ଅପରାଧ

ଆଇଏସଆଇଏସ ରଚିଥିଲା ବଡ଼ ଷଡ଼ଯନ୍ତ୍ର : ଅହମ୍ମଦାବାଦରୁ ଧରାପଡ଼ିଥିବା ୪ ଆତଙ୍କବାଦୀ କଲେ ଖୁଲାସା – Kalinga News

[ad_1]

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରୁ ଧରାପଡିଥିବା ଆଇଏସଆଇଏସର ୪ଜଣ ଆତଙ୍କବାଦୀ ଗିରଫ କରି ପଚରାଉଚରା କରିଛି ଗୁଜିରାଟ୍ ‘ଏଟିଏସ୍’ । ପଚରାଉଚରାରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟ କଲାଭଳି ଖବର । ଏହି ୪ଜଣ ଆତଙ୍କବାଦୀ ଭାରତରେ ଏକ ବଡ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର ରଚିଥିଲେ ।

ଗିରଫ ହୋଇଥିବା ୪ଜଣ ଆତଙ୍କବାଦୀ ଶ୍ରୀଲଙ୍କାରୁ ଭାରତକୁ ପ୍ରବେଶ କରିଥିଲେ । ଆଉ ଭାରତରେ ଏକ ବଡ ଆତଙ୍କୀ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିଲେ । ଆଉ ଆଇଏସଆଇଏସ୍ ସଂଗଠନ ଏହି ୪ଜଣଙ୍କୁ ପାକିସ୍ତାନରୁ ନିୟନ୍ତ୍ରଣ କରୁଥିଲା । ଏହି ୪ଜଣ ଆତଙ୍କୀ ପାକିସ୍ତାନରୁ ଆସୁଥିବା ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ । ନିର୍ଦ୍ଦେଶ ମିଳିବା ମାତ୍ରେ ଆତଙ୍କବାଦୀମାନେ ଭାରତରେ ଏକ ଆତ୍ମଘାତୀ ଆକ୍ରମଣ କରିଥାନ୍ତେ ।

ତେବେ ଗୁଜୁରାଟ୍ ପୁଲିସଠୁ ମିଳିଥିବା ସୂଚନା ଆଧାରରେ, ଗିରଫ ହୋଇଥିବା ୪ଆତଙ୍କୀ ଶ୍ରୀଲଙ୍କାର ବାସିନ୍ଦା । ପାକିସ୍ତାନରେ ବସିଥିବା ଆଇଏସଆଇଏସ୍ ହ୍ୟାଣ୍ଡଲର୍ ସେମାନଙ୍କୁ ଭାରତ ଆସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏହି ୪ଜଣ ବିମାନ ଯୋଗେ କଲମ୍ବୋରୁ ଅହମ୍ମଦାବାଦ ଆସି ପହଞ୍ଚିଥିଲେ । କିନ୍ତୁ ସେମାନଙ୍କୁ ଏଠାରେ ଗିରଫ କରାଯାଇଥିଲା । ପଚରାଉଚରାବେଳେ ଜଣାପଡିଥିଲା ଯେ ଆବୁ ନାମକ ଜଣେ ଆତଙ୍କବାଦୀ ସେମାନଙ୍କୁ ନିର୍ଦ୍ଦେଶ ଦେଉଥିଲା । ତେବେ ଏହି ୪ଜଣ ପ୍ରଥମେ ଫେବ୍ରୁଆରିରେ ଆବୁଙ୍କ ସହ ଯୋଗାଯୋଗରେ ଆସିଥିଲେ । ମାତ୍ର ୩ମାସ ମଧ୍ୟରେ ଆବୁ ଏହି ୪ଜଣଙ୍କ ବ୍ରେନ୍ ୱାସ୍ କରି ଭାରତରେ ବଡ ଆତଙ୍କୀ ଆକ୍ରମଣ ପାଇଁ ପଠାଇଥିଲା ।

ଏହି ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଭାରତରେ କରାଯାଇଥିଲା । ଆବୁ ଏମାନଙ୍କୁ ସେହି ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲା, ଯେଉଁଠାରୁ ଏମାନଙ୍କୁ ଅସ୍ତ୍ରଶସ୍ତ୍ର ମିଳିପାରିବ । ତେବେ ପୋଲିସ ଏହି ୪ଜଣଙ୍କ ପାଖରୁ ୩ଟି ପିସ୍ତଲ, ୩ଟି କାର୍ଟ୍ରିଜ ଏବଂ ଆଇଏସଆଇଏସ୍ ପତାକା ଜବତ କରିଛି । ସେପଟେ ଏହି ଆତଙ୍କବାଦୀଙ୍କୁ ଯିଏ ଅସ୍ତ୍ରଶସ୍ତ୍ର ଯୋଗାଇଥିଲେ ସେମାନଙ୍କୁ ଏବେ ପୁଲିସ ଖୋଜୁଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button