ମିଜୋରାମରେ ପଥର ଖାଦାନ ଭୁଶୁଡି ୧୦ ମୃତ – Kalinga News

[ad_1]
ଆଇଜଲ୍ : ମିଜୋରାମରେ ପଥର ଖାଦାନରେ ବଡ ଅଘଟଣ । ମଙ୍ଗଳବାର ସକାଳ ୬ ଟାରେ ରାଜଧାନୀ ଆଇଜଲରେ ଏକ ପଥର ଖାଦାନ ଭୁଶୁଡି ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ପଥର ତଳେ ଆହୁରି ଅନେକ ଫସି ରହିଥିବା ଅନୁମାନ କରାଯାଉଛି I ଅଘଟଣ ପରେ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ,ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି I୧୦ ମୃତକଙ୍କ ମଧ୍ୟରୁ ୬ ଜଣ ମିଜୋରାମ ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟମାନଙ୍କ ବିଷୟରେ ସ୍ପଷ୍ଟ ସୂଚନା ମିଳି ନାହିଁ।
ମିଜୋରାମ ଦକ୍ଷିଣାଞ୍ଚଳ ମେଲଥୁମ ଓ ହିଲମେନ ସୀମାରେ ଏହି ଦୁର୍ଘଟଣା ଘଟିଛି I ବାତ୍ୟା ‘ରେମାଲ’ ବାତ୍ୟା କାରଣରୁ ସେଠାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେଇଛି I ସେହିପରି ପଥର ଖାଦାନ ଭୁଶୁଡିଥିବା ନିକଟରେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ସୂଚନାନୁସାରେ,ମିଜୋରାମରେ ପ୍ରବଳ ବର୍ଷା ଯୋଗୁଁ ସ୍କୁଲ କଲେଜ ସବୁ ଛୁଟି ଘୋଷଣା କରାଯାଇଥିବାବେଳେ ସରକାରୀ କର୍ମଚାରୀମାନଙ୍କୁ ୱାର୍କ ଫର୍ମ ହୋମ ପାଇଁ କୁହାଯାଇଛି I ଭୂସ୍ଖଳନ ଯୋଗୁଁ ମଣିପୁର ଏବଂ ମିଜୋରାମରେ କେତେକ ପ୍ରମୁଖ ରାସ୍ତା ମଧ୍ୟ ଅବରୋଧ ହୋଇଥିବା ସୂଚନା ମିଳିଛି I

[ad_2]