ମନୋରଞ୍ଜନ

ଅନନ୍ତଙ୍କ ପ୍ରି-ୱେର୍ଡିଂ ପାଇଁ କେତୋଟି ବିମାନ ଓ କାର ବୁକ ହୋଇଥିଲା ଜାଣନ୍ତୁ – Kalinga News

[ad_1]


ନୂଆଦିଲ୍ଲୀ: ଭାରତର ଜଣାଶୁଣା ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ଧୁମଧାମରେ ପାଳନ କରିବା ପାଇଁ ପୁରା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ନୀତା ଅମ୍ବାନୀ ଜାମନଗରରେ ଅନନ୍ତଙ୍କ ପ୍ରି-ୱେର୍ଡି ପାଇଁ ବିରାଟ ଆୟୋଜନ କରିଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି।

ଏହାପରେ ଅମ୍ବାନୀଙ୍କ ସାନ ପୁଅର ଦ୍ବିତୀୟ ପ୍ରି-ୱେଡିଂ ବି ଆୟାଜିତ ହୋଇଯାଇଛି।
୨୦୨୪ ଜୁଲାଇ ୧୨ ତାରିଖରେ ଅନନ୍ତ ଓ ରାଧିକାଙ୍କ ବିବାହ ହେବ। ଏହି କ୍ରମରେ ଦୁହିଁଙ୍କ ବିବାହ ନିମନ୍ତ୍ରଣ କାର୍ଡର ଫଟୋ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି କ୍ରମରେ ମଇ ୨୮ ତାରିଖରେ ଅମ୍ବାନୀ ପରିବାର ଅନନ୍ତ ଓ ରାଧିକ‌ାଙ୍କ ଦ୍ବିତୀୟ ପ୍ରି-ୱେଡିଂ ଶେଷ ହୋଇଛି।

ଏହି ପ୍ରି-ୱେଡିଂରେ ସାମିଲ ହେବାପାଇଁ ଅମ୍ବାନୀ ପରିବାର ନିଜର ଅତିଥିମାନଙ୍କ ପାଇଁ ୧୯ଟି ଚାର୍ଟର ବିମାନ ବୁକ କରିଥି‌ଲେ। ଯେଉଁଥିରେ ମଇ ୨୮ ତାରିଖରେ ଭିଆଇପିମାନେ ବାର୍ସିଲୋନା ଯାଇଥିଲେ। ଏହା ବ୍ୟତୀତ ୧୨ଟି ପାଇ‌ଭେଟ ଏୟାରକ୍ରାପ୍ଟ ବି ବୁକ କରାଯାଇଥିଲା। ଏହି ପ୍ରାଇଭେଟ ଜେଟରେ ଅମ୍ବାନି ପରିବାରର ସମ୍ପର୍କୀୟ, ବ୍ୟବସାୟୀ ପାର୍ଟନର, ସାଙ୍ଗ, ନୃତ୍ୟଶିଳ୍ନୀ ଓ ଇଭେଣ୍ଟ ପରିଚାଳକ ଯାତ୍ରା କରିଥି‌ଲେ। କେବଳ ଏତିକି ନୁହେଁ ଅତିଥିମାନଙ୍କୁ ଆୟୋଜିତ ହୋଇଥିବା ପ୍ରି-ୱେର୍ଡିଂ ସ୍ଥଳକୁ ନେବାକୁ ପାଇଁ ୧୫୦ଟି ଦାମୀ କାରର ବ୍ୟବସ୍ଥା ରହିଥିଲା। ପ୍ରି-ୱେର୍ଡି କାର୍ଯ୍ୟକ୍ରମ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲିବ।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button