ଦେଶ- ବିଦେଶ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ – Kalinga News

[ad_1]

ନୂଆଦିଲ୍ଳୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ଅଡ଼ୁଆ ପୁଣି ବଢ଼ିଯାଇଛି। ସାଂଘାତିକ ସ୍ବାସ୍ଥ୍ୟ ଅବନତି ପ୍ରସଙ୍ଗକୁ ନେଇ ଦାଖଲ ଅନ୍ତରୀଣ ଜାମିନ ଆବେଦନକୁ ଦିଲ୍ଳୀର ରୌଜ୍ ଆଭେନ୍ୟୁ କୋର୍ଟ ଖାରଜ କରିଦେଇଛନ୍ତି। ସ୍ବତନ୍ତ୍ର ଜଜ୍ କାବେରୀ ବାୱେଜାଙ୍କ କୋର୍ଟରେ କେଜ୍ରିୱାଲ୍ ଭର୍ଚୁଆଲ୍ ମୋଡ୍ ଜରିଆରେ ତିହାର ଜେଲ୍ରୁ ହାଜର ହୋଇଥିଲେ। କେଜ୍ରିୱାଲ୍ଙ୍କ ଓକିଲ ବିବେକ ଜୈନ ମାମଲାର ପରିଚାଳନା କରିଥିଲେ। କେଜ୍ରିୱାଲ୍ଙ୍କ ଶରୀରର ଓଜନ ଆଦି ତଥ୍ୟକୁ ଉପସ୍ଥାପିତ କରି ୭ ଦିନ ନମନ୍ତେ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଅପରପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏସ୍ଜିଆଇ ତୁଷାର ମେହେଟ୍ଟା ଓ ଏଏସ୍ଜି ଏସ୍ଭି ରାଜୁ ଏହି ଜାମିନ ଆବେଦନକୁ ତୀବ୍ର ବିରୋଧ କରିଥିଲେ। ଉଭୟ ପକ୍ଷ ଓକିଲଙ୍କ ସମସ୍ତ ଯୁକ୍ତି ଶୁଣିବା ପରେ ଜଜ୍ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହାସହ କେଜ୍ରିୱାଲ୍ଙ୍କୁ ଜୁନ୍ ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ନିର୍ଦ୍ଦେଶାନୁସାରେ, ଜୁନ୍ ୧୯ ତାରିଖ ଅପରାହ୍ଣ ୨ଟାରେ କେଜ୍ରିୱାଲ୍ ଅବସରକାଳୀନ ଜଜ୍ଙ୍କ ସମ୍ମୁଖରେ ହାଜର ହେବେ। ତେବେ ନିୟମିତ ଜାମିନ ପାଇଁ କେଜ୍ରିୱାଲ୍ଙ୍କ ଆବେଦନ ଉପରେ ଆସନ୍ତା ଜୁନ୍ ୭ ତାରିଖରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button