ଲିଭର ସିରୋସିସ୍ ବି ନେଇପାରେ ଜୀବନ ! ଜାଣନ୍ତୁ ସମୟ ଥାଇ କିପରି ହେବେ ସାବଧାନ


ଯଦି ଲିଭର ସିରୋସିସ ଜନିତ ରୋଗ ହୁଏ ତେବେ ଏହା କେତେ ମାରାତ୍ମକ ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ଲିଭର ଅଧିକାଂଶ ଖରାପ ହୋଇସାରିବା ପରେ କିଛି ଲକ୍ଷଣ ଦେଖାଦିଏ ସେହି ଲକ୍ଷଣ ଗୁଡିକ ହେଉଛି, ଦୁର୍ବଳ ଲାଗିଥାଏ, ଭୋକ ମଧ୍ୟ ହୁଏ ନାହିଁ, ବାନ୍ତି ଲାଗିବା ସହ ବାନ୍ତି ହୋଇଥାଏ, ପେଟରେ ବ୍ୟଥା ଅନୁଭୂତ ହେବା ସହ ଓଜନ କମିଯାଇଥାଏ ଓ ଦେହ କୁଣ୍ଡାଇ ହେବା ସହ ଆଖି ହଳଦିଆ ଏବଂ ହଳଦିଆ ପରିସ୍ରା ହେବାକୁ ଲାଗିଥାଏ ।
ଆଉ ଯଦି ଲିଭର ସିରୋସିସ ହୁଏ ତେବେ ସେତେବେଳେ ପାଦ ଫୁଲିଥାଏ, ପେଟରେ ପାଣି ଜମା ହୋଇଯାଏ, ରକ୍ତ ବାନ୍ତି ହେବା ସହ କଳା ଝାଡା ହୋଇଥାଏ ଏବଂ ବହୁତ ସମୟରେ ଚେତା ମଧ୍ୟ ଚାଲିଯାଏ । ଲିଭର ସିରୋସିସ ବଢିବାର କାରଣକୁ ପ୍ରଥମେ ଅଟକାଇବା ଆବଶ୍ୟକ । ସର୍ବ ପ୍ରଥମ ହୋଇଥାଏ ଯେଉଁମାନେ ନିଶ-ଆ ସେବନ କରୁଛନ୍ତି ତାଙ୍କୁ ବାରଣ କରାଯାଏ ।
ଯଦି ଅଧିକ ମୋଟା ଥିବେ ତେବେ ନିଜ ଓଜନକୁ ନିୟନ୍ତ୍ରଣ କରି ରଖିବା ଉଚିତ । ଲିଭର ଯେତେବେଳେ କାମ କରିନଥାଏ ସେତେବେଳେ ଯାଇ ଲିଭର ଟ୍ରାନ୍ସପ୍ଲାନ୍ଟ କରାଯାଇଥାଏ । ଆପଣ ନିଜ ଲିଭରକୁ ସୁସ୍ଥ ରଖିବା ପାଇଁ କ୍ଷୀର ପିଇବା ସହ କ୍ଷୀରରେ ପ୍ରସ୍ତୁତ ଖାଦ୍ୟ ଖାଇପାରିବେ । ଅଣ୍ଡା, ଛୋଟ ମାଛ ମଧ୍ୟ ଖାଇବା ଉଚିତ । ଆପଣଙ୍କୁ ଅଧିକ ମିଠା ହୋଇଥିବା ଖାଦ୍ୟ ଖାଇବା ମଧ୍ୟ ଅନୁଚିତ ।

ଆପଣ କାକୁଡି, ତରଭୁଜ, ଅମୃତଭଣ୍ଡା ସେଓ ଇତ୍ୟାଦି ଆପଣ ଫଳ ହିସାବରେ ଖାଇପାରିବେ । ସକାଳୁ ଶୀଘ୍ର ଖାଇବା ସହ ରାତିରେ ମଧ୍ୟ ଶୀଘ୍ର ଖାଦ୍ୟ ଖାଇବା ଆବଶ୍ୟକ । ଆପଣ ଲିଭର ଜନିତ ସମସ୍ୟାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ହେପାଟାଇଟିକ B ଭ୍ୟାକସିନ ନିହାତି ନିଅନ୍ତୁ । ଏହି ଭ୍ୟାକସିନ ସମସ୍ତ ଗର୍ଭବତୀ ମହିଳାଙ୍କୁ ନେବା ସହ ନବଜାତ ଶିଶୁ ମଧ୍ୟ ନେବା ନିହାତି ଭାବରେ ଆବଶ୍ୟକ ।
ନିଶ-ଆ ସେବନ ଠାରୁ କୋଶ ଦୂରରେ ରୁହନ୍ତୁ । ସୁସ୍ଥ ଖାଦ୍ୟ ଖାଇବା ସହ ନିଜର ଓଜନକୁ ଠିକ ରଖିବା ଉଚିତ । ଯଦି ଆପଣ ଏହି ସମସ୍ତ କଥାକୁ ଧ୍ୟାନ ଦେବେ ତେବେ ଯାଇ ଆପଣ ଫ୍ୟାଟି ଲିଭର କିମ୍ବା ଲିଭର ସିରୋସିସ ଜନିତ ସମସ୍ୟା ଠାରୁ ଦୂରେଇ ରହିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।




