ମନୋରଞ୍ଜନ

ରେବ ପାର୍ଟି କରିବା ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା: ନୋଟିସ ପଠାଇ ଶୀଘ୍ର ହାଜର ହେବାକୁ କହିଛି ପୁଲିସ – Kalinga News

[ad_1]

ବେଙ୍ଗାଲୁରୁ: ମଇ ୨୦ ତାରିଖ‌ରେ ସିସିବିର ଆଣ୍ଟି-ନାର୍କୋଟିକ୍ସ ୱିଙ୍ଗ ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ୍ସ ସିଟି ନିକଟସ୍ଥ ଜିଏମ୍‌ ଫାର୍ମହାଉସରେ ‘ସନ୍‌ସେଟ୍‌ ଟୁ ସନ୍‌ରାଇଜ ଭିକ୍ଟ୍ରି’ ନାମକ ରେବ୍‌ ପାର୍ଟି ଚାଲିଥିଲା।

ଏହି ପାର୍ଟିରେ  ତେଲୁଗୁ ଅଭିନେତ୍ରୀଙ୍କ ସମେତ ସାମିଲ ହୋଇଥିବା ୧୦୦ଜଣ ଲୋକ ଗଞ୍ଜେଇ, ଚରସ ଓ କୋକେନ୍ ଭଳି  ଅନ୍ୟାନ୍ୟ ନିଶା ଜାତ ପଦାର୍ଥ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗ ପରେ ପୁଲିସ ରେବ ପାର୍ଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟ‌ରେ ପୁଲିସ ପାର୍ଟିରୁ ୯୮ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲା। ସଂଗୃହୀତ ରକ୍ତ ନମୁନାରେ ୮୬ ଜଣ ରକ୍ତରେ ଡ୍ରଗ୍ସ ଥିବା ସ୍ପଷ୍ଟ ହୋଇଥିଲା। ଏଥିରେ ତେଲୁଗୁ ଅଭିନେତ୍ରୀ ହେମା ମଧ୍ୟରେ ସାମିଲ ରହିଛନ୍ତି।

ରକ୍ତ ନମୁନାର ରିପୋର୍ଟ ସାମ୍ନାକୁ ଆସିବା ପରେ  କର୍ଣ୍ଣାଟକ ପୁଲିସ ଗତଶନିବାର  ତେଲୁଗୁ ଅଭିନେତ୍ରୀ ହେମାଙ୍କ ସମେତ  ଅନ୍ୟ ୮ ଜଣଙ୍କୁ ରେବ୍‌ ପାର୍ଟି ମାମଲାରେ ନୋଟିସ୍‌ ଜାରି କରି ଶୀଘ୍ର ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।

ଏହି ନୋଟିସ ପରେ ତେଲୁଗୁ ଅଭିନେତ୍ରୀଙ୍କ ସୁରକ୍ଷା ପାଇଁ ଅନେକଲୋକ ସାମ୍ନାକୁ ଆସିଛନ୍ତି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ମାମଲାକୁ ଚପାଇ ଦେବାକୁ ପୁଲିସ ଉପରେ ଚାପ ପକାଉଥିବା ଜଣେ ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button