀତୀଶ କୁମାର ଏହି ନିର୍ବାଚନରେ କିଙ୍ଗମେକର ଭାବେ ଉଭା ହୋଇଛନ୍ତି ଏବଂ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଜ ନିଜର ଦାବି କରି ତାଲିକା ଲମ୍ବାଇ ଚାଲିଛନ୍ତି। ଉଭୟ ଦଳ ଲୋକସଭା ବାଚସ୍ପତି ପଦ ଦାବି କରିଥିବା ବେଳେ ଏନ୍ଡିଏ ସରକାର ପରିଚାଳନା ପାଇଁ ସର୍ବନିମ୍ନ କାର୍ଯ୍ୟକ୍ରମ ନିମନ୍ତେ ମଧ୍ୟ ଚାପ ପକାଉଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସମନ୍ୱୟ କମିଟି ନୀତୀଶ କୁମାରଙ୍କ ନେତୃତ୍ୱରେ ଏକ କମିଟି ଗଠିତ ହେବ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିଜେପି ବାଚସ୍ପତି ପଦ ଛାଡ଼ିବାକୁ ରାଜି ନୁହେଁ ଏବଂ ଟିଡିପିକୁ ଉପବାଚସ୍ପତି ପଦ ଛାଡ଼ିପାରେ। ଏହାସହିତ ଟିଡିପି ସଡ଼କ ଓ ରାଜପଥ ନିର୍ମାଣ ମନ୍ତ୍ରାଳୟ ଏବଂ ଅର୍ଥ ବିଭାଗ ନେବାକୁ ଚାହୁଛି। ସେହିଭଳି ନୀତୀଶଙ୍କ ଜେଡିୟୁ ରେଳ ଓ ପ୍ରତିରକ୍ଷା ବିଭାଗ ନେବାକୁ ଜିଦ୍ ଧରିଛି। କିନ୍ତୁ ବିଜେପି ଏହିସବୁ ବିଭାଗକୁ ସହଯୋଗୀଙ୍କୁ ଛାଡ଼ିବା ମୁଡ୍ରେ ନାହିଁ।
ମିଳିଥିବା ଖବର ଅନୁଯାୟୀ ସଡ଼କ ପରିବହନ ଓ ରାଜପଥ ଭଳି ଭିତ୍ତିଭୂମି ପାଇଁ ଗୁରୁତ୍ବପୂର୍ଣ୍ଣ ବିଭାଗ କିମ୍ବା କଲ୍ୟାଣମୂଳକ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଉଦ୍ଦିଷ୍ଟ ମନ୍ତ୍ରାଳୟ ବିଜେପି ଛାଡିବାକୁ ଚାହିଁବ ନାହିଁ। ମୋଦୀ ସରକାରଙ୍କ ଗତ ୧୦ ବର୍ଷରେ ସଡ଼କ ଓ ରାଜପଥ ନିର୍ମାଣ ମନ୍ତ୍ରାଳୟକୁ ପ୍ରଶଂସା ମିଳିଛି। ନୀତିନ ଗଡକରୀଙ୍କ ନେତୃତ୍ୱରେ ଏହି ପଦକ୍ଷେପ ଦୁର୍ଗମ ଅଂଚଳକୁ ଯୋଗାଯୋଗ ବୃଦ୍ଧି କରିଛି। ବିଜେପି ନିଜର ସହଯୋଗୀ ଦଳମାନଙ୍କୁ ଏହି ମନ୍ତ୍ରାଳୟ ମଧ୍ୟ ଦେବନାହିଁ ବୋଲି ସଙ୍କେତ ଦେଇସାରିଛି।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ରେଳବାଇ । ଜେଡିୟୁ ସୂତ୍ରରୁ ପ୍ରକାଶ ଯେ ସେମାନେ ଅତୀତରେ ନୀତୀଶ କୁମାରଙ୍କ ଅଧୀନରେ ଥିବା ରେଳ ମନ୍ତ୍ରଣାଳୟ ଦାୟିତ୍ୱ ପାଇବାକୁ ଆଗ୍ରହୀ ଅଛନ୍ତି। କିନ୍ତୁ ବିଜେପିରେ ଯୁକ୍ତି ହେଉଛି ଯେ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଚାଲିଛି ଏବଂ କୌଣସି ବାଧା ସୃଷ୍ଟି ଗ୍ରହଣୀୟ ହେବନାହିଁ। ତେବେ ଏଥର ବିଜେପି ପାଖରେ ନିଜେ ସଂଖ୍ୟାଗରିଷ୍ଠତା ନଥିବାରୁ ସହଯୋଗୀ ଦଳଙ୍କ କିଛି ଦାବିରେ ରାଜି ହେବାକୁ ପଡ଼ିପାରେ। ଜେଡିୟୁକୁ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଭଳି ବିଭାଗ ମିଳିପାରେ ଏବଂ ଟିଡିପିକୁ ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ବିଭାଗ ମିଳିପାରେ। ତେବେ ଅର୍ଥ ଓ ପ୍ରତିରକ୍ଷା ଭଳି ବଡ଼ ବଡ଼ ମନ୍ତ୍ରଣାଳୟରେ ସହଯୋଗୀ ଦଳର ସାଂସଦମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦରେ ସାମିଲ କରିବାକୁ ବିଜେପି ପ୍ରୟାସ କରିପାରେ। ଅନ୍ୟପକ୍ଷରେ ପର୍ଯ୍ୟଟନ, ଦକ୍ଷତା ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ପୃଥିବୀ ବିଜ୍ଞାନ ବିଭାଗକୁ ବିଜେପି ହସ୍ତାନ୍ତର କରିବାକୁ ପ୍ରସ୍ତୁତ ରହିଛି।
[ad_2]