ଦେଶ- ବିଦେଶ

ସ୍ବାତୀ ମଲିୱାଲଙ୍କୁ ଆକ୍ରମଣ ମାମଲା, କେଜ୍ରିୱାଲଙ୍କ ବାସଭବନରେ ଦିଲ୍ଲୀ ପୁଲିସ – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାର ଆପ୍ ସାଂସଦ ସ୍ବାତୀ ମଲିୱାଲଙ୍କୁ ମାରପିଟ କରିବା କରିଥିବା ଘଟଣାରେ ବିବାଦ ବଢ଼ିଛି। ଏହି ମାମଲାକୁ ନେଇ ଏବେ ରାଜନୀତି ସରଗରମ ହୋଇଉଠିଛି। ସ୍ବାତୀ ମଲିୱାଲଙ୍କୁ କେଜ୍ରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାର କରାଯାଇଥିବା ମାମଲାରେ ଗତକାଲି ସେ ନିରବତା ଭାଙ୍ଗି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ବିଭବ କୁମାର ତାଙ୍କୁ ୭ ଥର ଚାପୁଡ଼ା ମାରିଛନ୍ତି ଏବଂ ଗୋଇଠା ମାରିଛନ୍ତି। ସେ ତାଙ୍କ ଛାତି ଏବଂ ପେଟକୁ ମଧ୍ୟ ମାରିଛନ୍ତି ବୋଲି ସ୍ବାତୀ ଅଭିଯୋଗ କରିଛନ୍ତି। ସ୍ବାତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଉକ୍ତ ଘଟଣାରେ ବିଭବ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ଉକ୍ତ ଘଟଣାରେ ତଦନ୍ତ ତ୍ବରାନ୍ବିତ ହୋଇଛି। ପ୍ରାୟ ୧୦ଟି ପୁଲିସ ଟିମ୍ ଏହି ପୂରା ଘଟଣାର ତଦନ୍ତ କରୁଛନ୍ତି। ଏଥି ମଧ୍ୟରୁ ୪ ଜଣ ବିଭବ କୁମାରଙ୍କ ଲୋକେସନ୍ ଖୋଜୁଛନ୍ତି। ଅନ୍ୟପକ୍ଷେ ଏହି ମାମଲାର ତଦନ୍ତ କରିବାପାଇଁ ଅତିରିକ୍ତ ଡେପୁଟି କମିସନରଙ୍କ ନେତୃତ୍ବାଧୀନ ଏକ ୪ ଜଣିଆ ପୁଲିସ ଟିମ୍ ଏବଂ ୫ ଫରେନ୍ସିକ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। ପୁଲିସ ମଧ୍ୟ କ୍ରାଇମ ସିନ୍ ରିକ୍ରିଏସନ୍ ପାଇଁ ସ୍ବାତୀଙ୍କୁ କେଜ୍ରିୱାଲଙ୍କ ବାସଭବନ ନେଇ ଯାଇଛନ୍ତି। କେଜ୍ରିୱାଲଙ୍କ ବାସଭବନରେ ସ୍ବାତୀଙ୍କୁ ଯେଉଁଠାରେ ମାଡ଼ ମରାଯାଇଥିଲା ପୁଲିସ ସେହି ସ୍ଥାନର ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି। ପୁଲିସ ମାମଲାରେ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି ଏବଂ ଆଜି ଆପ୍ ଜାରି କରିଥିବା ଭିଡିଓରେ ସ୍ବାତୀଙ୍କ ସହ ବଚସା କରୁଥିବା ସୁରକ୍ଷା କର୍ମଚାରୀଙ୍କ ବୟାନ ମଧ୍ୟ ପୁଲିସ ରେକର୍ଡ କରିଛି। ସ୍ବାତୀ ଆଜି କ୍ରାଇମ ସିନ୍ ରିକ୍ରିଏସନ୍ କରିଛନ୍ତି। ଅନ୍ୟପକ୍ଷେ ସ୍ବାତୀ କରିଥିବା ଅଭିଯୋଗକୁ ଆପ୍ ଭିତ୍ତିହୀନ ବୋଲି କହିଛି। ଆପ୍ ନେତ୍ରୀ ଆତିଶୀ ଆଜି ଦିନରେ ଦଳ ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓକୁ ଦର୍ଶାଇ କହିଛନ୍ତି, ସ୍ବାତୀଙ୍କ ଦ୍ବାରା ବିଭବ କୁମାରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଅତିଶୀ କହିଛନ୍ତି, ଯେବେଠାରୁ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ମିଳିଛି ସେବେଠାରୁ ବିଜେପିର ଚିନ୍ତା ବଢ଼ିଯାଇଛି। ଏହି କାରଣ ପାଇଁ ବିଜେପି ଏକ ଷଡ଼ଯନ୍ତ୍ର କରିଛି ଏବଂ ସ୍ବାତୀ ମଲିୱାଲ୍ଙ୍କୁ ଏହି ଷଡ଼ଯନ୍ତ୍ରର ଗୋଟି କରାଯାଇଛି। ଏଥିପାଇଁ ସ୍ବାତୀଙ୍କୁ ମେ’ ୧୩ ତାରିଖରେ କେଜ୍ରିୱାଲଙ୍କ ବାସଭବନ ପଠାଯାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button